ସହଦେବ ନାୟକଙ୍କୁ ହତ୍ୟା ଘଟଣା: ମେୟରଙ୍କ ବଡ଼ ଘୋଷଣା; ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି, ଏଜେନ୍ସି ଜରିଆରେ ସୁପରଭାଇଜର ଚାକିରି 

The Sakala Picture
Published On

ଭୁବନେଶ୍ୱର: ରସୁଲଗଡ଼ ଓଭର ବ୍ରିଜରେ ପୁଲିସ ମିତ୍ର ‘ସହଦେବ ନାୟକ’ ମୁଣ୍ଡ କାଟି ହତ୍ୟା ମାମଲା। ହତ୍ୟାକାଣ୍ଡର ଶିକାର ହୋଇଥିବା ସଫେଇ କର୍ମଚାରୀ ସ୍ୱର୍ଗତ ସହଦେବ ଉତ୍ତରାଧିକାରୀଙ୍କୁ ମିଳିବ ୫ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା। ଭୁବନେଶ୍ବର ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଏବଂ ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାରଙ୍କ ଉପସ୍ଥିତିରେ ଅନୁଷ୍ଠିତ ସ୍ୱତନ୍ତ୍ର ବୈଠକରେ ଆଲୋଚନା ପରେ ଏହା ସ୍ଥିର କରାଯାଇଛି। ଏହା ସହିତ ସ୍ୱର୍ଗତ ନାୟକଙ୍କ ପତ୍ନୀଙ୍କୁ ସଂପୃକ୍ତ […]

ଭୁବନେଶ୍ୱର: ରସୁଲଗଡ଼ ଓଭର ବ୍ରିଜରେ ପୁଲିସ ମିତ୍ର ‘ସହଦେବ ନାୟକ’ ମୁଣ୍ଡ କାଟି ହତ୍ୟା ମାମଲା। ହତ୍ୟାକାଣ୍ଡର ଶିକାର ହୋଇଥିବା ସଫେଇ କର୍ମଚାରୀ ସ୍ୱର୍ଗତ ସହଦେବ ଉତ୍ତରାଧିକାରୀଙ୍କୁ ମିଳିବ ୫ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା। ଭୁବନେଶ୍ବର ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଏବଂ ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାରଙ୍କ ଉପସ୍ଥିତିରେ ଅନୁଷ୍ଠିତ ସ୍ୱତନ୍ତ୍ର ବୈଠକରେ ଆଲୋଚନା ପରେ ଏହା ସ୍ଥିର କରାଯାଇଛି। ଏହା ସହିତ ସ୍ୱର୍ଗତ ନାୟକଙ୍କ ପତ୍ନୀଙ୍କୁ ସଂପୃକ୍ତ ଏଜେନ୍ସିରେ ସୁପଭାଇଜର ଭାବେ ନିଯୁକ୍ତି ଦେବା ପାଇଁ  ସ୍ଥିର ହୋଇଛି। ପରିସ୍ଥିର ଗୁରୁତ୍ୱକୁ ଅନୁଭବ କରି ଏହି ନିଷ୍ପତ୍ତି ନିଆଯାଇଛି।

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

ସୂଚନା ଯୋଗ୍ୟ କି, ମୃତ ସହଦେବ ନାୟକ ଏଜେନ୍ସି ଜରିଆରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ସଫେଇ କର୍ମଚାରୀ ଭାବେ କାର୍ଯ୍ୟକରୁଥିଲେ । ଗତ ୨ ଦିନ ତଳେ କେତେକ ଦୁବୃର୍ତ୍ତ ତାଙ୍କୁ ରସୁଲଗଡ ଓଭର ବ୍ରିଜ୍ ଉପରେ ହତ୍ୟା କରିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ସଫେଇ କର୍ମଚାରୀମାନେ ଆନ୍ଦୋଳନ କରିଥିଲେ। ସଂପ୍ରତ୍ତି ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯାଉଥିବାରୁ ବିଏମ୍ ସି କର୍ତ୍ତୃପକ୍ଷ ବାହାରୁ ଲୋକ ଆଣି ସହରର ପ୍ରମୁଖ ରାସ୍ତାଗୁଡିରେ ସଫେଇ କାର୍ଯ୍ୟ ଜାରି ରଖିଥିଲେ । ଏଥିପାଇଁ ବିଏମସିର ସମସ୍ତ ଅଧିକାରୀ ଦିନ ରାତି ତଦାରଖ କରି ପ୍ରମୁଖ ରାସ୍ତାଗୁଡିକର ସଫେଇ କାମ ବ୍ୟତିକ୍ରମ ନ ହେବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିଲେ।

ଆହୁରି ପଢ଼ନ୍ତୁ: ମିଛ ଗୁଜବ ଶୁଣି ପୁଲିସ ନାକେଦମ୍‌‌; ଶବ ଖୋଜୁଖୋଜୁ ମିଳିଲା ଅଣ୍ଡା

ସୁଚନା ଯୋଗ୍ୟ ଯେ,  ପ୍ରବାସୀ ଭାରତୀୟ ଦିବସ ନିମନ୍ତେ ଅଣାଯାଇଥିବା ଅଧିକ ୨୬୨ ଜଣ ସଫେଇ କର୍ମୀଙ୍କୁ ପ୍ରମୁଖ ରାସ୍ତା ସଫେଇ କାମରେ ନିୟୋଜିତ କରାଯାଇଥିଲା। ଏତଦ୍ ବ୍ୟତୀତ ସହଭାଗୀ ସ୍ୱେଚ୍ଛାସେବୀ ସଂଗଠନଗୁଡିକ ନିଜ ନିଜର ଦାୟିତ୍ୱ ନେଇ ସହର ବାହାରୁ ସଫେଇ କର୍ମୀଙ୍କୁ ଆଣି ମଧ୍ୟ ସଫେଇ କାର୍ଯ୍ୟ ଚାଲୁ ରଖିଥିଲେ। ଫଳରେ ଉକ୍ତ ସମସ୍ତ ରାସ୍ତାରୁ ବାହାରୁ ଥିବା ବର୍ଜ୍ୟକୁ ସଙ୍ଗେ ସଙ୍ଗେ ଉଠାଇ ନିଆଯାଉଥିଲା। ତେଣୁ ସଫେଇ କର୍ମୀଙ୍କ ଆନ୍ଦୋଳନ  ସତ୍ତ୍ୱେ ସଫେଇ କାର୍ଯ୍ୟରେ ଅବହେଳା ହେବାକୁ ଦିଆଯାଉ ନ ଥିଲା। ଆଜି ଆନ୍ଦୋଳନରତ କର୍ମଚାରୀଙ୍କ ପ୍ରତିନିଧିମାନଙ୍କ ସହ ଆଲୋଚନା ପରେ ମାନନୀୟା ମେୟର ରାଜ୍ୟ ସରକାରଙ୍କୁ ଏ ବାବଦରେ ଅବଗତ କରାଇ ପରିସ୍ଥିତି ପାଇଁ ସହଯୋଗ କାମନା କରିଛନ୍ତି।

ଆହୁରି ପଢ଼ନ୍ତୁ: ଭାଇକୁ ବଞ୍ଚାଇବାକୁ ଯାଇ ପାଣି ସୁଅରେ ଭାସିଗଲେ ଦିବ୍ୟାଙ୍ଗ ଭଉଣୀ: କେନାଲରେ ବୁଡ଼ି ଉଭୟଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp