ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ବାହୁଡ଼ିଲେ ମହାବାହୁ; ସିଂହଦ୍ୱାର ସାମ୍ନାରେ ପହଞ୍ଚିଲା ତିନି ଠାକୁରଙ୍କ ରଥ

The Sakala Picture
Published On

ପୁରୀ: ବାହୁଡ଼ିଲେ ମହାବାହୁ । ଜନ୍ମବେଦିରେ ଲୀଳାଖେଳା ସାରି ଶ୍ରୀମନ୍ଦିର ପହଁଚିଗଲେ ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀକ୍ଷେତ୍ରରେ ପ୍ରବଳ ବର୍ଷା ସ୍ୱତେ ତିନି ରଥ ଶ୍ରୀମନ୍ଦିର ସମ୍ମୁଖରେ ଲାଗି ଯାଇଛି । ଶ୍ରୀଗୁଣ୍ଡିଚା ଯାତ୍ରା ପରି ବାହୁଡା ଯାତ୍ରା ମଧ୍ୟ ଏଥର ସଅଳ ହୋଇଛି । ରଥଟଣାରେ ଏଥର କଡ଼ାକଡ଼ି ପାଳନ କରାଯାଇଥିଲା କୋଭିଡ୍‌ ନିୟମ । ପୁରୀରେ ଜାରି କରାଯାଇଥିବା କର୍ଫ୍ୟୁ କୋହଳ କରାଯାଇଛି । କିନ୍ତୁ ଶ୍ରୀମନ୍ଦିର ଆଖପାଖରେ ନୀଳାଦ୍ରିବିଜେ ପର୍ଯ୍ଯନ୍ତ କର୍ଫ୍ୟୁ ବଳବତ୍ତର ରହିବ […]

ପୁରୀ: ବାହୁଡ଼ିଲେ ମହାବାହୁ । ଜନ୍ମବେଦିରେ ଲୀଳାଖେଳା ସାରି ଶ୍ରୀମନ୍ଦିର ପହଁଚିଗଲେ ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀକ୍ଷେତ୍ରରେ ପ୍ରବଳ ବର୍ଷା ସ୍ୱତେ ତିନି ରଥ ଶ୍ରୀମନ୍ଦିର ସମ୍ମୁଖରେ ଲାଗି ଯାଇଛି । ଶ୍ରୀଗୁଣ୍ଡିଚା ଯାତ୍ରା ପରି ବାହୁଡା ଯାତ୍ରା ମଧ୍ୟ ଏଥର ସଅଳ ହୋଇଛି । ରଥଟଣାରେ ଏଥର କଡ଼ାକଡ଼ି ପାଳନ କରାଯାଇଥିଲା କୋଭିଡ୍‌ ନିୟମ । ପୁରୀରେ ଜାରି କରାଯାଇଥିବା କର୍ଫ୍ୟୁ କୋହଳ କରାଯାଇଛି । କିନ୍ତୁ ଶ୍ରୀମନ୍ଦିର ଆଖପାଖରେ ନୀଳାଦ୍ରିବିଜେ ପର୍ଯ୍ଯନ୍ତ କର୍ଫ୍ୟୁ ବଳବତ୍ତର ରହିବ ।

ଆହୁରି ପଢ଼ନ୍ତୁ: ବାପ-ପୁଅଙ୍କ ମିଥ୍ୟା ଅଭିଯୋଗକୁ ଖଣ୍ଡନ କଲେ ଗ୍ରାମବାସୀ: ନ୍ୟାୟ ନମିଳିଲେ ସାମୂହିକ ଆତ୍ମହତ୍ୟା ଚେତାବନୀ

ସୁଦର୍ଶନଙ୍କ ପରେ ଆଗରେ ବଡ଼ଭାଇ ବଳଭଦ୍ର, ପଛରେ ଭଉଣୀ ସୁଭଦ୍ରା ଓ ଶେଷରେ ଜଗା କାଳିଆ । ଘଣ୍ଟଘଣ୍ଟା, କାହାଳୀ ହରିବୋଲ, ଜୟ ଜଗନ୍ନାଥ ଧ୍ବନି ମଧ୍ୟରେ ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ବାର ଦେଇ ପହଣ୍ଡିରେ ରଥକୁ ବିଜେ କରିଥିଲେ ଚତୁର୍ଦ୍ଧା ମୂର୍ତ୍ତି । ତିନି ରଥରେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରା ପହଁରା କରିଥିଲେ । ଚାରମାଳ ଫିଟା ପରେ ଆରମ୍ଭ ହୋଇଥିଲା ରଥଟଣା । ସେପଟେ ତିନି ରଥ- ତାଳଧ୍ବଜ, ଦେବଦଳନ ଓ ନନ୍ଦିଘୋଷକୁ ନିର୍ଦ୍ଦିଷ୍ଟ ସେବାୟତମାନେ କ୍ରମାନ୍ବୟରେ ଶ୍ରୀମନ୍ଦିର ଆଡ଼କୁ ଭିଡ଼ି ନେଇଥିଲେ ।

ମାଉସୀ ମା’ ମନ୍ଦିର ପାଖରେ ମହାପ୍ରଭୁଙ୍କୁ ପୋଡ଼ପିଠା ଲାଗି କରାଯାଇଥିଲ । ଶ୍ରୀନଅର ନିକଟରେ ଗଜପତି ଲକ୍ଷ୍ମୀ -ନାରାୟଣ ଭେଟ କରାଇଥିଲେ । କୋଭିଡ୍‌ ନିୟମ ପାଳନ ପୂର୍ବକ ରଥ ଟଣା ଯାଇଥିଲା । ବଡ଼ଦାଣ୍ଡରେ ଭକ୍ତ ନଥିଲେ । କେବଳ ଥିଲେ ସୀମିତ ସେବାୟତ । ଶ୍ରୀମନ୍ଦିର ପ୍ରଶାସନ, ପୁରୀ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଅନ୍ୟପଟେ ଆସନ୍ତାକାଲି ରଥ ଉପରେ ଶ୍ରୀଜିଉଙ୍କର ସୁନାବେଶ, ତା’ ପରଦିନ ଅଧରପଣା ଓ ତା’ ପରଦିନ ନୀଳାଦ୍ରିବିଜେ ନୀତି ସମ୍ପନ୍ନ ହେବ ।

20 Jul 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର