ବଢିବ ବିଧାୟକଙ୍କ ଦରମା: ବିଧାନସଭା ସଦସ୍ୟଙ୍କ ଦରମା, ଭତ୍ତା ଓ ପେନସନ ସଂଶୋଧନ ବିଲ୍ ପାରିତ

Madhusudan Das Picture
Published On

ଭୁବନେଶ୍ବର: ବଢ଼ିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟ ମାନଙ୍କ ଦରମା, ଭତ୍ତା ଓ ପେନସନ୍ ବିଲ ୨୦୨୫ ଗୃହରେ ପାରିତ ହୋଇଛି। ତେବେ ବିଧାନସଭା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ହେବା ପୂର୍ବରୁ ଏହି ବିଲ୍ ଗୃହରେ ପାରିତ ହୋଇଛି। ବିଧାୟକଙ୍କ ଦରମା ୧ ଲକ୍ଷ ୧୧ ହଜାରରୁ ୨ ଲକ୍ଷ ୭୮ ହଜାର ଟଙ୍କା ହେବ । ସେହିପରି ମନ୍ତ୍ରୀଙ୍କ ଦରମା ଓ ଭତ୍ତା ୩ ଲକ୍ଷ ୮୦ ଟଙ୍କା ହେବ । ଅଧିବେଶନ ସମୟରେ ବିଧାୟକଙ୍କ ଭତ୍ତା ୧୫ ଶହରୁ ୩୦୦୦କୁ ବୃଦ୍ଧି ହେବ ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଶ୍ରୀରାମ ନବମୀ, ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ ହେଉଛି ସାରା ରାଜ୍ୟ

ଦୈନିକ ଗସ୍ତ ଖର୍ଚ୍ଚ ୨ ହଜାର ଏବଂ ରାଜ୍ୟ ବାହାରକୁ ଗସ୍ତ କଲେ ୧୦ ହଜାର ଟଙ୍କା ମିଳିବ । ମାସିକ ଯାନବାହାନ ଭତ୍ତା ୧୫ ହଜାର ବଦଳରେ ମିଳିବ ୫୦ ହଜାର ଟଙ୍କା ମିଳିବ । ବିଜୁଳି ବିଲ୍ ପାଇଁ ୫ ହଜାର ବଦଳରେ ମିଳିବ ୨୦ ହଜାର ଟଙ୍କା । ସେହିପରି ଚିକିତ୍ସା ଖର୍ଚ୍ଚ ୫ ହଜାର ବଦଳରେ ୩୫ ହଜାର ଟଙ୍କା, ଗାଡ଼ି କିଣିବା ପାଇଁ ୫ ଲକ୍ଷ ଟଙ୍କା ବଦଳରେ ୧୦ ଲକ୍ଷ ଟଙ୍କା ମିଳିବ । କ୍ବାର୍ଟର୍ସ ମିଳିନଥିବା ବିଧାୟକଙ୍କ ରହଣୀ ପାଇଁ ଦିନକୁ ୨ ହଜାର ଟଙ୍କା ମିଳିବ ।

ଆହୁରି ପଢ଼ନ୍ତୁ: ପୁରୀ ପେଣ୍ଠକଟାରେ ଚାଞ୍ଚଲ୍ୟ, ଧାରୁଆ ଅସ୍ତ୍ରରେ ହାଣି ଯୁବକଙ୍କୁ ନିର୍ମମ ହତ୍ୟା

09 Dec 2025 By Madhusudan Das

ବଢିବ ବିଧାୟକଙ୍କ ଦରମା: ବିଧାନସଭା ସଦସ୍ୟଙ୍କ ଦରମା, ଭତ୍ତା ଓ ପେନସନ ସଂଶୋଧନ ବିଲ୍ ପାରିତ

ଭୁବନେଶ୍ବର: ବଢ଼ିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟ ମାନଙ୍କ ଦରମା, ଭତ୍ତା ଓ ପେନସନ୍ ବିଲ ୨୦୨୫ ଗୃହରେ ପାରିତ ହୋଇଛି। ତେବେ ବିଧାନସଭା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ହେବା ପୂର୍ବରୁ ଏହି ବିଲ୍ ଗୃହରେ ପାରିତ ହୋଇଛି। ବିଧାୟକଙ୍କ ଦରମା ୧ ଲକ୍ଷ ୧୧ ହଜାରରୁ ୨ ଲକ୍ଷ ୭୮ ହଜାର ଟଙ୍କା ହେବ । ସେହିପରି ମନ୍ତ୍ରୀଙ୍କ ଦରମା ଓ ଭତ୍ତା ୩ ଲକ୍ଷ ୮୦ ଟଙ୍କା ହେବ । ଅଧିବେଶନ ସମୟରେ ବିଧାୟକଙ୍କ ଭତ୍ତା ୧୫ ଶହରୁ ୩୦୦୦କୁ ବୃଦ୍ଧି ହେବ ।

ଦୈନିକ ଗସ୍ତ ଖର୍ଚ୍ଚ ୨ ହଜାର ଏବଂ ରାଜ୍ୟ ବାହାରକୁ ଗସ୍ତ କଲେ ୧୦ ହଜାର ଟଙ୍କା ମିଳିବ । ମାସିକ ଯାନବାହାନ ଭତ୍ତା ୧୫ ହଜାର ବଦଳରେ ମିଳିବ ୫୦ ହଜାର ଟଙ୍କା ମିଳିବ । ବିଜୁଳି ବିଲ୍ ପାଇଁ ୫ ହଜାର ବଦଳରେ ମିଳିବ ୨୦ ହଜାର ଟଙ୍କା । ସେହିପରି ଚିକିତ୍ସା ଖର୍ଚ୍ଚ ୫ ହଜାର ବଦଳରେ ୩୫ ହଜାର ଟଙ୍କା, ଗାଡ଼ି କିଣିବା ପାଇଁ ୫ ଲକ୍ଷ ଟଙ୍କା ବଦଳରେ ୧୦ ଲକ୍ଷ ଟଙ୍କା ମିଳିବ । କ୍ବାର୍ଟର୍ସ ମିଳିନଥିବା ବିଧାୟକଙ୍କ ରହଣୀ ପାଇଁ ଦିନକୁ ୨ ହଜାର ଟଙ୍କା ମିଳିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର