କମେଣ୍ଟ ମରାକୁ କେନ୍ଦ୍ରକରି କୃଷ୍ଣପ୍ରସାଦ କହ୍ନେଇପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ଗିରଫ ଭୟରେ ଜନଶୁନ୍ୟ ଗାଁ

The Sakala Picture
Published On

କୃଷ୍ଣପ୍ରସାଦ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ କହ୍ନେଇପୁର ଗାଁରେ ବୁଧବାର ସନ୍ଧ୍ୟାରେ କମେଣ୍ଟ ମରାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି । ଏଥିରେ ୧୦ରୁ ଉର୍ଦ୍ଧ୍ବ ଆହତ ହୋଇଥିବାବେଳେ ୪ ଜଣ ଗୁରୁତର ଭାବେ ଆହତ ହୋଇଥିବା ଜଣାଯାଇଛି । ସଂଘର୍ଷରେ ଆହତଙ୍କୁ କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ଅନ୍ୟ କିଛି ଗୁରୁତରଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଖବରରୁ ଜଣା ପଡ଼ିଛି ଯେ ବୁଧବାର ସକାଳେ […]

କୃଷ୍ଣପ୍ରସାଦ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ କହ୍ନେଇପୁର ଗାଁରେ ବୁଧବାର ସନ୍ଧ୍ୟାରେ କମେଣ୍ଟ ମରାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି । ଏଥିରେ ୧୦ରୁ ଉର୍ଦ୍ଧ୍ବ ଆହତ ହୋଇଥିବାବେଳେ ୪ ଜଣ ଗୁରୁତର ଭାବେ ଆହତ ହୋଇଥିବା ଜଣାଯାଇଛି । ସଂଘର୍ଷରେ ଆହତଙ୍କୁ କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ଅନ୍ୟ କିଛି ଗୁରୁତରଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ଖବରରୁ ଜଣା ପଡ଼ିଛି ଯେ ବୁଧବାର ସକାଳେ କିଛି ମହିଳା ପୋଖରୀରେ ଗାଧେଇବା ସମୟରେ କିଛି ଯୁବକ କମେଣ୍ଟ ମାରିଥିଲେ । ଏନେଇ କୃଷ୍ଣପ୍ରସାଦ ଥାନାରେ ଅଭିଯୋଗ ହୋଇଥିଲା । କୃଷ୍ଣପ୍ରସାଦ ଆଇଆଇସି ଘଟଣାକୁ ଅନୁଧ୍ୟାନ କରୁଥିବା ବେଳେ ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା । କୃଷ୍ଣପ୍ରସାଦ ପୋଲିସ ଚତୁରତାର ସହ ପରିସ୍ଥିତିକୁ ଆୟତ୍ତ କରିଥିଲେ । ସଂଘର୍ଷରେ ଆହତଙ୍କୁ କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଇଥିଲେ । କିଛି ଗୁରୁତରଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

ଗ୍ରାମରେ ଚାପା ଉତେଜନା ଲାଗିରହିଥିବା ଯୋଗୁଁ ୨ ପ୍ଲାର୍ଟୁନ ଫୋର୍ସ ମୁତୟନ ହୋଇଛନ୍ତି । ପୋଲିସ ଭୟରେ ବର୍ତ୍ତମାନ ଗ୍ରାମ ଜନଶୁନ୍ୟ ହୋଇ ଉଠିଛି । ତେବେ ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । କହ୍ନେଇପୁର ଗାଁ ରେ ପୋଲିସ ଛାଉଣୀ ହୋଇଥିବା ବେଳେ ଗାଁ ଜନଶୁନ୍ୟ ହୋଇ ପଡିଛି । ଗାଁର ଲୋକମାନେ କିଏ କେଉଁଆଡ଼େ ଲୁଚିଛପି ରହିଥିଲେ ମଧ୍ୟ ଚାପା ଉତେଜନା ଲାଗି ରହିଛି । ଉକ୍ତ ଗ୍ରାମରେ ଏହିଭଳି ଗୋଷ୍ଠୀ ସଂଘର୍ଷ ଗତ ୨୦୧୯ ମସିହାରୁ ଲାଗି ରହିଛି । ପ୍ରଶାସନର ଶାନ୍ତି କମିଟିରେ ସମାଧାନ ପରେ ବି କିଛି ଦିନ ପରେ ଏହିଭଳି ବାରମ୍ବାର ବିଶୃଙ୍ଖଳା ଦେଖା ଦେଉଛି । ଘଟଣା ସ୍ଥଳରେ ପୁରୀ ଏସଡିପିଓ କିଶୋର ଚନ୍ଦ୍ର ମୁଣ୍ଡ ପହଞ୍ଚି ଘଟଣାକୁ ଅନୁଧ୍ୟାନ କରିଛନ୍ତି । ବର୍ତ୍ତମାନ ପରିସ୍ଥିତି ଆୟତ୍ତ ଥିବା ଏସଡିପିଓ ମୁଣ୍ଡୁ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି । ତେବେ ଏ ଯାଏଁ କାହାରିକୁ ଗିରଫ କରାଯାଇ ନ ଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

27 Apr 2023 By The Sakala

କମେଣ୍ଟ ମରାକୁ କେନ୍ଦ୍ରକରି କୃଷ୍ଣପ୍ରସାଦ କହ୍ନେଇପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ଗିରଫ ଭୟରେ ଜନଶୁନ୍ୟ ଗାଁ

କୃଷ୍ଣପ୍ରସାଦ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ କହ୍ନେଇପୁର ଗାଁରେ ବୁଧବାର ସନ୍ଧ୍ୟାରେ କମେଣ୍ଟ ମରାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି । ଏଥିରେ ୧୦ରୁ ଉର୍ଦ୍ଧ୍ବ ଆହତ ହୋଇଥିବାବେଳେ ୪ ଜଣ ଗୁରୁତର ଭାବେ ଆହତ ହୋଇଥିବା ଜଣାଯାଇଛି । ସଂଘର୍ଷରେ ଆହତଙ୍କୁ କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ଅନ୍ୟ କିଛି ଗୁରୁତରଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

ଖବରରୁ ଜଣା ପଡ଼ିଛି ଯେ ବୁଧବାର ସକାଳେ କିଛି ମହିଳା ପୋଖରୀରେ ଗାଧେଇବା ସମୟରେ କିଛି ଯୁବକ କମେଣ୍ଟ ମାରିଥିଲେ । ଏନେଇ କୃଷ୍ଣପ୍ରସାଦ ଥାନାରେ ଅଭିଯୋଗ ହୋଇଥିଲା । କୃଷ୍ଣପ୍ରସାଦ ଆଇଆଇସି ଘଟଣାକୁ ଅନୁଧ୍ୟାନ କରୁଥିବା ବେଳେ ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା । କୃଷ୍ଣପ୍ରସାଦ ପୋଲିସ ଚତୁରତାର ସହ ପରିସ୍ଥିତିକୁ ଆୟତ୍ତ କରିଥିଲେ । ସଂଘର୍ଷରେ ଆହତଙ୍କୁ କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଇଥିଲେ । କିଛି ଗୁରୁତରଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

ଗ୍ରାମରେ ଚାପା ଉତେଜନା ଲାଗିରହିଥିବା ଯୋଗୁଁ ୨ ପ୍ଲାର୍ଟୁନ ଫୋର୍ସ ମୁତୟନ ହୋଇଛନ୍ତି । ପୋଲିସ ଭୟରେ ବର୍ତ୍ତମାନ ଗ୍ରାମ ଜନଶୁନ୍ୟ ହୋଇ ଉଠିଛି । ତେବେ ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । କହ୍ନେଇପୁର ଗାଁ ରେ ପୋଲିସ ଛାଉଣୀ ହୋଇଥିବା ବେଳେ ଗାଁ ଜନଶୁନ୍ୟ ହୋଇ ପଡିଛି । ଗାଁର ଲୋକମାନେ କିଏ କେଉଁଆଡ଼େ ଲୁଚିଛପି ରହିଥିଲେ ମଧ୍ୟ ଚାପା ଉତେଜନା ଲାଗି ରହିଛି । ଉକ୍ତ ଗ୍ରାମରେ ଏହିଭଳି ଗୋଷ୍ଠୀ ସଂଘର୍ଷ ଗତ ୨୦୧୯ ମସିହାରୁ ଲାଗି ରହିଛି । ପ୍ରଶାସନର ଶାନ୍ତି କମିଟିରେ ସମାଧାନ ପରେ ବି କିଛି ଦିନ ପରେ ଏହିଭଳି ବାରମ୍ବାର ବିଶୃଙ୍ଖଳା ଦେଖା ଦେଉଛି । ଘଟଣା ସ୍ଥଳରେ ପୁରୀ ଏସଡିପିଓ କିଶୋର ଚନ୍ଦ୍ର ମୁଣ୍ଡ ପହଞ୍ଚି ଘଟଣାକୁ ଅନୁଧ୍ୟାନ କରିଛନ୍ତି । ବର୍ତ୍ତମାନ ପରିସ୍ଥିତି ଆୟତ୍ତ ଥିବା ଏସଡିପିଓ ମୁଣ୍ଡୁ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି । ତେବେ ଏ ଯାଏଁ କାହାରିକୁ ଗିରଫ କରାଯାଇ ନ ଥିବା ଜଣାପଡିଛି ।

https://www.thesakala.in/latest-odisha-news/puri/clash-between-two-group-in-krushnaprasad-kanheipur-village/article-21153
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର