ଟଙ୍କପାଣି ବ୍ରିଜରେ ଅଟୋ ରଖି କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

Madhusudan Das Picture
Published On

ଭୁବନେଶ୍ୱର: କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ । ଭୁବନେଶ୍ୱରର ଟଙ୍କପାଣି ବ୍ରିଜ୍‌ ଉପରେ ଅଟୋ ରଖି ଜଣେ ଯୁବକ କୁଆଖାଇ ନଦୀକୁ ଡେଇଁ ନିଖୋଜ ହୋଇଯାଇଛନ୍ତି। ଖବର ପାଇବା ପରେ ବଲିଅନ୍ତା ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ: ସୁନାବେଡ଼ା 'ହାଲ୍‌' ପରିଦର୍ଶନ କାର୍ଯ୍ୟକ୍ରମ

ନିଖୋଜ ଯୁବକ ଜଣକ ହେଲେ ଭୁବନେଶ୍ୱର ପୁରୁଣା ଭୁବନେଶ୍ୱର (ଓଲ୍ଡ ଟାଉନ୍) ସ୍ଥିତ ହରଚଣ୍ଡୀ ସାହିର ବାସିନ୍ଦା ସଞ୍ଜୟ ସ୍ୱାଇଁ। ମିଳିଥିବା ସୂଚନା ଅନୁଯାୟୀ, ସଞ୍ଜୟ ନିଜର ଅଟୋ-ରିକ୍ସାକୁ ବ୍ରିଜ୍ ଉପରେ ରଖିଥିଲେ। ଏହା ସହିତ ସେ ନିଜର ମୋବାଇଲ୍ ଫୋନ୍ ଏବଂ ଚପଲ ମଧ୍ୟ ବ୍ରିଜ୍ ଉପରେ ଛାଡ଼ି ନଦୀକୁ ଡେଇଁ ପଡ଼ିଥିଲେ।

ଆହୁରି ପଢ଼ନ୍ତୁ: ଛାତ୍ର ସଂସଦ ନିର୍ବାଚନ ୨୦୨୬: କ୍ୟାମ୍ପସରେ ହିଂସା ଓ ବାହାର ଲୋକଙ୍କ ପ୍ରବେଶକୁ ନେଇ ଡିଜିପିଙ୍କ କଡ଼ା ଚେତାବନୀ

ଘଟଣା ସମ୍ପର୍କରେ ଖବର ପାଇବା କ୍ଷଣି ବଲିଅନ୍ତା ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ସୋମବାର ରାତିରେ ଅନ୍ଧାର କାରଣରୁ ଖୋଜାଖୋଜିରେ ବାଧା ସୃଷ୍ଟି ହୋଇଥିଲା, ଯାହା ଫଳରେ ଅପରେସନ୍ ବନ୍ଦ ରଖାଯାଇଥିଲା। ମଙ୍ଗଳବାର ଭୋର ସମୟରୁ ଅଗ୍ନିଶମ ବାହିନୀ ପକ୍ଷରୁ ପୁଣିଥରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଛି। ଶେଷ ଖବର ସୁଦ୍ଧା ନିଖୋଜ ଯୁବକଙ୍କର କୌଣସି ପତ୍ତା ମିଳିପାରି ନାହିଁ ଏବଂ ଖୋଜାଖୋଜି ପ୍ରକ୍ରିୟା ଜାରି ରହିଛି।

ଆହୁରି ପଢ଼ନ୍ତୁ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ସୁନ୍ଦରଗଡ଼ ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ୮ଟି ଠିକଣାରେ ଭିଜିଲାନ୍ସ ଚଢ଼ାଉ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର