ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

Madhusudan Das Picture
Published On

ବାଲେଶ୍ୱର: କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବାଲେଶ୍ୱର ଜିଲ୍ଲାର ଖଣ୍ଟାପଡ଼ା ଥାନା ଅନ୍ତର୍ଗତ ସେରଗଡ଼ ଅଞ୍ଚଳରେ ଥିବା ଏକ ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଜଣେ ଦ୍ୱିତୀୟ ବର୍ଷର ଛାତ୍ରୀଙ୍କ ମୃତଦେହ ସୋମବାର ବିଳମ୍ବିତ ରାତିରେ ହଷ୍ଟେଲ ରୁମରୁ ଉଦ୍ଧାର କରାଯାଇଛି। ମୃତ ଛାତ୍ରୀଙ୍କ ନାମ ଭାଗ୍ୟଶ୍ରୀ ରାଉତ ବୋଲି ଜଣାପଡ଼ିଛି। ସେ ନୀଳଗିରି ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳର ବାସିନ୍ଦା ଏବଂ ସେହି କଲେଜରେ କମ୍ପ୍ୟୁଟର ସାଇନ୍ସ ବିଭାଗରେ ଅଧ୍ୟୟନ କରୁଥିଲେ। 

ଆହୁରି ପଢ଼ନ୍ତୁ: ଦକ୍ଷିଣାଞ୍ଚଳ ଆଇଜି ଭାବେ ଦାୟିତ୍ୱ ଗ୍ରହଣ କଲେ ଜୟ ନାରାୟଣ ପଙ୍କଜ

ସୂଚନା ଅନୁଯାୟୀ, ରାତି ପ୍ରାୟ ୯:୩୦ ସମୟରେ ଅନ୍ୟ ସହପାଠୀମାନେ ତାଙ୍କ ମୃତଦେହକୁ ନିଜ ରୁମ୍‌ର ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ତୁରନ୍ତ ଏହି ବିଷୟରେ କଲେଜ କର୍ତ୍ତୃପକ୍ଷ ଓ ପୋଲିସକୁ ଖବର ଦିଆଯାଇଥିଲା। ଖବର ପାଇ ମୃତ ଛାତ୍ରୀଙ୍କ ପରିବାର ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଛାତ୍ରୀଙ୍କ ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ଖଣ୍ଟାପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଏହା ହତ୍ୟା ନା ଆତ୍ମହତ୍ୟା ସେ ନେଇ ପୋଲିସ ବିଭିନ୍ନ ଦିଗରୁ ଖୋଳତାଡ଼ କରୁଛି।

ଆହୁରି ପଢ଼ନ୍ତୁ: ନୟାଗଡ଼ର ରୁଖି ପାହାଡ଼ରେ ଫସିଗଲେ କଲେଜ ଛାତ୍ର, ୨ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ସୁରକ୍ଷିତ ଉଦ୍ଧାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର