ଧର୍ମଶାଳାର ପୂର୍ବତନ ବିଧାୟକଙ୍କୁ ଆକ୍ରମଣ ଘଟଣାରେ ବର୍ଷିଲା ବିଜେଡି, 'ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ବିଜେପି ସରକାର ଦାୟୀ'

Madhusudan Das Picture
Published On

ଭୁବନେଶ୍ୱର: ଜନ ସମ୍ପର୍କ ପଦଯାତ୍ରା ସମୟରେ ଯାଜପୁର ଜିଲ୍ଲା ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାକୁ ବିଜେଡି କଡ଼ା ନିନ୍ଦା କରିଛି। ରାଜ୍ୟରେ ବର୍ତ୍ତମାନ ସାଧାରଣ ଜନତାଙ୍କଠାରୁ ଜନ ପ୍ରତିନିଧିଙ୍କ ପର୍ଯ୍ୟନ୍ତ ସମସ୍ତେ ଅସୁରକ୍ଷିତ। ପ୍ରଣବଙ୍କ ଉପରେ ଆକ୍ରମଣ ଧର୍ମଶାଳା ବିଧାୟକଙ୍କ ଇଙ୍ଗିତରେ ସଂଗଠିତ ହେଉଛି। ଡବଲ ଇଞ୍ଜିନ ସରକାରରେ ରାଜ୍ୟ ସମେତ ଯାଜପୁର ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡିଛି। ଧର୍ମଶାଳା ନିର୍ବାଚନମଣ୍ଡଳୀରେ ଏହିପରି ଘଟଣା ବାରମ୍ୱାର ଘଟିବା ଦ୍ୱାରା ଆଇନଶୃଙ୍ଖଳା ପରିସ୍ଥିତି ଚରମ ସୀମାକୁ ପହଞ୍ଚିଛି ବୋଲି ଅଭିଯୋଗ କରି ସୋମବାର ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀ ଦଳର ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା ଓ ବିଧାୟକ କ୍ୟାପଟେନ୍‌ ଦିବ୍ୟ ଶଙ୍କର ମିଶ୍ର ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।

ଆହୁରି ପଢ଼ନ୍ତୁ: ପୁରୀରେ ଖଜା ତିଆରି ଗୋଦାମରେ ଚଢ଼ାଉ; ୫ଟି ୟୁନିଟ୍ ସିଲ୍, ୪ କୁଇଣ୍ଟାଲ ଖଜା ଜବତ

ଶ୍ରୀ ଦାସବର୍ମା କହିଛନ୍ତି ଯେ ଯାଜପୁର ଜିଲ୍ଲାର ଧର୍ମଶାଳା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗଡ଼ମଧୁପୁର ଗ୍ରାମ ପଞ୍ଚାୟତର ପନ୍ତୁରି ଗାଁରେ ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ସମୟରେ ବିଜେପି କର୍ମକର୍ତ୍ତା ମାନେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଥିଲେ। ବିଜେପି ସମର୍ଥକମାନେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡିକୁ ଟେକାମାଡ଼ କରି ଭାଙ୍ଗିବା ସହ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ପ୍ରାୟ ୫୦ ଜଣରୁ ଅଧିକ ସଶସ୍ତ୍ର ବ୍ୟକ୍ତି ସଂଘବଦ୍ଧ ଭାବେ ପୂର୍ବ ଯୋଜନା ମୁତାବକ ଆକ୍ରମଣ କରିଥିଲେ। ବିଜେପି ସରକାରକୁ ଆସିବା ଦିନଠାରୁ ସାରା ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି। ଧର୍ମଶାଳାରେ ଖଣି ମାଫିଆ, ଡ୍ରଗ୍ସ ମାଫିଆଙ୍କ ପ୍ରାଦୁର୍ଭାବ ଅନେକ ମାତ୍ରାରେ ବୃଦ୍ଧି ପାଇଛି। ମାଫିଆମାନଙ୍କ ଲିଙ୍କ୍‌ରେ କୋଟି କୋଟି ଟଙ୍କାର ଉତ୍ସ ଧର୍ମଶାଳାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଚେର ଲମ୍ୱିଛି। ପୁଲିସ ଉପସ୍ଥିତିରେ ଆକ୍ରମଣ ହେଲା; ହେଲେ ଅଭିଯୋଗ ପରେ ବି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପଦକ୍ଷେପ ଗ୍ରହଣ କଲେ ନାହିଁ। ଜେନାପୁର ଥାନା ଅଧିକାରୀଙ୍କ କାର୍ଯ୍ୟକଳାପ ମଧ୍ୟ ସନ୍ଦେହ ଘେରରେ ରହିଛି। ଥାନା ଅଧିକାରୀ କେଉଁ ଅଦୃଶ୍ୟ ଚାପଗ୍ରସ୍ତ ହୋଇ ରହିଛନ୍ତି ବୋଲି ଶ୍ରୀ ଦାସବର୍ମା ପ୍ରଶ୍ନ କରିଛନ୍ତି। 

ଆହୁରି ପଢ଼ନ୍ତୁ: ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ଶିକ୍ଷା ପ୍ରଦାନ କରୁଛି

ବିଧାୟକ କ୍ୟାପଟେନ୍‌ ମିଶ୍ର କହିଛନ୍ତି ଯେ ଧର୍ମଶାଳାରେ ବାରମ୍ୱାର ଅପରାଧିକ କାର୍ଯ୍ୟକଳାପ ଘଟୁଛି। ଯାହାଦ୍ୱାରା ପ୍ରଜାତନ୍ତ୍ରକୁ ହତ୍ୟା କରି ମାନବିକ ଅଧିକାରକୁ କ୍ଷୁଣ୍ଣ କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଗୃହ ବିଭାଗ ରହିଛି। ତେବେ ଗୋଟିଏ ସ୍ଥାନରେ ବାରମ୍ୱାର ଏହିପରି ଅପରାଧ ଘଟିବା କାରଣ ନେଇ ବିଭାଗୀୟ ତଦନ୍ତ ମୁଖ୍ୟମନ୍ତ୍ରୀ କାହିଁକି କରାଉ ନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ହେଉଛି ରାଜ୍ୟର ପରିଚୟ, ଯାହାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଗୁରୁତ୍ୱ ପ୍ରଦାନ କରୁଥିଲେ। କିନ୍ତୁ ବର୍ତ୍ତମାନ ବିଜେପି ସରକାରରେ ପ୍ରତି ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତି ଚରମ ସୀମାରେ ପହଞ୍ଚି ଯାଇଛି। ଏହାଦ୍ୱାରା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିିଶା ବାରମ୍ୱାର ନିନ୍ଦିତ ହେବାରେ ଲାଗିଛି। ଗଡ଼ମଧୁପୁର ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରା ନ ଗଲେ ବିଜେଡି ପକ୍ଷରୁ ଆଇନର ଆଶ୍ରୟ ନିଆଯିବ ବୋଲି କ୍ୟାପ୍‌ଟେନ୍‌ ମିଶ୍ର କହିଛନ୍ତି।

ଆହୁରି ପଢ଼ନ୍ତୁ: ଛାତ୍ର ସଂସଦ ନିର୍ବାଚନ ୨୦୨୬: କ୍ୟାମ୍ପସରେ ହିଂସା ଓ ବାହାର ଲୋକଙ୍କ ପ୍ରବେଶକୁ ନେଇ ଡିଜିପିଙ୍କ କଡ଼ା ଚେତାବନୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର