ଅସୁସ୍ଥ ସ୍ୱାମୀଙ୍କ ପାଖକୁ ନେବା ବାହାନାରେ ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ, ୨ ଗିରଫ

Madhusudan Das Picture
Published On

ଯାଜପୁର: ଯାଜପୁରରେ ଚାଞ୍ଚଲ୍ୟ । ସ୍ୱାମୀ ଅସୁସ୍ଥ ଥିବା କହି ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ । ଯାଜପୁର ଜିଲ୍ଲା କଳିଙ୍ଗନଗର ପୋଲିସ ଶନିବାର ଦିନ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି। ଅସୁସ୍ଥ ସ୍ୱାମୀଙ୍କ ପାଖକୁ ନେବା ବାହାନାରେ ଅଭିଯୁକ୍ତମାନେ ମହିଳାଙ୍କୁ ଚଣ୍ଡିଖୋଲ ନିକଟସ୍ଥ ଏକ ପରିତ୍ୟକ୍ତ ଘରକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ବଡ଼ଚଣା ଥାନା ଅଞ୍ଚଳର ରାମଚନ୍ଦ୍ର ସାହୁ ଓରଫ କାହ୍ନୁ ଏବଂ ଜେନାପୁର ଥାନା ଅଞ୍ଚଳର ଛବିନ୍ଦ୍ର ତରାଇ।

ଆହୁରି ପଢ଼ନ୍ତୁ: ବ୍ରହ୍ମପୁରର ଏକ କାର୍ ସୋରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ (ଏଏସପି) ସୁପ୍ରସନ୍ନ ମଲ୍ଲିକଙ୍କ ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୧ ତାରିଖରେ ଏହି ଅଭାବନୀୟ ଘଟଣା ଘଟିଥିଲା। କଳିଙ୍ଗନଗର ଥାନା ଅଞ୍ଚଳର ପୀଡ଼ିତା ମହିଳା ଜଣକ ଡୁବୁରୀ ଛକରେ ଥିବା ସମୟରେ ଅଭିଯୁକ୍ତମାନେ ତାଙ୍କ ପାଖକୁ ଆସିଥିଲେ। ସେମାନେ ମହିଳାଙ୍କୁ କହିଥିଲେ ଯେ ତାଙ୍କ ସ୍ୱାମୀ ଅସୁସ୍ଥ ଅଛନ୍ତି ଏବଂ ଚଣ୍ଡିଖୋଲରେ ଅଛନ୍ତି। ଏହା ଶୁଣି ବ୍ୟସ୍ତ ହୋଇପଡ଼ିଥିବା ମହିଳା ଜଣକ ଏକ ବସ୍ ଯୋଗେ ଚଣ୍ଡିଖୋଲ ଯାଇଥିଲେ। ସେଠାରେ ପୂର୍ବରୁ ଅପେକ୍ଷା କରିଥିବା ଦୁଇ ଅଭିଯୁକ୍ତ ତାଙ୍କୁ ସ୍ୱାମୀଙ୍କ ପାଖକୁ ନେବା ବାହାନାରେ ଏକ ମୋଟରସାଇକେଲରେ ବସାଇ ଚଣ୍ଡିଖୋଲ ନିକଟସ୍ଥ ଏକ ପରିତ୍ୟକ୍ତ ଘରକୁ ନେଇଯାଇଥିଲେ ଏବଂ ସେଠାରେ ତାଙ୍କୁ ଦୁଷ୍କର୍ମ କରିଥିଲେ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ସ୍କ୍ରବ୍ ଟାଇଫସ୍ ଆତଙ୍କ! ଅନୁଗୁଳରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା,୧୦ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ

ପରଦିନ ମହିଳା ଜଣକ ନିଜ ସମ୍ପର୍କୀୟଙ୍କୁ ଘଟଣା ସମ୍ପର୍କରେ ଜଣାଇବା ସହ ଘରକୁ ଫେରିଥିଲେ। ପ୍ରଥମେ ତାଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା। ଏହା ପରେ ସେ କଳିଙ୍ଗନଗର ପୋଲିସ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଯାଜପୁର ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଥାନା ଅଧିକାରୀ (ଆଇଆଇସି) ପ୍ରକାଶ କୁମାର ସାହୁଙ୍କ ନେତୃତ୍ୱରେ ଏକ ଟିମ୍ ଚଣ୍ଡିଖୋଲ ଅଞ୍ଚଳରେ ଚଢ଼ାଉ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

ଆହୁରି ପଢ଼ନ୍ତୁ: ଶୁଦ୍ଧିକ୍ରିୟାର ମାସକ ପରେ ଘରକୁ ଫେରିଲେ ସ୍ୱାମୀ, ପୁଣି ଶଙ୍ଖା-ସିନ୍ଦୁର ନାଇଲେ ବିଧବା ସ୍ତ୍ରୀ...

ପୋଲିସର ପଚରାଉଚରା ବେଳେ ଅଭିଯୁକ୍ତମାନେ ନିଜର ଦୋଷ ସ୍ୱୀକାର କରିଥିବା ଜଣାପଡ଼ିଛି। ଡାକ୍ତରୀ ମାଇନା ପରେ ଶନିବାର ଦିନ ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି। ଘଟଣାରେ ବ୍ୟବହୃତ ମୋଟରସାଇକେଲ ଏବଂ ଏକ ମୋବାଇଲ ଫୋନକୁ ପୋଲିସ ଜବତ କରିଛି ବୋଲି ଏଏସପି ଶ୍ରୀ ମଲ୍ଲିକ ପ୍ରକାଶ କରିଛନ୍ତି। ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର