ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, ଦିନିକିଆରେ ଶୁବମନ ଗିଲ୍ ଅଧିନାୟକ

Deviprasad Mohanty Picture
Published On

ନୂଆଦିଲ୍ଲୀ: ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତ କରିବ। ଅଷ୍ଟ୍ରେଲିଆ ସହ ୩ ଟିକିଆ ଦିନିକିଆ ମ୍ୟାଚ୍‌ ସିରିଜ୍ ଓ ୫ ଟିକିଆ ଟି-ଟ୍ୱେଣ୍ଟି ସିରିଜ୍ ଖେଳିବ ଭାରତ। ଅକ୍ଟୋବର ୧୯ ତାରିଖରୁ ଦିନିକିଆ ସିରିଜ ଆରମ୍ଭ ହୋଇଯିବ। ଦିନିକିଆ ଓ ଟି-୨୦ ସିରିଜ ପାଇଁ ଟମ୍ ଘୋଷଣା କରିଛି ଭାରତ। ଦିନିକିଆରେ ରୋହିତଙ୍କ ସ୍ଥାନରେ ଶୁବମନ ଗିଲ୍ ନୂଆ ଅଧିନାୟକ ଦାୟିତ୍ବ ପ୍ରଦାନ କରାଯାଇଛି। ଶେୟସ ଆୟର ଉପଅଧିନାୟକ ଦାୟିତ୍ବ ତୁଲାଇବେ। ସେହିପରି ଟି-୨୦ ରେ ସୂର୍ଯ୍ୟକୁମାର ଯାଦବ ଅଧିନାୟକ ଦାୟିତ୍ବ ତୁଲାଇବେ ଓ ଉପଅଧିନାୟକ ଦାୟିତ୍ବ ଶୁବମନ ଗିଲ୍ ତୁଲାଇବେ। ଆହତ କାରଣରୁ ଦିନିକିଆରେ ରିଷଭ ପନ୍ତ ଦଳରୁ ବାଦ୍ ପଡ଼ିଛନ୍ତି।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ବିପକ୍ଷ ଦିନିକିଆ ସିରିଜ ପାଇଁ ଟିମ୍ : ରୋହିତ ଶର୍ମା, ବିରାଟ କୋହଲି, ଶୁବମନ ଗିଲ(ଅଧିନାୟକ), ଶ୍ରେୟସ ଆୟର (ଉପଅଧିନାୟକ), ଅକ୍ଷର ପଟେଲ, କେଏଲ ରାହୁଏ (ୱିକେଟ କିପର), ନୀତିଶ କୁମାର ରେଡ୍ଡୀ, ୱାଂଶିଟନ ସୁନ୍ଦର, କୁଲଦୀପ ଯାଦବ, ହର୍ଷିତ ରାଣା, ମହମ୍ମଦ ସିରାଜ, ଅର୍ଶଦୀପ ସିଂହ, ପ୍ରସିଦ୍ଧ କ୍ରିଷ୍ଣା, ଧ୍ରୁବ ଜୁରେଲ ଏବଂ ଯଶସ୍ବୀ ଜୟସୱାଲ ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

ଟି୨୦ ସିରିଜ ପାଇଁ ଟିମ୍: ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ଅଭିଷେକ ଶର୍ମା, ଶୁବମନ ଗିଲ୍ (ଉପଅଧିନାୟକ), ତିଳକ ବର୍ମା, ନୀତିଶ କୁମାର ରେଡ୍ଡୀ, ଶିବମ ଦୁବେ, ଅକ୍ଷର ପଟେଲ, ଜିତେଶ ଶର୍ମା (ୱିକେଟ କିପର), ବରୁଣ ଚକ୍ରବର୍ତ୍ତୀ, ଜସପ୍ରୀତ ବୁମରା, ଅର୍ଶଦୀପ ସିଂହ, କୁଲଦୀପ ଯାଦବ, ହର୍ଷିତ ରାଣା, ସଞ୍ଜୁ ସାମସନ, ରିଙ୍କୁ ସିଂ, ୱାଂଶିଟନ ସୁନ୍ଦର ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର