ବେଙ୍ଗାଲୁରୁ-ଭୁବନେଶ୍ୱର ଟ୍ରେନରୁ ଜଗତସିଂହପୁରର ମହିଳା ଓ ୯ ମାସର ଶିଶୁପୁତ୍ର ନିଖୋଜ

Madhusudan Das Picture
Published On

ଜଗତସିଂହପୁର: ବେଙ୍ଗାଲୁରୁରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିବା ବେଳେ ଟ୍ରେନରୁ ଜଣେ ମହିଳା ଏବଂ ତାଙ୍କର ୯ ମାସର ଶିଶୁପୁତ୍ର ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଛନ୍ତି। ନିଖୋଜ ମହିଳା ଜଣକ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ରଙ୍କେଇ ଗ୍ରାମର ପ୍ରକାଶ ମଲ୍ଲିକଙ୍କ ପତ୍ନୀ ସୁଭଦ୍ରା ମଲ୍ଲିକ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ଜନ୍ମକଲା ପୁଅକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ବାପା

ସୂଚନା ଅନୁଯାୟୀ, ଗତ ଅଗଷ୍ଟ ୩୧ ତାରିଖରେ ସୁଭଦ୍ରା ତାଙ୍କ ଶିଶୁପୁତ୍ର ସହ ବେଙ୍ଗାଲୁରୁ-ଭୁବନେଶ୍ୱର ଏକ୍ସପ୍ରେସରେ ନିଜ ଘରକୁ ଫେରୁଥିଲେ। ଦିନ ପ୍ରାୟ ୧:୪୫ ମିନିଟ୍ ସମୟରେ ସେ ତାଙ୍କ ବାପାଙ୍କ ସହ ଫୋନରେ କଥା ହୋଇଥିଲେ ଏବଂ ଭୁବନେଶ୍ୱର ରେଳ ଷ୍ଟେସନରେ ପହଞ୍ଚିବା ପରେ ଏକ ଅଟୋରିକ୍ସା ବ୍ୟବସ୍ଥା କରିବାକୁ କହିଥିଲେ। ଭଉଣୀଙ୍କ କଥା ଅନୁଯାୟୀ ତାଙ୍କ ସାନ ଭାଇ ଜଗତସିଂହପୁରରୁ ଏକ ଅଟୋ ଧରି ଭୁବନେଶ୍ୱର ଷ୍ଟେସନରେ ପହଞ୍ଚିଥିଲେ। କିନ୍ତୁ ସେଠାରେ ପହଞ୍ଚିବା ପରେ ସେ ଦେଖିଥିଲେ ଯେ ସୁଭଦ୍ରାଙ୍କ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ରହିଛି। ଦୀର୍ଘ ସମୟ ଧରି ଷ୍ଟେସନରେ ଅପେକ୍ଷା କରିବା ପରେ ମଧ୍ୟ ଭଉଣୀଙ୍କର କୌଣସି ପତ୍ତା ନ ମିଳିବାରୁ ସେ ନିରାଶ ହୋଇ ଘରକୁ ଫେରିଥିଲେ।

ଆହୁରି ପଢ଼ନ୍ତୁ: ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା: ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ, ଶୁକ୍ରବାର ଯାଏଁ ପ୍ରବଳ ବର୍ଷା ସମ୍ଭାବନା

ଏହି ଘଟଣାକୁ ନେଇ ସୁଭଦ୍ରାଙ୍କ ସ୍ୱାମୀ ପ୍ରକାଶ ମଲ୍ଲିକ ବେଙ୍ଗାଲୁରୁ ସରକାରୀ ରେଳବାଇ ପୋଲିସ (ଜିଆରପି) ନିକଟରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ପ୍ରକାଶଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ନିଖୋଜ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି। ତେବେ ବର୍ତ୍ତମାନ ସୁଦ୍ଧା ମା' ଓ ଛୁଆଙ୍କର କୌଣସି ସନ୍ଧାନ ମିଳିପାରିନାହିଁ ଏବଂ ସେମାନଙ୍କର ଏଭଳି ଅଚାନକ ନିଖୋଜ ହେବାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।

ଆହୁରି ପଢ଼ନ୍ତୁ: ଘରୋଇକରଣ ପରେ ବହୁଗୁଣା ହୋଇପାରେ ବିମାନବନ୍ଦର ସେବା ଦେୟ, ୬୦ରୁ ୨୦୦ ଟଙ୍କା ହୋଇପାରେ ପାର୍କିଂ ଫି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର