ମନୋରଞ୍ଜନ
ପ୍ରଶିକ୍ଷଣ ନେବାର ୨୪ ଘଣ୍ଟା ପୂରିନି ସିଂହଦ୍ୱାରରେ ସାମ୍ବାଦିକଙ୍କୁ ସେବାୟତଙ୍କ ଆକ୍ରମଣ
ପୁରୀ: ଭକ୍ତଙ୍କ ପ୍ରତି ଉତ୍ତମ ଆଚରଣ ଓ ଉଚ୍ଚାରଣ ସହ ମହାପ୍ରଭୁଙ୍କ ନୀତିକାନ୍ତି ଯେପରି ଶୃଙ୍ଖଳିତ ଭାବେ ସମ୍ପନ୍ନ ହେବ ସେଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କିଛିବର୍ଷ ହେବ ସେବକଙ୍କ ପାଇଁ ଆୟୋଜନ କରାଯାଉଛି ପ୍ରଶିକ୍ଷଣ ଶିବିର। ସେହିପରି ସେବାୟତଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ ଅନୁଭବ ଯାତ୍ରାରେ ବି ବୁଲିବାକୁ ନିଆଯାଉଛି। ଏ ସବୁର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆଚରଣ ଏବଂ ଉଚ୍ଚାରଣରେ ସଂଯମତା ରକ୍ଷା ସହ ଶୃଙ୍ଖଳିତ ଭାବେ ଠାକୁରଙ୍କ ନୀତିକାନ୍ତି ସମ୍ପନ୍ନ କରିବା। ଗତ […]
ପୁରୀ: ଭକ୍ତଙ୍କ ପ୍ରତି ଉତ୍ତମ ଆଚରଣ ଓ ଉଚ୍ଚାରଣ ସହ ମହାପ୍ରଭୁଙ୍କ ନୀତିକାନ୍ତି ଯେପରି ଶୃଙ୍ଖଳିତ ଭାବେ ସମ୍ପନ୍ନ ହେବ ସେଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କିଛିବର୍ଷ ହେବ ସେବକଙ୍କ ପାଇଁ ଆୟୋଜନ କରାଯାଉଛି ପ୍ରଶିକ୍ଷଣ ଶିବିର। ସେହିପରି ସେବାୟତଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ ଅନୁଭବ ଯାତ୍ରାରେ ବି ବୁଲିବାକୁ ନିଆଯାଉଛି। ଏ ସବୁର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆଚରଣ ଏବଂ ଉଚ୍ଚାରଣରେ ସଂଯମତା ରକ୍ଷା ସହ ଶୃଙ୍ଖଳିତ ଭାବେ ଠାକୁରଙ୍କ ନୀତିକାନ୍ତି ସମ୍ପନ୍ନ କରିବା। ଗତ ଦୁଇଦିନ ଧରି ନୀଳାଦ୍ରି ଭକ୍ତ ନିବାସରେ ଆୟୋଜିତ ହୋଇଥିଲା ସେବାୟତଙ୍କ ପ୍ରଶିକ୍ଷଣ ଶିବିର। ହେଲେ ପ୍ରଶିକ୍ଷଣ ନେବାର ୨୪ ଘଣ୍ଟା ପୂରିନି ସିଂହଦ୍ୱାରରେ ବିଶୃଙ୍ଖଳାର ସୀମା ଟପିଛନ୍ତି କିଛି ସେବାୟତ। ସେମାନେ ସାମ୍ବାଦିକଙ୍କୁ ଆକ୍ରମଣ କରିଛନ୍ତି। ଏପରି କି ଜଣେ ମହିଳା ସାମ୍ବାଦିକଙ୍କୁ ମାଡ଼ ମାରି ଅସଦାଚରଣ କରିଥିବା ଏ ନେଇ ସିଂହଦ୍ୱାର ଥାନାରେ ଏତଲା ହୋଇଛି। ଏହାକୁ ଆଧାର କରି ପୋଲିସ ମାମଲା ରୁଜୁ କରିଥିବା ବେଳେ ଏହାର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଏସ୍ପି।
ରବିବାର ଥିଲା ଶ୍ରୀରାମ ନବମୀ। ଏଥିପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ଥିଲା। ସିଂହଦ୍ୱାର ସମ୍ମୁଖରେ ରହି ଖବର ସଂଗ୍ରହ କରୁଥିଲେ ଗଣମାଧ୍ୟମ ପ୍ରତିନିଧି।






