ଜିଏସ୍‌ଟିରେ ହ୍ରାସ ଖାଲି ଭେଳିକି; ଖାଉଟିଙ୍କୁ ମିଳୁନି ଲାଭ, ଟିକସ ହ୍ରାସ ପୂର୍ବରୁ ୧୦ ପ୍ରତିଶତ ମୂଲ୍ୟ ବଢ଼ାଇଛନ୍ତି ବଡ଼ କମ୍ପାନୀ

ଲୋକାଲ୍‌ ସର୍କଲ୍‌ ସର୍ଭେ ରିପୋର୍ଟ; ଏ ଯାଏ କମିଲାନି ପ୍ୟାକେଜ୍ ଖାଦ୍ୟ, ଔଷଧ ମୂଲ୍ୟ

Deviprasad Mohanty Picture
Published On

ନୂଆଦିଲ୍ଲୀ:କେନ୍ଦ୍ର ସରକାର ସମ୍ପ୍ରତି ଜିଏସ୍‌ଟି ହାରରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି। ଏଥିରେ ପ୍ରାୟ ୪୦୦ ସାମଗ୍ରୀ ଉପରୁ ଟିକସ ହାର ହ୍ରାସ ପାଇଛି। ନବରାତ୍ରିର ପ୍ରଥମ ଦିନ ଅର୍ଥାତ୍‌ ସେପ୍ଟେମ୍ବର ୨୨ଠାରୁ ନୂତନ ଜିଏସ୍‌ଟି ହାର ଲାଗୁ ହୋଇଛି। କେନ୍ଦ୍ର ସରକାର ଜିଏସ୍‌ଟିରେ ହ୍ରାସ ଘଟାଇଥ଄ଲେ ସୁଦ୍ଧା ବଜାର ଦରରେ ଖାଉଟିଙ୍କୁ ଏ ଯାଏ ତା’ର ଲାଭ ମିଳୁନାହିଁ।  ଏମିତିକି ଏ ପର୍ଯ୍ୟନ୍ତ ପ୍ୟାକେଜ୍ ଖାଦ୍ୟ ସହ ଔଷଧ ସାମଗ୍ରୀ କ୍ଷେତ୍ରରେ ଜିଏସ୍‌ଟି ହ୍ରାସ ପାଇ ନ ଥ଄ବା ଲୋକାଲ୍‌ ସର୍କଲ୍‌ ସର୍ଭେ ରିପୋର୍ଟରେ କୁହାଯାଇଛି। ଅପରପକ୍ଷେ ଜିଏସ୍ଟି ହାରରେ  ହ୍ରାସ ପୂର୍ବରୁ ବଡ଼ ବଡ଼ କମ୍ପାନୀଗୁଡ଼ିକ ଅନେକ ଉତ୍ପାଦର ମୂଲ୍ୟରେ ବୃଦ୍ଧି ଘଟାଇଥିବା ଭଳି ସାଂଘାତିକ ଅଭିଯୋଗ କରିଛି କଂଗ୍ରେସ। କରିଥିଲେ।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଶୁଣାଣିକୁ ସେପ୍ଟେମ୍ବର ୭କୁ ଘୁଞ୍ଚାଇଲେ ସୁପ୍ରିମକୋର୍ଟ

କଂଗ୍ରେସ ମହାସଚିବ ଜୟରାମ ରମେଶ 'ଏକ୍ସ'ରେ ଏକ ଗଣମାଧ୍ୟମ ରିପୋର୍ଟ ସେୟାର କରିଛନ୍ତି, ଯେଉଁଥିରେ କେନ୍ଦ୍ର ସରକାର ସେପ୍ଟେମ୍ବର ୨୨ ରୁ ଖାଦ୍ୟ ସାମଗ୍ରୀ ଉପରେ ଜିଏସ୍ଟି ହାର ୧୨ରୁ ୫ପ୍ରତିଶତକୁ ହ୍ରାସ କରିଛନ୍ତି । ଗ୍ରାହକମାନେ ଏଥିରୁ ସିଧାସଳଖ ଲାଭ ପାଇବା ଉଚିତ ଥିଲା, କିନ୍ତୁ ବାସ୍ତବତା ସମ୍ପୂର୍ଣ୍ଣ ବିପରୀତ। ରିପୋର୍ଟରେ ଦାବି କରାଯାଇଛି ଯେ ବଡ଼ ବଡ଼ କମ୍ପାନୀଗୁଡ଼ିକ ଟିକସ ହ୍ରାସ ବିଷୟରେ ଜାଣିବା ମାତ୍ରେ, ସେମାନଙ୍କ ଉତ୍ପାଦର ମୂଲ୍ୟ ୧୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଯାହାଫଳରେ ଜିଏସ୍ଟି ହାର ହ୍ରାସ ପରେ ସାଧାରଣ ଲୋକଙ୍କୁ ଉତ୍ପାଦର ବଜାର ମୂଲ୍ୟ କ୍ଷେତ୍ରରେ କୌଣସି ଆଶ୍ୱସ୍ତି ମିଳିନାହିଁ। ଏହା ‘ସଞ୍ଚୟ ଉତ୍ସବ ନୁହେଁ, ବରଂ ଏକ ଚପତ ମହୋତ୍ସବ’ ବୋଲି କଂଗ୍ରେସ କହିଛି।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

ଏହି ସର୍ଭେ ରିପୋର୍ଟ ଅନୁଯାୟୀ, ପ୍ୟାକେଜ୍ ଖାଦ୍ୟ ଏବଂ ଔଷଧ ଉପରେ ଜିଏସ୍‌ଟି ହ୍ରାସର ଲାଭ ପ୍ରତି ୧୦ ଜଣ ଗ୍ରାହକଙ୍କ ମଧ୍ୟରୁ ତିନି ଜଣରୁ କମ୍ ଗ୍ରାହକଙ୍କ ପାଖରେ ପହଞ୍ଚିଛି। ଜିଏସ୍‌ଟି  ୨.୦ କାର୍ଯ୍ୟକାରୀ ହେବା ପରେ ଗ୍ରାହକଙ୍କୁ ପ୍ୟାକେଜ୍‌ଡ ଖାଦ୍ୟ ପାଇଁ କମ୍ ଦେୟ ଦେବାକୁ ପଡିବ ବୋଲି କୁହାଯାଉଥ଄ଲା। ସର୍ଭେ ହୋଇଥିବା ଲୋକଙ୍କ ମଧ୍ୟରୁ ୧୦% କହିଛନ୍ତି ଯେ ସେମାନେ ସମ୍ପୂର୍ଣ୍ଣ ଲାଭ ପାଇଛନ୍ତି, ଯେତେବେଳେ କି ୨୧% କହିଛନ୍ତି ଯେ ସେମାନେ କିଛି ଲାଭ ପାଇଛନ୍ତି। ସର୍ଭେରେ ସାମିଲ ଲୋକଙ୍କ ମଧ୍ୟରୁ ୪୭% କହିଛନ୍ତି ଯେ ସେମାନେ କୌଣସି ଲାଭ ପାଇନାହାଁନ୍ତି, ଯେତେବେଳେ କି ୨୧% ଲୋକ ଏ ନେଇ ନିରବ ରହିଛନ୍ତି। ଅପରପକ୍ଷେ ନୂତନ ଜିଏସ୍‌ଟି ହାର ଯାନବାହାନ କ୍ରୟକୁ ଶସ୍ତା କରିଛି କି ବୋଲି ପଚରାଯିବାରୁ ୭୬% ଲୋକ କହିଛନ୍ତି ଯେ ସେମାନେ ଜିଏସ୍‌ଟି ହାର ହ୍ରାସର ସମ୍ପୂର୍ଣ୍ଣ ଲାଭ ପାଇଛନ୍ତି। ୨୪% ଲୋକ କହିଛନ୍ତି ଯେ ସେମାନେ କେବଳ ଏ କ୍ଷେତ୍ରରେ ଏକ ଛୋଟ ଲାଭ ପାଇଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

ଜିଏସ୍‌ଟି ହାର ହ୍ରାସ ପରେ ଔଷଧ ସାମଗ୍ରୀ ମୂଲ୍ୟ କମିଛି କି ସର୍ଭେରେ ପଚରାଯାଇଥ଄ବା ପ୍ରଶ୍ନର ଉତ୍ତରରେ ୧୦% ଲୋକ କହିଛନ୍ତି ଯେ ସେମାନେ ଏ କ୍ଷେତ୍ରରେ ସମ୍ପୂର୍ଣ୍ଣ ଲାଭ ପାଇଛନ୍ତି। ସର୍ଭେରେ ସାମିଲ ହୋଇଥିବା ଲୋକଙ୍କ ମଧ୍ୟରୁ ୨୪% କହିଛନ୍ତି ଯେ ସେମାନେ ଜିଏସ୍‌ଟି ହ୍ରାସରୁ କିଛି ଲାଭ ପାଇଛନ୍ତି। ୬୨% ଲୋକ କହିଛନ୍ତି ଯେ ସେମାନେ ଏହି ହ୍ରାସରୁ କୌଣସି ଲାଭ ପାଇନାହାଁନ୍ତି, ଯେତେବେଳେ କି ୪% ଏହାର କୌଣସି ଉତ୍ତ ଦେଇନାହଁାନ୍ତି। 
ହ୍ବାଇଟ୍ ଗୁଡ୍ସ କିମ୍ବା ଇଲେକ୍ଟ୍ରୋନିକ୍ ଜିନିଷ କ୍ରୟ ଉପରେ ଗ୍ରାହକଙ୍କୁ ଜିଏସ୍‌ଟି ହାର ହ୍ରାସର ଲାଭ ଉପରେ ମତ ରଖି  ୩୩% ଲୋକ କହିଛନ୍ତି ଯେ ସେମାନେ କେବଳ ଏକ ଛୋଟ ଲାଭ ପାଇଛନ୍ତି। ୩୪%ଲୋକ କହିଛନ୍ତି ଯେ ସେମାନେ ସମ୍ପୂର୍ଣ୍ଣ ଲାଭ ପାଇସାରିଛନ୍ତି। ସେହିପରି ୩୩% ଲୋକ କହିଛନ୍ତି ଯେ ସେମାନେ ନୂତନ ହାରରୁ କୌଣସି ଲାଭ ପାଇନାହାଁନ୍ତି। ଲୋକାଲ୍‌ ସର୍କଲ୍ସ ଦ୍ୱାରା କରାଯାଇଥିବା ଏହି ସର୍ଭେରେ ୭୮,୦୦୦ ଲୋକ ଅଂଶଗ୍ରହଣ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର