ରାୟଗଡ଼ା ଜିଲ୍ଲାରେ ଅଜଣା ଜନ୍ତୁ ଆତଙ୍କ, ଆକ୍ରମଣରେ ୩୦ ଛେଳି ମୃତ

The Sakala Picture
Published On

ରାୟଗଡ଼ା: ନିଆଳି ପରେ ରାୟଗଡ଼ା ଜିଲ୍ଲାରେ ଅଜଣା ଜନ୍ତୁ ଆତଙ୍କ । ରାୟଗଡା ଜିଲ୍ଲା ଗୁଡାରି ବନାଞ୍ଚଳ ଗଞ୍ଜୁଗୁଡାରେ ମାତିଛି ଅଜଣା ଜନ୍ତୁ । ଅଜଣା ଜନ୍ତୁ ଆକ୍ରମଣରେ ୩୦ ଛେଳି ମରିଥିବା ସୂଚନା ମିଳିଛି । ଛେଳି ଗୁଡିକୁ ଚରାଇବାକୁ ନେଇଥିବା ବେଳେ ବର୍ଷା ଯୋଗୁଁ ଫେରାଇ ଆଣି ପାରିନଥିଲେ। ଅଜଣା ଜନ୍ତୁ ଆକ୍ରମଣରେ ଛେଳି ଗୁଡିକ ମୃତ୍ୟ ଘଟିଥିବା ନେଇ ବନ ବିଭାଗ ସଂନ୍ଦେହ କରୁଥିବା ବେଳେ ସ୍ଥାନିୟ ସରପଞ୍ଚ ମମତା ମାଝି ବାଘ […]

ରାୟଗଡ଼ା: ନିଆଳି ପରେ ରାୟଗଡ଼ା ଜିଲ୍ଲାରେ ଅଜଣା ଜନ୍ତୁ ଆତଙ୍କ । ରାୟଗଡା ଜିଲ୍ଲା ଗୁଡାରି ବନାଞ୍ଚଳ ଗଞ୍ଜୁଗୁଡାରେ ମାତିଛି ଅଜଣା ଜନ୍ତୁ । ଅଜଣା ଜନ୍ତୁ ଆକ୍ରମଣରେ ୩୦ ଛେଳି ମରିଥିବା ସୂଚନା ମିଳିଛି । ଛେଳି ଗୁଡିକୁ ଚରାଇବାକୁ ନେଇଥିବା ବେଳେ ବର୍ଷା ଯୋଗୁଁ ଫେରାଇ ଆଣି ପାରିନଥିଲେ। ଅଜଣା ଜନ୍ତୁ ଆକ୍ରମଣରେ ଛେଳି ଗୁଡିକ ମୃତ୍ୟ ଘଟିଥିବା ନେଇ ବନ ବିଭାଗ ସଂନ୍ଦେହ କରୁଥିବା ବେଳେ ସ୍ଥାନିୟ ସରପଞ୍ଚ ମମତା ମାଝି ବାଘ ଆକ୍ରମଣ କରିଥିବା ସୁଚନା ଦେଇଛନ୍ତି। ଅଞ୍ଚଳରେ କଲରାପତରିଆ ବାଘ ବୁଲୁଛି ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଜଣାପଡିଛି। ଘଟଣା ସ୍ଥଳରେ ବନ ବିଭାଗ ଅଧିକାରି ମାନେ ପହଞ୍ଚି ତଦନ୍ତ କରି ଫେରିଛନ୍ତି।

ଆହୁରି ପଢ଼ନ୍ତୁ: ବନ୍ୟା ପରିଚାଳନା ପ୍ରସଙ୍ଗରେ ସରକାରଙ୍କୁ ବିଜେଡି ନେତ୍ରୀ ସୁଜାତାଙ୍କ ସମାଲୋଚନା: ୨ ବର୍ଷରେ ଭୁଶୁଡ଼ିଯାଇଛି ୨ ଦଶନ୍ଧିର ବ୍ୟବସ୍ଥା

ବାଘ ନା ଅନ୍ୟ କୈାଣସି ଜନ୍ତୁ ଆକ୍ରମଣରେ ଛେଳି ମୃତ୍ୟୁ ଘଟିଛି, ସେ ନେଇ ଜାଣିବା ପାଇଁ ବନ ବିଭାଗ ସିସି କ୍ୟାମେରା ଲଗାଇ ଅନୁଧ୍ୟାନ କରୁଥିବା କହିଛନ୍ତି ଗୁଡାରି ରେଞ୍ଜର ଫରେଷ୍ଟର ନରସିଂହ ଶତପଥ କହିଛନ୍ତି। ତେବେ ପୂର୍ବରୁ ନିଆଳିରେ ଅଜଣା ଜନ୍ତୁ ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ନିଆଳିରେ ମେଣ୍ଢା ମଡ଼କ ସାରା ଓଡ଼ିଶାରେ ଖବରର ଶିରୋନାମା ପାଲଟିଥିଲା । ମାତ୍ର ଏହା କେଉଁ କାରଣରୁ ହେଉ ଥିଲା, ଅଜଣା ଜନ୍ତୁ ନାଁ କ’ଣ ତାହା ସ୍ପଷ୍ଟ ହୋଇପାରିନଥିଲା । ଆଉ ଏବେ ରାୟଗଡ଼ାରେ ଛେଳିଙ୍କ ମୃତ୍ୟୁ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ସୃଷ୍ଟି କରିଛି ।

ଆହୁରି ପଢ଼ନ୍ତୁ: ଦୀର୍ଘ ୧୩ ଦିନ ଧରି ଜଳବନ୍ଦୀ ଅବସ୍ଥାରେ ଥିବା ପ୍ରପୀଡ଼ିତଙ୍କ ପାଖରେ ଜିଲ୍ଲା ପ୍ରଶାସନ ପହଞ୍ଚିବାରେ ବିଫଳ ହୋଇଛି: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର