ବଳଙ୍ଗା ଘଟଣାରେ ମୁହଁ ଖୋଲିଲେ ଏସ୍‌ପି : ତଦନ୍ତ ସାଇଣ୍ଟିଫିକ୍‌ ୱେରେ ଚାଲିଛି, କୌଣସି ଦିଗକୁ ଛାଡ଼ିବୁ ନାହିଁ

The Sakala Picture
Published On

ନିମାପଡ଼ା : ବଳଙ୍ଗା ଘଟଣାରେ ମୁହଁ ଖୋଲିଛନ୍ତି ପୁରୀ ଏସପି ପିନାକ ମିଶ୍ର। ତଦନ୍ତ ସାଇଣ୍ଟିଫିକ୍‌ ୱେରେ ଜାରି ରହିଛି। ତଦନ୍ତ କରୁଥିବା ଅଧିକାରୀ କାମରେ ଲାଗିଛନ୍ତି।  ଆହୁରି ଅଧିକ ତଦନ୍ତ କରାଯାଇ, ଏ ଘଟଣାର ସମ୍ପୂର୍ଣ ତଥ୍ୟ ପାଇଁଟିକେ ସମୟ ଲାଗୁଛି। ଏସପି ଆହୁରି ମଧ୍ୟ କହିଛନ୍ତି ତଦନ୍ତରେ କୌଣସି ଦିଗକୁ ଛାଡ଼ିବୁ ନାହିଁ। ଏଥି ପ୍ରତି ଧ୍ୟାନ ରଖାଯାଇ ତଦନ୍ତ କରାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଘଟଣାର ନିଷ୍କର୍ସରେ ପହଞ୍ଚିନୁ, କିଛି ମୂଲ୍ୟବାନ ପ୍ରମାଣ ଯୋଗାଡ଼ […]

ନିମାପଡ଼ା : ବଳଙ୍ଗା ଘଟଣାରେ ମୁହଁ ଖୋଲିଛନ୍ତି ପୁରୀ ଏସପି ପିନାକ ମିଶ୍ର। ତଦନ୍ତ ସାଇଣ୍ଟିଫିକ୍‌ ୱେରେ ଜାରି ରହିଛି। ତଦନ୍ତ କରୁଥିବା ଅଧିକାରୀ କାମରେ ଲାଗିଛନ୍ତି।  ଆହୁରି ଅଧିକ ତଦନ୍ତ କରାଯାଇ, ଏ ଘଟଣାର ସମ୍ପୂର୍ଣ ତଥ୍ୟ ପାଇଁଟିକେ ସମୟ ଲାଗୁଛି।

ଆହୁରି ପଢ଼ନ୍ତୁ: ମା’ ପାଇଁ ଔଷଧ ଆଣିବାକୁ ଯାଇଥିବା ପୁଅକୁ ଫାଣ୍ଡିରେ ଅଟକ ରଖି ନିସ୍ତୁକ ମାଡ଼ ଅଭିଯୋଗ

ଏସପି ଆହୁରି ମଧ୍ୟ କହିଛନ୍ତି ତଦନ୍ତରେ କୌଣସି ଦିଗକୁ ଛାଡ଼ିବୁ ନାହିଁ। ଏଥି ପ୍ରତି ଧ୍ୟାନ ରଖାଯାଇ ତଦନ୍ତ କରାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଘଟଣାର ନିଷ୍କର୍ସରେ ପହଞ୍ଚିନୁ, କିଛି ମୂଲ୍ୟବାନ ପ୍ରମାଣ ଯୋଗାଡ଼ କରିବାରେ ସଫଳ ହୋଇଛୁ।  ଆମେ ଆଗାମୀ ଦିନରେ ଏହା ଉପରେ ପ୍ରତିକ୍ରିୟା ରଖିବୁ ।

ଆହୁରି ପଢ଼ନ୍ତୁ: ସାତପଡ଼ାରେ ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗ!

ସେପଟେ ଗତକାଲି ବଳଙ୍ଗା ପୁଲିସ ଏବଂ କ୍ରାଇମ୍ ବ୍ରାଞ୍ଚ ମିଳିତ ଭାବେ ଦିଲ୍ଲୀ ଏମ୍ସସରେ ପୀଡ଼ିତାଙ୍କ ବୟାନ ଆଉଥରେ ରେକଡ୍ କରିଥିବା ବେଳେ ଆଜି ସମ୍ପୂର୍ଣ ଘଟଣା ଉପରୁ ପରଦା ଉଠିବା ଚର୍ଚା ଚାଲିଥିବା ବେଳେ ପୁଣି ପୁରୀ ଏସପିଙ୍କ ବୟାନ ଦୋନ୍ଦ ସୃଷ୍ଟି କରିଛି।ଏପଟେ ପୀଡ଼ିତାଙ୍କ ପ୍ରଥମ ବୟାନ ଆଉ ବର୍ତ୍ତମାନର ବୟାନ ତାଳ ମେଳ ଖାଉଥିବା ଚର୍ଚ୍ଚା ହେବ ପରେ ପୁଣି କ୍ରାଇମ୍ ବ୍ରାଞ୍ଚ ପୀଡ଼ିତାଙ୍କ ବୟାନ ରେକର୍ଡ କରିପାରେ ବୋଲି କୁହା ଯାଉଛି। ସମସ୍ତ ତଦନ୍ତ ପ୍ରକ୍ରିୟା ଏବଂ ଘଟଣା ଭିତରେ ଗୋଟିଏ କଥା ଏବେ ସମସ୍ତଙ୍କ ସାମ୍ନାକୁ ଆସିଛି ପୁଲିସ ନିଷ୍କ୍ରିୟତା। ତେବେ କେବେ ସରିବ ପୁଲିସର ତଦନ୍ତ ଆଉ କେବେ ଧରା ହେବେ ଘଟଣା ପଛର ଦୃର୍ବୁତ୍ତ ତାହା ଏବେ ସମ୍ପୂର୍ଣ ରହସ୍ୟମୟ ହୋଇ ରହିଛି।

ଆହୁରି ପଢ଼ନ୍ତୁ: ବିପଦ ବେଳେ ଅସହାୟ ଗାଈଗୋରୁଙ୍କ ପାଇଁ ଦେବଦୂତ ସାଜିଛନ୍ତି କୃଷ୍ଣପ୍ରସାଦର ଗୋସେବକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର