ଆଜି ଅଧିକାଂଶ ଜିଲ୍ଲାରେ ବର୍ଷା-ପବନ, ୯ ବେଳକୁ ଆଉ ଏକ ଲଘୁଚାପ

Satyajeet Sahoo Picture
Published On

ଭୁବନେଶ୍ୱର : ଗଭୀର ଅବପାତ କାରଣରୁ ଦଶହରା ଶେଷାର୍ଦ୍ଧ ଫିକା ପଡ଼ିଥିବା ବେଳେ ଆସନ୍ତା ୯ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗର ବିଭିନ୍ନ ମଡେଲ ପୂର୍ବାନୁମାନ କରିଛି।  ଆଇଏମଡିର ଜିଏସ୍‌ଏଫ୍‌ ମଡେଲ ଆକଳନ ଅନୁଯାୟୀ ୫ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି କ୍ରମଶଃ ଉତ୍ତର ବଙ୍ଗୋପସାଗର ଆଡ଼କୁ ମୁହାଁଇବ। ୯ ତାରିଖ ସୁଦ୍ଧା ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଜିଏସ୍‌ଏଫ୍‌ ଆକଳନ କରିଛି।

ଆହୁରି ପଢ଼ନ୍ତୁ: ଜମୁଛି କଟକ ଐତିହାସିକ ବାଲିଯାତ୍ରା: ଅନ୍ତରା ଚକ୍ରବର୍ତ୍ତୀଙ୍କ ସଂଗୀତରେ ମତୁଆଲା ହେଲେ ଦର୍ଶକ

ସେହିପରି ଏନ୍‌ସିଇପି-ଜିଏସଏଫ ମଡେଲ ମଧ୍ୟ ସମାନ ପୂର୍ବାନୁମାନ ଦୋହରାଇଛି। ଅପରପକ୍ଷେ ରବିବାର ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ବର୍ଷା, ବିଜୁଳି ସହ ୩୦ରୁ ୪୦ କିମି ବେଗରେ ପବନ ବହିବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି  ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ରବିବାର ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: Pahala Overbridge Accident: ପାହାଳ ଓଭରବ୍ରିଜ୍ ଉପରେ ଭୟଙ୍କର ଦୁର୍ଘଟଣା: ଟ୍ରକ୍ ଚକା ତଳେ ଚାପି ହୋଇ ସ୍ତ୍ରୀ ମୃତ, ସ୍ୱାମୀ ସଙ୍କଟାପନ୍ନ

Join Us @ WhatsApp

About The Author

Google News
Join Us @ WhatsApp