ଧରାପଡିଗଲା ପରକୀୟା ପ୍ରୀତି, ବିଷ ପିଇ ଆତ୍ମହତ୍ୟା କଲେ ପ୍ରେମୀ ଯୁଗଳ

The Sakala Picture
Published On

ରାୟଗଡ଼ା : ପରକୀୟା ପ୍ରୀତି ଧରାପଡିବା ପରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରି ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି ପ୍ରେମୀ ଯୁଗଳ । ଏଭଳି ଅଭାବୀନୟ ଘଟଣା ରାୟଗଡ଼ା ସହରର ରୟତ କଲୋନୀ ଦେଖିବାକୁ ମିଳିଛି। ମୃତକ ହେଲେ କେ.ରମେଶ (୪୨) ଓ ଯୁବତୀ ଛଦ୍ମନାମ ରିନା (୨୪) । ଏ ନେଇ ରାୟଗଡ଼ା ଥାନା ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ବେଳେ,  ଶବ ବ୍ୟବେଚ୍ଛଦ ପରେ ପରିବାରକୁ ହସ୍ତାନ୍ତର କରାଯିବ […]

ରାୟଗଡ଼ା : ପରକୀୟା ପ୍ରୀତି ଧରାପଡିବା ପରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରି ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି ପ୍ରେମୀ ଯୁଗଳ । ଏଭଳି ଅଭାବୀନୟ ଘଟଣା ରାୟଗଡ଼ା ସହରର ରୟତ କଲୋନୀ ଦେଖିବାକୁ ମିଳିଛି। ମୃତକ ହେଲେ କେ.ରମେଶ (୪୨) ଓ ଯୁବତୀ ଛଦ୍ମନାମ ରିନା (୨୪) । ଏ ନେଇ ରାୟଗଡ଼ା ଥାନା ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ବେଳେ,  ଶବ ବ୍ୟବେଚ୍ଛଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଆଇଆଇସି କେକେବିକେ କହଁର କହିଛନ୍ତି।

ମିିଳଥିବା ସୂଚନା ପ୍ରକାରେ ରାୟଗଡ଼ା ରୟତ କଲୋନୀର ସପ୍ତମ ଲାଇନରେ କେ.ରମେଶ ନାମକ ଜଣେ ବିବାହିତ ବ୍ୟକ୍ତିଙ୍କ ପଡୋଶୀରେ ରହୁଥିବା ରିନା (ଛଦ୍ମନାମ) ନାମକ ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସଂପର୍କ ଗଢି ଉଠିଥିଲା । ଉଭୟଙ୍କ ପ୍ରେମ ସଂପର୍କ ବିଷୟରେ ପରିବାର ଲୋକେ ଜାଣିବାକୁ ପାଇଥିବା ବେଳେ ପରକ୍ରିୟା ପ୍ରୀତିରେ ଲୋକଲଜ୍ୟାକୁ ଭୟ କରି ଉଭୟେ ପ୍ରେମୀ ଯୁଗଳ ବିଷ ପିଇ ଦେଇଥିଲେ। ଉଭୟ ରିଂ ରୋଡ଼ ସ୍ଥିତ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ନିକଟରେ ଏକ ଘର ଭଡ଼ା ନେଇଥିଲେ । ଉକ୍ତ ଘରେ ବିଷ ପିଇ ଆତ୍ମହତ୍ୟା କରିଥିଲେ । ପରେ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଅପରାହ୍ନରେ କେ.ରମେଶଙ୍କ ମୃତ୍ୟୁ ହୋଇଥିବା ବେଳେ ସଂଧ୍ୟା ସମୟରେ ରିନା’ର ମୃତ୍ୟୁ ହୋଇଥିବା ନେଇ ପୁଲିସ ପକ୍ଷରୁ ସୂଚନା ମିଳିଛି । ବିବାହିତ ରମେଶଙ୍କ ଦୁଇଟି ପୁତ୍ର ସନ୍ତାନ ଥିବା ଜଣାପଡିଛି । ଦୁଇ ପୁତ୍ର ସନ୍ତାନ ମାନସିକ ସ୍ତରରେ ଦୁର୍ବଳ, ୧୨ ବର୍ଷର ପୁଅ କଥା କହିପାରୁନଥିବା ବେଳେ ୧୦ ବର୍ଷର ସାନ ପୁଅ ଚାଲିବାରେ ଅକ୍ଷମ ରହିଥିବା ଜଣାପଡ଼ିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର