ପୋଲିସ ଏସ୍‌ଆଇ ନିଯୁକ୍ତିରେ କେଳେଙ୍କାରୀ ପ୍ରସଙ୍ଗ, ସିବିଆଇ ତଦନ୍ତ ଦାବିରେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

Satyajeet Sahoo Picture
Published On

ଆଉଟସୋର୍ସିଂ ମାଧ୍ୟମରେ ଦୁର୍ନୀତି ପାଇଁ ବାଟ ଖୋଲାଯାଇଥିଲା  ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ପଞ୍ଚସଫ୍ଟ ଭଳି ଅନଭିଜ୍ଞ ସଂସ୍ଥାକୁ ଦାୟିତ୍ୱ  ଚାକିରୀ ବିକ୍ରି ରାଜ୍ୟ ସରକାରଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମ  ସୋମବାର ହେବ ବିଜେଡିର ପ୍ରତିବାଦ ଶୋଭାଯାତ୍ରା 

ଭୁବନେଶ୍ୱର : ପୋଲିସ ଏସ୍‌ଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ଘଟଣାରେ ରାଜ୍ୟ ସରକାରଙ୍କର ପ୍ରଚ୍ଛନ୍ନ ହାତ ରହିଛି ବୋଲି ଅଭିଯୋଗ କରି ସିବିଆଇ ତଦନ୍ତ ଦାବିରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ବିଜୁ ଜନତା ଦଳ ଘୋଷଣା କରିଛି। ପୋଲିସ ବିଭାଗରେ ଏହି ଦୁର୍ନୀତି ହୋଇଥିବା ବେଳେ ପୋଲିସ ବିଭାଗର ଏକ ଅଂଶ ଭାବେ ରହିଥିବା କ୍ରାଇମବ୍ରାଞ୍ଚ ଦ୍ୱାରା ତଦନ୍ତ କରିବା ଗ୍ରହଣୀୟ ନୁହେଁ ବୋଲି ବିଜୁ ଜନତା ଦଳ କହିଛି। 

ଆହୁରି ପଢ଼ନ୍ତୁ: ଆସନ୍ତା ୧୯ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ରିଚେକିଂ ଫଳାଫଳ

ଶଙ୍ଖ ଭବନରେ ଶନିବାର ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ପ୍ରୀତି ରଞ୍ଜନ ଘଡେଇ ଓ ବିଜୁ ଯୁବ ଜନତା ଦଳର ସଭାପତି  ଚିନ୍ମୟ ସାହୁ ପୋଲିସ ଏସ୍‌ଆଇ ନିଯୁକ୍ତି ପରୀକ୍ଷାରେ ହୋଇଥିବା କେଳେଙ୍କାରୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଭୂମିକା ପ୍ରଶ୍ନବାଚୀ ହୋଇଛି ବୋଲି କହିଥିଲେ। ଶ୍ରୀ ଘଡେଇ କହିଥିଲେ, ଏହି ନିଯୁକ୍ତି ପରୀକ୍ଷାକୁ କରିବା ପାଇଁ ପ୍ରାଥମିକ ଭାବେ ଆଇଟିଆଇ ସଂସ୍ଥାକୁ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ, ଏହା ଦୁଇ ଦୁଇଟି ସଂସ୍ଥାକୁ ଆଉଟସୋର୍ସିଂ କରାଯାଇଥିଲା। ରାଜ୍ୟ ସରକାରଙ୍କ ଆଉଟସୋର୍ସିଂ ନୀତି ସ୍ପଷ୍ଟ ହେବା ଦରକାର। କାହା ନିର୍ଦ୍ଦେଶରେ ଏପରି ଏକ ଅନଭିଜ୍ଞ କମ୍ପାନୀକୁ ଆଉଟସୋର୍ସିିଂ କରାଯାଇଥିଲା। ଏହି ଆଉଟସୋର୍ସିିଂ ମାଧ୍ୟମରେ ଦୁର୍ନୀତି କରିବା ପାଇଁ ବାଟ ତିଆରି କରିଥିଲେ ରାଜ୍ୟ ସରକାର। ଏହି ଘଟଣାରେ, ଓପିଆରବିର ଅଧ୍ୟକ୍ଷ ଓ ରାଜ୍ୟ ସରକାରଙ୍କ  ଗୃହ ବିଭାଗର ସଚିବ ତଦନ୍ତ ପରିସରଭୁକ୍ତ ହେବା ଦରକାର। ରାଜ୍ୟର ହଜାର ହଜାର ଚାକିରୀ ଆଶାୟୀ ଯୁବକ ଆଜି ଏହି ଘଟଣାରେ ହତାଶ ହୋଇଛନ୍ତି। ଏହି ଘଟଣାରେ ପୋଲିସ ଅଧିକାରୀ ମଧ୍ୟ ଅଭିଯୁକ୍ତ ରହିଥିବା ବେଳେ କ୍ରାଇମବ୍ରାଞ୍ଚ ଦ୍ୱାରା ତଦନ୍ତରେ ନ୍ୟାୟ ମିଳିବା ନେଇ ସନ୍ଦେହ ରହିଛି। ତେଣୁ, ସିବିଆଇ ତଦନ୍ତ ଏକ ମାତ୍ର ବିକଳ୍ପ। ଯଦି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଏହି ଘଟଣାରେ ତାଙ୍କର ସ୍ୱଚ୍ଛତା ପ୍ରତିପାଦନ କରିବାକୁ ଚାହୁଁଛନ୍ତି, ତାହେଲେ ତୁରନ୍ତ ଏହି ଘଟଣାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରନ୍ତୁ ବୋଲି ଶ୍ରୀ ଘଡେ଼ଇ କହିଥିଲେ। 

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା +୩ ପ୍ରଥମ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ, ଅଧିକାଂଶ ଷ୍ଟ୍ରିମ୍‌ରେ ରେଭେନ୍ସା ବିଶ୍ବବିଦ୍ୟାଳୟ ଆଗରେ

ଶ୍ରୀ ଚିନ୍ମୟ ସାହୁ କହିଥିଲେ, ଚାକିରୀ ବିକ୍ରି ଘଟଣା ହେଉଛି ରାଜ୍ୟ ସରକାରଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମ। ଚଳିତ ବର୍ଷ ମାର୍ଚ୍ଚ ୭ ଓ ୮ରେ ହେବାକୁ ଥିବା ଲିଖିତ ପରୀକ୍ଷାକୁ ଶେଷ ମୁହୂର୍ତ୍ତରେ ବାତିଲ କରି ଦିଆଯାଇଥିଲା। ପରୀକ୍ଷା ବାତିଲ କରିବା ପାଇଁ କୌଣସି ନିର୍ଦ୍ଧିଷ୍ଟ କାରଣ ଦିଆଯାଇନଥିଲା। ବାସ୍ତବରେ, ଚାକିରୀ ବିକ୍ରି କରି ମୋଟା ଅଙ୍କର ଅର୍ଥ ଆଦାୟ କରିବା ଯୋଜନାର ଏହା ଥିଲା ଅୟମାରମ୍ଭ। ବିଜେପି ସଭାପତି ଶ୍ରୀ ମନମୋହନ ସାମଲ ଗତ କାଲି ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ଶ୍ରୀ ସାହୁ କହିଥିଲେ, ମଲମ ପର୍ଯ୍ୟାପ୍ତ ନୁହେଁ, ସର୍ଜରୀର ଆବଶ୍ୟକତା ରହିଛି ବୋଲି କହିଥିଲେ। ବାସ୍ତବିକ, ମଲମ ମାନେ  କମ ଅଙ୍କରେ ନୁହେଁ, ସର୍ଜରୀ ଅର୍ଥ ମୋଟା ଅଙ୍କରେ ଚାକିରୀ ବିକ୍ରି ପାଇଁ ବିଜେପି ଯୋଜନା କରି ପ୍ରଥମ ପରୀକ୍ଷାକୁ ବାତିଲ କରାଯାଇଥିଲା। ତାପରେ ନିଯୁକ୍ତି ପରୀକ୍ଷା ଆୟୋଜନ କରିବାରେ ତିଳେ ମାତ୍ର ଅଭିଜ୍ଞତା ନଥିବା ସଂସ୍ଥା ପଞ୍ଚସଫ୍ଟକୁ ଆଉଟସୋର୍ସିିଂ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ବିରିୟାନୀ ଖରାପ ବୋଲି କହିବାରୁ ଗ୍ରାହକଙ୍କୁ ନିର୍ଦ୍ଧୁମ ମାଡ଼, ମୁଣ୍ଡ ଫଟାଇ ରାସ୍ତାରେ ଫିଙ୍ଗିଦେଲେ ହୋଟେଲ କର୍ମଚାରୀ

ଏହି କମ୍ପାନୀ ମାଧ୍ୟମରେ ଆଶାୟୀ ମାନଙ୍କ ଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରାଯାଇଥିଲା। ପ୍ରତି ଆଶାୟୀଙ୍କ ଠାରୁ ଦଶ ଲକ୍ଷ ଟଙ୍କା ଅଗ୍ରୀମ ଆକାରରେ ଆଦାୟ ହୋଇ ସାରିଥିଲା ଓ ସର୍ତ୍ତ ଅନୁସାରେ ଚାକିରୀ ପାଇବା ପରେ ଆଉ ପନ୍ଦର ଲକ୍ଷ ଦେବାକୁ ବାକି ରହିଥିଲା। କିନ୍ତୁ, ବ୍ରହ୍ମପୁରରେ ସେମାନଙ୍କୁ ଏକତ୍ରିତ କରି ଶ୍ରୀକାକୁଲମ ନେବା ପୂର୍ବରୁ ଆଶାୟୀ ମାନଙ୍କୁ ସେମାନଙ୍କ ଅରିଜିନାଲ ସାର୍ଟିଫିକେଟ ସଂସ୍ଥା ପାଖରେ ବନ୍ଧକ ରଖିବାକୁ କୁହାଯାଇଥିଲା। କିଛି ଆଶାୟୀ ଏହି ସର୍ତ୍ତରେ ରାଜି ହୋଇ ନଥିବାରୁ ଘଟଣା ବିଷୟରେ ପୋଲିସକୁ ଖବର ଯାଇଥିଲା ଓ ଶ୍ରୀକାକୁଲମ ଠାରେ ପୋଲିସ ଗିରଫ କରିଥିଲା। ତେଣୁ, ବିଜେପି ସଭାପତି ଶ୍ରୀ ମନମୋହନ ସାମଲ, ଏହି ଘଟଣାରେ ସରକାରଙ୍କ ସମ୍ପୃକ୍ତିକୁ ନେଇ ଖଣ୍ଡନ କରିବା, ମନ୍ଦିରରେ କିଏ ନା ମୁଁ କଦଳୀ ଖାଇନି ସଦୃଶ୍ୟ।  ରାଜ୍ୟ ସରକାରଙ୍କ ସମ୍ପୃକ୍ତି ଜଳ ଜଳ ହୋଇ ଦିଶୁଛି। ତେଣୁ, ବିଜେଡି ଏହାର ସିବିଆଇ ତଦନ୍ତ ଦାବି କରିଛି। ସୋମବାର ଅର୍ଥାତ ୬ ଅକ୍ଟୋବର ଦିନ ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ରାଜଧାନୀ ଭୁବନେଶ୍ୱରରେ ଧାରଣା ଦିଆଯିବ ବୋଲି ଶ୍ରୀ ସାହୁ ସୂଚନା ଦେଇଥିଲେ।

04 Oct 2025 By Satyajeet Sahoo

ପୋଲିସ ଏସ୍‌ଆଇ ନିଯୁକ୍ତିରେ କେଳେଙ୍କାରୀ ପ୍ରସଙ୍ଗ, ସିବିଆଇ ତଦନ୍ତ ଦାବିରେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ଭୁବନେଶ୍ୱର : ପୋଲିସ ଏସ୍‌ଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ଘଟଣାରେ ରାଜ୍ୟ ସରକାରଙ୍କର ପ୍ରଚ୍ଛନ୍ନ ହାତ ରହିଛି ବୋଲି ଅଭିଯୋଗ କରି ସିବିଆଇ ତଦନ୍ତ ଦାବିରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ବିଜୁ ଜନତା ଦଳ ଘୋଷଣା କରିଛି। ପୋଲିସ ବିଭାଗରେ ଏହି ଦୁର୍ନୀତି ହୋଇଥିବା ବେଳେ ପୋଲିସ ବିଭାଗର ଏକ ଅଂଶ ଭାବେ ରହିଥିବା କ୍ରାଇମବ୍ରାଞ୍ଚ ଦ୍ୱାରା ତଦନ୍ତ କରିବା ଗ୍ରହଣୀୟ ନୁହେଁ ବୋଲି ବିଜୁ ଜନତା ଦଳ କହିଛି। 

ଶଙ୍ଖ ଭବନରେ ଶନିବାର ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ପ୍ରୀତି ରଞ୍ଜନ ଘଡେଇ ଓ ବିଜୁ ଯୁବ ଜନତା ଦଳର ସଭାପତି  ଚିନ୍ମୟ ସାହୁ ପୋଲିସ ଏସ୍‌ଆଇ ନିଯୁକ୍ତି ପରୀକ୍ଷାରେ ହୋଇଥିବା କେଳେଙ୍କାରୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଭୂମିକା ପ୍ରଶ୍ନବାଚୀ ହୋଇଛି ବୋଲି କହିଥିଲେ। ଶ୍ରୀ ଘଡେଇ କହିଥିଲେ, ଏହି ନିଯୁକ୍ତି ପରୀକ୍ଷାକୁ କରିବା ପାଇଁ ପ୍ରାଥମିକ ଭାବେ ଆଇଟିଆଇ ସଂସ୍ଥାକୁ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ, ଏହା ଦୁଇ ଦୁଇଟି ସଂସ୍ଥାକୁ ଆଉଟସୋର୍ସିଂ କରାଯାଇଥିଲା। ରାଜ୍ୟ ସରକାରଙ୍କ ଆଉଟସୋର୍ସିଂ ନୀତି ସ୍ପଷ୍ଟ ହେବା ଦରକାର। କାହା ନିର୍ଦ୍ଦେଶରେ ଏପରି ଏକ ଅନଭିଜ୍ଞ କମ୍ପାନୀକୁ ଆଉଟସୋର୍ସିିଂ କରାଯାଇଥିଲା। ଏହି ଆଉଟସୋର୍ସିିଂ ମାଧ୍ୟମରେ ଦୁର୍ନୀତି କରିବା ପାଇଁ ବାଟ ତିଆରି କରିଥିଲେ ରାଜ୍ୟ ସରକାର। ଏହି ଘଟଣାରେ, ଓପିଆରବିର ଅଧ୍ୟକ୍ଷ ଓ ରାଜ୍ୟ ସରକାରଙ୍କ  ଗୃହ ବିଭାଗର ସଚିବ ତଦନ୍ତ ପରିସରଭୁକ୍ତ ହେବା ଦରକାର। ରାଜ୍ୟର ହଜାର ହଜାର ଚାକିରୀ ଆଶାୟୀ ଯୁବକ ଆଜି ଏହି ଘଟଣାରେ ହତାଶ ହୋଇଛନ୍ତି। ଏହି ଘଟଣାରେ ପୋଲିସ ଅଧିକାରୀ ମଧ୍ୟ ଅଭିଯୁକ୍ତ ରହିଥିବା ବେଳେ କ୍ରାଇମବ୍ରାଞ୍ଚ ଦ୍ୱାରା ତଦନ୍ତରେ ନ୍ୟାୟ ମିଳିବା ନେଇ ସନ୍ଦେହ ରହିଛି। ତେଣୁ, ସିବିଆଇ ତଦନ୍ତ ଏକ ମାତ୍ର ବିକଳ୍ପ। ଯଦି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଏହି ଘଟଣାରେ ତାଙ୍କର ସ୍ୱଚ୍ଛତା ପ୍ରତିପାଦନ କରିବାକୁ ଚାହୁଁଛନ୍ତି, ତାହେଲେ ତୁରନ୍ତ ଏହି ଘଟଣାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରନ୍ତୁ ବୋଲି ଶ୍ରୀ ଘଡେ଼ଇ କହିଥିଲେ। 

ଶ୍ରୀ ଚିନ୍ମୟ ସାହୁ କହିଥିଲେ, ଚାକିରୀ ବିକ୍ରି ଘଟଣା ହେଉଛି ରାଜ୍ୟ ସରକାରଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମ। ଚଳିତ ବର୍ଷ ମାର୍ଚ୍ଚ ୭ ଓ ୮ରେ ହେବାକୁ ଥିବା ଲିଖିତ ପରୀକ୍ଷାକୁ ଶେଷ ମୁହୂର୍ତ୍ତରେ ବାତିଲ କରି ଦିଆଯାଇଥିଲା। ପରୀକ୍ଷା ବାତିଲ କରିବା ପାଇଁ କୌଣସି ନିର୍ଦ୍ଧିଷ୍ଟ କାରଣ ଦିଆଯାଇନଥିଲା। ବାସ୍ତବରେ, ଚାକିରୀ ବିକ୍ରି କରି ମୋଟା ଅଙ୍କର ଅର୍ଥ ଆଦାୟ କରିବା ଯୋଜନାର ଏହା ଥିଲା ଅୟମାରମ୍ଭ। ବିଜେପି ସଭାପତି ଶ୍ରୀ ମନମୋହନ ସାମଲ ଗତ କାଲି ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ଶ୍ରୀ ସାହୁ କହିଥିଲେ, ମଲମ ପର୍ଯ୍ୟାପ୍ତ ନୁହେଁ, ସର୍ଜରୀର ଆବଶ୍ୟକତା ରହିଛି ବୋଲି କହିଥିଲେ। ବାସ୍ତବିକ, ମଲମ ମାନେ  କମ ଅଙ୍କରେ ନୁହେଁ, ସର୍ଜରୀ ଅର୍ଥ ମୋଟା ଅଙ୍କରେ ଚାକିରୀ ବିକ୍ରି ପାଇଁ ବିଜେପି ଯୋଜନା କରି ପ୍ରଥମ ପରୀକ୍ଷାକୁ ବାତିଲ କରାଯାଇଥିଲା। ତାପରେ ନିଯୁକ୍ତି ପରୀକ୍ଷା ଆୟୋଜନ କରିବାରେ ତିଳେ ମାତ୍ର ଅଭିଜ୍ଞତା ନଥିବା ସଂସ୍ଥା ପଞ୍ଚସଫ୍ଟକୁ ଆଉଟସୋର୍ସିିଂ କରାଯାଇଥିଲା।

ଏହି କମ୍ପାନୀ ମାଧ୍ୟମରେ ଆଶାୟୀ ମାନଙ୍କ ଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରାଯାଇଥିଲା। ପ୍ରତି ଆଶାୟୀଙ୍କ ଠାରୁ ଦଶ ଲକ୍ଷ ଟଙ୍କା ଅଗ୍ରୀମ ଆକାରରେ ଆଦାୟ ହୋଇ ସାରିଥିଲା ଓ ସର୍ତ୍ତ ଅନୁସାରେ ଚାକିରୀ ପାଇବା ପରେ ଆଉ ପନ୍ଦର ଲକ୍ଷ ଦେବାକୁ ବାକି ରହିଥିଲା। କିନ୍ତୁ, ବ୍ରହ୍ମପୁରରେ ସେମାନଙ୍କୁ ଏକତ୍ରିତ କରି ଶ୍ରୀକାକୁଲମ ନେବା ପୂର୍ବରୁ ଆଶାୟୀ ମାନଙ୍କୁ ସେମାନଙ୍କ ଅରିଜିନାଲ ସାର୍ଟିଫିକେଟ ସଂସ୍ଥା ପାଖରେ ବନ୍ଧକ ରଖିବାକୁ କୁହାଯାଇଥିଲା। କିଛି ଆଶାୟୀ ଏହି ସର୍ତ୍ତରେ ରାଜି ହୋଇ ନଥିବାରୁ ଘଟଣା ବିଷୟରେ ପୋଲିସକୁ ଖବର ଯାଇଥିଲା ଓ ଶ୍ରୀକାକୁଲମ ଠାରେ ପୋଲିସ ଗିରଫ କରିଥିଲା। ତେଣୁ, ବିଜେପି ସଭାପତି ଶ୍ରୀ ମନମୋହନ ସାମଲ, ଏହି ଘଟଣାରେ ସରକାରଙ୍କ ସମ୍ପୃକ୍ତିକୁ ନେଇ ଖଣ୍ଡନ କରିବା, ମନ୍ଦିରରେ କିଏ ନା ମୁଁ କଦଳୀ ଖାଇନି ସଦୃଶ୍ୟ।  ରାଜ୍ୟ ସରକାରଙ୍କ ସମ୍ପୃକ୍ତି ଜଳ ଜଳ ହୋଇ ଦିଶୁଛି। ତେଣୁ, ବିଜେଡି ଏହାର ସିବିଆଇ ତଦନ୍ତ ଦାବି କରିଛି। ସୋମବାର ଅର୍ଥାତ ୬ ଅକ୍ଟୋବର ଦିନ ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ରାଜଧାନୀ ଭୁବନେଶ୍ୱରରେ ଧାରଣା ଦିଆଯିବ ବୋଲି ଶ୍ରୀ ସାହୁ ସୂଚନା ଦେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର