ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ହେବ ପରିବର୍ତ୍ତନ । ଦଶମ ଓ ଦ୍ବାଦଶ ପାଇଁ ଏଣିକି ଗୋଟିଏ ବୋର୍ଡ କାର୍ଯ୍ୟ କରିବ । ଆଉ ଆଗକୁ BSE ଓ CHSE ଅଲଗା ଅଲଗା ବୋର୍ଡ ରହିବ ନାହିଁ । CBSE ଢାଞ୍ଚାରେ ଗୋଟେ ବୋର୍ଡ ହିଁ ପରୀକ୍ଷା କରିବ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ସଚିବ ଏନ୍‌ ତିରୁମାଲା ନାୟକ । CHSE କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛି ବିଦ୍ୟାଳୟ ଓ ଗଣଶିକ୍ଷା । ସିଲାବସ କମିଟି ବି ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ।

ଆହୁରି ପଢ଼ନ୍ତୁ: ଆଜିଠୁ ପୁଣି ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି, ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ SOP ଅନୁଯାୟୀ ଗଣତି

ସେ ଆହୁରି ମଧ୍ୟ କହିଛନ୍ତି,  ୧୮ ବର୍ଷ ଯାଏଁ ମୁକ୍ତ ବିଦ୍ୟାଳୟରେ ମିଳିବ ମାଗଣା ଶିକ୍ଷା । ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି । ମାଗଣା ଡିଜିଟାଲ ଶିକ୍ଷା ପାଇଁ CHSEକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ CHSEକୁ ୧୦ କୋଟି ଟଙ୍କା ମଧ୍ୟ ଦିଆଯାଇଛି । ଓଡ଼ିଆରେ ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନ ପଢ଼ିବେ ଛାତ୍ରଛାତ୍ରୀ । ନୂତନ କାର୍ଯ୍ୟାଳୟ ସମ୍ପର୍କରେ ଖୁବଶୀଘ୍ର ନିଷ୍ପତ୍ତି ନେବେ ସରକାର । ୪୪ତମ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପ୍ରତିଷ୍ଠା ଦିବସ ଅବସରରେ ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ ଡାକ୍ତର ଏନ୍. ଥିରୁମାଲା ନାୟକ । 

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ମିଶ୍ରଣ କରି ଗୋଟିଏ ନୂଆ ଏକକ ବୋର୍ଡ ଗଠନ କରିବା ନେଇ ପ୍ରସ୍ତୁତି ଚାଲିଛି । CBSE ଢାଞ୍ଚାରେ ଏହି ବୋର୍ଡ ଅଧୀନରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ପାଠ୍ୟକ୍ରମ ଓ ପରୀକ୍ଷା ପରିଚାଳନା କରାଯିବ । ବୋର୍ଡ ମିଶ୍ରଣ ପାଇଁ ଆଇନର ଚିଠା ପ୍ରସ୍ତୁତି ଚାଲିଛି । ଚିଠା ଆଇନ କାର୍ଯ୍ୟକାରୀ ହେବା ପରେ ନୂଆ ବୋର୍ଡ ଗଠନ ପ୍ରକ୍ରିୟା ଆନୁଷ୍ଠାନିକ ଭାବେ ଆଗକୁ ବଢ଼ିବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ସଚିବ ।

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର