ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

Madhusudan Das Picture
Published On

ଭୁବନେଶ୍ୱର: ଯାଜପୁର ଜିଲ୍ଲାରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ସହାୟତା ପ୍ରଦାନରେ ରାଜ୍ୟ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ଓ ସରକାରଙ୍କର ପାତରଅନ୍ତର ନୀତି ଲୋକଙ୍କୁ ହତାଶ କରିଛି । ସରକାରଙ୍କ ତରଫରୁ ଯତ କିଞ୍ଚିତ ରିଲିଫ ସାମଗ୍ରୀ ପଠାଯାଇଥିଲା, ସେଗୁଡିକୁ ଜିଲ୍ଲା ପ୍ରଶାସନ ମାଧ୍ୟମରେ ବଣ୍ଟା ନ ହୋଇ ସ୍ଥାନୀୟ ବିଜେପି ନେତାଙ୍କ ଦ୍ୱାରା ବଣ୍ଟା ଯାଇଥିଲା ବୋଲି ଅଭିଯୋଗ କରିଛି ବିଜେଡି । ଏହାଛଡା ବରୀ, ବିଂଝାରପୁର ଓ ଯାଜପୁର ବିଧାନସଭା କ୍ଷେତ୍ରରେ ବନ୍ୟା ଅଧିକ କ୍ଷତି କରିଥିବା ବେଳେ, ଏହି ସ୍ଥାନରେ ବିଜେଡି ବିଧାୟକ ମାନେ ପ୍ରତିନିଧିତ୍ୱ କରୁଥିବାରୁ ଏହି ଅଞ୍ଚଳକୁ ରିଲିଫ ସାମଗ୍ରୀ ପଠାଇବାରେ ଅଣଦେଖା କରାଯାଇଥିଲା ବୋଲି ବିଜେଡି କହିଛି ।

ଆହୁରି ପଢ଼ନ୍ତୁ: ଆଜି ଜାତୀୟ କ୍ରୀଡ଼ା ଦିବସ: ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସନ୍ତୁଳନ, ଶୃଙ୍ଖଳା, ଏକାଗ୍ରତା ଓ ସହନଶୀଳତା ଶିକ୍ଷା ଦେବାରେ କ୍ରୀଡ଼ାର ଭୂମିକା ଅତୁଳନୀୟ

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଂଝାରପୁର ବିଧାୟିକା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ, ବରୀ ବିଧାୟକ ଶ୍ରୀ ବିଶ୍ୱ ରଞ୍ଜନ ମଲ୍ଲିକ ଓ ଯାଜପୁର ବିଧାୟିକା ଶ୍ରୀମତୀ ସୁଜାତା ସାହୁ ବନ୍ୟା ପ୍ରଭାବିତ ଲୋକଙ୍କୁ ସହାୟତା ପ୍ରଦାନରେ ବିଫଳତା ଓ ପାତରଅନ୍ତର ନୀତି ପାଇଁ ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଥିଲେ ।  

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଥିଲେ ଯେ, ବନ୍ୟା ଆସିବାର ୨୬ ଦିନ ବିତିଯାଇଥିଲେ ସୁଦ୍ଧା, ଯାଜପୁର ଜିଲ୍ଲାର ଅନେକ ଅଞ୍ଚଳ ଏବେବି ଜଳ ଘେରରେ ରହିଛି ଓ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବନ୍ୟା ପ୍ରଭାବିତ ଲୋକଙ୍କୁ ସହାୟତା ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ କୌଣସି ତତ୍ପରତା ଦେଖିବାକୁ ମିଳୁନାହିଁ । ବନ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କର କୌଣସି ପୂର୍ବ ପ୍ରସ୍ତୁତି ନଥିଲା । ସରକାରଙ୍କ ବିଭିନ୍ନ ବିଭାଗ ଗୁଡିକ ଭିତରେ ତାଳମେଳ ନଥିଲା । ସରକାରଙ୍କ ପୂର୍ବ ପ୍ରସ୍ତୁତି ଥିଲେ, ବରୀ, ବିଂଝାରପୁର ଓ ଦଶରଥପୁର ଅଞ୍ଚଳରେ ଘାଇ ହୋଇନଥାନ୍ତା । ବନ୍ୟା ଜଳ ବିଭିନ୍ନ ଜନବସତି ଅଞ୍ଚଳକୁ ପ୍ରବେଶ କଲା ପରେ ସରକାରଙ୍କ ତରଫରୁ ଶୁଖିଲା ଖାଦ୍ୟ, ଗୋଖାଦ୍ୟ ଓ ଅନ୍ୟ ରିଲିଫ ସାମଗ୍ରୀ ପହଞ୍ଚିବାରେ ଅହେତୁକ ବିଳମ୍ୱ ହୋଇଥିଲା । ମୁଖ୍ୟମନ୍ତ୍ରୀ ଯାଜପୁର ଜିଲ୍ଲା ଗସ୍ତ କଲେ, ଡ଼ଙ୍ଗାରେ ବୁଲିଲେ, ଫଟୋ ଉଠାଇଲେ କିନ୍ତୁ ଲୋକଙ୍କ ଅସୁବିଧା କଥା ବୁଝିଲେ ନାହିଁ । ଆମେ ଯାଇଥିଲୁ ମୁଖ୍ୟମନ୍ତ୍ରୀଙ୍କୁ ଲୋକଙ୍କ ଅସୁବିଧା ବିଷୟରେ ଜଣାଇବା ପାଇଁ, କିନ୍ତୁ ଆମକୁ ଅପମାନିତ କରାଗଲା । ବରୀ, ବିଂଝାରପୁର ଓ ଦଶରଥପୁର ଅଞ୍ଚଳ ଗୁଡିକ ବିଜେଡି ବିଧାୟକ ପ୍ରତିନିଧିତ୍ୱ କରୁଥିବାରୁ ଏହି ଅଞ୍ଚଳ ଗୁଡିକୁ ବନ୍ୟା ସହାୟତା ପ୍ରଦାନରେ ଅଣଦେଖା କରାଗଲା । 

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ଶ୍ରୀ ବିଶ୍ୱ ରଞ୍ଜନ ମଲ୍ଲିକ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ପାଇଁ ଯାଜପୁର ଜିଲ୍ଲା ଗସ୍ତ କରିଥିଲେ, କିନ୍ତୁ ସର୍ବାଧିକ ପ୍ରଭାବିତ ବରୀ ଅଞ୍ଚଳକୁ ଗସ୍ତ କରିବାକୁ ଗୁରୁତ୍ୱ ଦେଇନଥିଲେ । ସେହିପରି, ଉପମୁଖ୍ୟମନ୍ତ୍ରୀ ମଧ୍ୟ ଯାଜପୁର ଜିଲ୍ଲା ଗସ୍ତ ସମୟରେ ବରୀ ଅଞ୍ଚଳକୁ ଗସ୍ତ କରିନଥିଲେ । ସରକାରଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ରିଲିଫ ସାମଗ୍ରୀ ଟ୍ରକରେ ଆମ ଅଞ୍ଚଳରେ ପହଞ୍ଚିଥିଲା, କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଏହା ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର ହୋଇନଥିଲା । ଏହି ରିଲିଫ ସାମଗ୍ରୀ କେଉଁଆଡେ ଗଲା ତାର ଟେର କେହି ପାଇଲେ ନାହିଁ । କିନ୍ତୁ କିଛି ସ୍ଥାନୀୟ ବିଜେପି ନେତା ଏହି ରିଲିଫ ସାମଗ୍ରୀ କିଛି ଅଞ୍ଚଳରେ ବାଣ୍ଟି ତାର ଫଟୋ ସାମାଜିକ ଗଣମାଧ୍ୟମରେ ଛାଡିଥିଲେ । ବନ୍ୟା ଯୋଗୁଁ ଚାଷୀ ଭାଇ ମାନେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ, ଚାଷୀଙ୍କ କ୍ଷତିର ଆକଳନ ଏପର୍ଯ୍ୟନ୍ତ ହୋଇନାହିଁ । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର