ପରୀକ୍ଷା ଦେଇ ଫେରୁଥିବା ବେଳେ +୨ ଛାତ୍ରୀଙ୍କୁ ଛୁରାମାଡ଼ କଲା ଯୁବକ

The Sakala Picture
Published On

ଗୁଣପୁର: ରାୟଗଡ଼ା ଜିଲ୍ଲା ଗୁଣୁପୁର ଗୁମୁଡା ଦ୍ରୌପଦୀ ବିଦ୍ୟାପୀଠର ଜଣେ ଛାତ୍ରୀଙ୍କୁ ଛୁରାମାଡ ହୋଇଥିବା ଅଭିଯୋଗ ହୋଇଛି। ଉକ୍ତ ଛାତ୍ରୀ ଜଣଙ୍କୁ ଗୁମୁଡା ଜଗନ୍ନାଥ ମନ୍ଦିର ରାସ୍ତାରେ ଛୁରାମାଡ ହୋଇଥିବା ଜଣାପଡ଼ିଛି। ସେ  +୨ କଳା ବିଭାଗରେ ପରୀକ୍ଷା ଦେଇ ଫେରୁଥିଲେ। ଫେରିବା ବେଳେ ଅଜଣା ଯୁବକ ଛୁରାମାଡ କରିଛି। ବେକରେ ବି ଆଘାତ ଲାଗିଥିବା ଜଣାପଡ଼ିଛି। ଛାତ୍ରୀଙ୍କ ଘର ବିଷମକଟକ ବୋଲି ଜଣାପଡିଛି। ଗୁରୁତର ଛାତ୍ରୀଙ୍କୁ ଉଦ୍ଧାର କରାଯାଇ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା […]

ଗୁଣପୁର: ରାୟଗଡ଼ା ଜିଲ୍ଲା ଗୁଣୁପୁର ଗୁମୁଡା ଦ୍ରୌପଦୀ ବିଦ୍ୟାପୀଠର ଜଣେ ଛାତ୍ରୀଙ୍କୁ ଛୁରାମାଡ ହୋଇଥିବା ଅଭିଯୋଗ ହୋଇଛି। ଉକ୍ତ ଛାତ୍ରୀ ଜଣଙ୍କୁ ଗୁମୁଡା ଜଗନ୍ନାଥ ମନ୍ଦିର ରାସ୍ତାରେ ଛୁରାମାଡ ହୋଇଥିବା ଜଣାପଡ଼ିଛି। ସେ  +୨ କଳା ବିଭାଗରେ ପରୀକ୍ଷା ଦେଇ ଫେରୁଥିଲେ। ଫେରିବା ବେଳେ ଅଜଣା ଯୁବକ ଛୁରାମାଡ କରିଛି। ବେକରେ ବି ଆଘାତ ଲାଗିଥିବା ଜଣାପଡ଼ିଛି। ଛାତ୍ରୀଙ୍କ ଘର ବିଷମକଟକ ବୋଲି ଜଣାପଡିଛି। ଗୁରୁତର ଛାତ୍ରୀଙ୍କୁ ଉଦ୍ଧାର କରାଯାଇ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଛାନଭିନ ଆରମ୍ଭ କରିବା ସହ ଅଭିଯୁକ୍ତ ଯୁବକକୁ ଅଟକ ରଖିଛି। ତେବେ କେଉଁ କାରଣରୁ ଏଭଳି କାଣ୍ଡ ଭିଆଇଛି ଯୁବକ ଜଣଙ୍କ ତାହା ଜଣାପଡି ନାହିଁ।

ଆହୁରି ପଢ଼ନ୍ତୁ: ଟ୍ରେନ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ, ବନ ବିଭାଗର ତଦନ୍ତ ଆରମ୍ଭ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର