ଡୋନାଲ୍ଡ ଟ୍ରମ୍ପଙ୍କୁ ଝଟକା: ନାଭି ପିଲ୍ଲେଙ୍କୁ ୨୦୨୬ ନୋବେଲ ଶାନ୍ତି ପୁରସ୍କାର ମିଳିବା ପରେ ଖପ୍ପା ହେଲେ ଟ୍ରମ୍ପ, ପାଲଟା ଜବାବ ଦେଇ ଥଟ୍ଟା କଲେ ନାଭି

Suryakanta Picture
Published On

ଦକ୍ଷିଣ ଆଫ୍ରିକାର ବିଶିଷ୍ଟ ଆଇନଜୀବୀ ତଥା ମାନବାଧିକାର କର୍ମୀ ନାଭି ପିଲ୍ଲେ (Navi Pillay) ଙ୍କୁ ୨୦୨୬ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ନିଜକୁ ଏହି ସମ୍ମାନଜନକ ପୁରସ୍କାରର ଯୋଗ୍ୟ ଦାବିଦାର ମାନୁଥିବା ଟ୍ରମ୍ପ, ନୋବେଲ କମିଟିର ଏହି ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛନ୍ତି।

ଆହୁରି ପଢ଼ନ୍ତୁ: ଅପରାଧୀଙ୍କ ମନରେ ଭୟ ସୃଷ୍ଟି କର: ଦିଲ୍ଲୀରେ ବଢ଼ୁଥିବା ଦୁଷ୍କର୍ମ ଘଟଣାକୁ ନେଇ ପୋଲିସକୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ନୋବେଲ କମିଟି ଉପରେ ଟ୍ରମ୍ପଙ୍କ କ୍ରୋଧ

ନ୍ୟୁୟର୍କର ସିରାକ୍ୟୁଜ୍ (Syracuse) ଠାରେ ଆୟୋଜିତ ଏକ ରାଲିରେ ଉଦବୋଧନ ଦେଇ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଏହି ପୁରସ୍କାର ଆମେରିକାକୁ ଏବଂ ବିଶେଷ କରି ତାଙ୍କୁ ମିଳିବା ଉଚିତ୍ ଥିଲା। ସେ ନିଜ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲ୍ (Truth Social) ରେ ଏକ ପୋଷ୍ଟ କରି ନାଭି ପିଲ୍ଲେଙ୍କୁ 'ଆମେରିକା ଏବଂ ଇସ୍ରାଏଲର ଘୋର ବିରୋଧୀ' ବୋଲି ଆକ୍ଷେପ କରିଛନ୍ତି। ନିଜର ଉପଲବ୍ଧି ଗଣାଇ ଟ୍ରମ୍ପ ଦାବି କରିଛନ୍ତି ଯେ, ସେ ବିଶ୍ୱରେ ୮ଟି ବଡ଼ ଯୁଦ୍ଧର ସମାଧାନ କରିଛନ୍ତି। ତଥାପି ନୋବେଲ କମିଟି ଜଣେ ଅପରିଚିତ ମହିଳାଙ୍କୁ ଏହି ପୁରସ୍କାର ଦେଇ ନରୱେର ସମ୍ମାନକୁ କ୍ଷୁର୍ଣ୍ଣ କରିଛି ବୋଲି ସେ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀର ସୀମାପୁରୀରେ ଭୁଶୁଡ଼ିଲା ୩ ମହଲା କୋଠା, ଏକାଧିକ ବ୍ୟକ୍ତି ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଆଶଙ୍କା

କିଏ ଏହି ନାଭି ପିଲ୍ଲେ?

୮୫ ବର୍ଷୀୟା ନାଭି ପିଲ୍ଲେ ଜଣେ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତିସମ୍ପନ୍ନ ଆଇନଜୀବୀ। ସେ ପୂର୍ବରୁ ମିଳିତ ଜାତିସଂଘ (UN) ର ମାନବାଧିକାର ମୁଖ୍ୟ ଏବଂ ଆନ୍ତର୍ଜାତିକ ଅପରାଧ ନ୍ୟାୟାଳୟ (ICC) ର ବିଚାରପତି ଭାବରେ କାର୍ଯ୍ୟ କରିଛନ୍ତି। ଦକ୍ଷିଣ ଆଫ୍ରିକାର ବର୍ଣ୍ଣବୈଷମ୍ୟ ନୀତି ବିରୋଧରେ ଲଢେଇ କରିଥିବା ନେଲସନ ମଣ୍ଡେଲାଙ୍କ ପାଇଁ ସେ ମଧ୍ୟ ଆଇନଗତ ଲଢ଼େଇ ଲଢ଼ିଥିଲେ। ଗତବର୍ଷ ଇସ୍ରାଏଲ-ଗାଜା ଯୁଦ୍ଧରେ ଇସ୍ରାଏଲକୁ ନରସଂହାର ପାଇଁ ଦାୟୀ କରିଥିବା ଜାତିସଂଘ ପ୍ୟାନେଲର ସେ ନେତୃତ୍ୱ ନେଇଥିଲେ, ଯାହା ପାଇଁ ସେ ଇସ୍ରାଏଲର ଚକ୍ଷୁଶୂଳ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ସିଜେପିର ବିକ୍ଷୋଭ ପୂର୍ବରୁ ଗୁରୁଗ୍ରାମରେ ୟୁଟ୍ୟୁବର ଧ୍ରୁବ ରାଠୀ ଅଟକ

ପୁରସ୍କାର ବାଣ୍ଟିବା ନେଇ ପିଲ୍ଲେଙ୍କ ଟାହିଟାପରା

ଟ୍ରମ୍ପଙ୍କ ଅସନ୍ତୋଷ ପ୍ରକାଶ ପାଇବା ପରେ ନାଭି ପିଲ୍ଲେ ଏହା ଉପରେ ଏକ ମଜାଦାର ପ୍ରତିକ୍ରିୟା ଦେଇଛନ୍ତି। ଜର୍ମାନୀର ନ୍ୟୁରେମବର୍ଗ (Nuremberg) ଠାରେ ଏକ ସମ୍ମିଳନୀରେ ଯୋଗଦେଇ ସେ ଦର୍ଶକଙ୍କ ଉଦ୍ଦେଶ୍ୟରେ ଥଟ୍ଟା କରି କହିଛନ୍ତି, "ଯଦି ଆପଣମାନେ ଆଉ ଟିକେ ଜୋରରେ ତାଳି ମାରିବେ, ତେବେ ମୁଁ ହୁଏତ ଏହି ପୁରସ୍କାରକୁ ଟ୍ରମ୍ପଙ୍କ ସହ ବାଣ୍ଟିଦେବି"। ଗତବର୍ଷର ବିଜେତା ଭେନେଜୁଏଲାର ମାରିଆ କୋରିନା ମାଚାଡୋ (Maria Corina Machado) ନିଜ ପୁରସ୍କାରକୁ ପ୍ରତୀକାତ୍ମକ ଭାବେ ଟ୍ରମ୍ପଙ୍କୁ ସମର୍ପିତ କରିଥିଲେ, ଯାହାକୁ ନେଇ ଚଳିତ ବର୍ଷ ମଧ୍ୟ ଚର୍ଚ୍ଚା ଜୋର ଧରିଛି।

ଇସ୍ରାଏଲର ତୀବ୍ର ପ୍ରତିକ୍ରିୟା

ପିଲ୍ଲେଙ୍କୁ ଏହି ସମ୍ମାନ ମିଳିବା ପରେ କେବଳ ଟ୍ରମ୍ପ ନୁହଁନ୍ତି, ଇସ୍ରାଏଲ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଇସ୍ରାଏଲ ବୈଦେଶିକ ମନ୍ତ୍ରୀ ଗିଡିଅନ୍ ସାର୍ (Gideon Sa'ar) ନୋବେଲ କମିଟିର ଏହି ନିଷ୍ପତ୍ତିକୁ ସମାଲୋଚନା କରି ଏହାକୁ ଇସ୍ରାଏଲ ପ୍ରତି ଥିବା ଘୃଣା ଏବଂ ପକ୍ଷପାତିତାର ଏକ ଜ୍ୱଳନ୍ତ ଉଦାହରଣ ବୋଲି ଅଭିହିତ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର