ପୁଣି ଶ୍ରୀମନ୍ଦିରରେ ଗୁପ୍ତ କ୍ୟାମେରା, ପଶ୍ଚିମଦ୍ଵାରର ନିକଟରୁ ଧରାପଡ଼ିଲେ ବଙ୍ଗୀୟ ଯୁବକ

The Sakala Picture
Published On

ପୁରୀ: ପୁଣି ଶ୍ରୀମନ୍ଦିର ଭିତରୁ ଜବତ ହୋଇଛି ଗୁପ୍ତ କ୍ୟାମେରା। ଶ୍ରୀମନ୍ଦିରର ପଶ୍ଚିମଦ୍ଵାର ପଟେ ହିଡେନ କ୍ୟାମେରା ଯୁକ୍ତ ଚଷମା ପିନ୍ଧି ଜଣେ ଯୁବକ ପ୍ରବେଶ କରୁଥିବା ବେଳେ ପୁଲିସ ଅଟକାଇଥିଲେ। ପଶ୍ଚିମବଙ୍ଗର ଜଣେ ଯୁବକ ପଶ୍ଚିମ ଦ୍ଵାର ପଟେ ହିଡେନ କ୍ୟାମେରା ନେଇ ପ୍ରବେଶ କରୁଥିବା ବେଳେ ପଶ୍ଚିମବଙ୍ଗର ଯୁବକ ପ୍ରତିଶ ପାଲ ଥାନାରେ ଅଟକ ଅଛନ୍ତି। ତାଙ୍କ ଘର ପଶ୍ଚିମ ବର୍ଦ୍ଧମାନରେ ବୋଲି ଜଣାଯାଇଛି । ଗତକାଲି ମଧ୍ୟ ଜଣେ ଭକ୍ତଙ୍କଠାରୁ ଗୁପ୍ତ କ୍ୟାମେରାଯୁକ୍ତ […]

ପୁରୀ: ପୁଣି ଶ୍ରୀମନ୍ଦିର ଭିତରୁ ଜବତ ହୋଇଛି ଗୁପ୍ତ କ୍ୟାମେରା। ଶ୍ରୀମନ୍ଦିରର ପଶ୍ଚିମଦ୍ଵାର ପଟେ ହିଡେନ କ୍ୟାମେରା ଯୁକ୍ତ ଚଷମା ପିନ୍ଧି ଜଣେ ଯୁବକ ପ୍ରବେଶ କରୁଥିବା ବେଳେ ପୁଲିସ ଅଟକାଇଥିଲେ। ପଶ୍ଚିମବଙ୍ଗର ଜଣେ ଯୁବକ ପଶ୍ଚିମ ଦ୍ଵାର ପଟେ ହିଡେନ କ୍ୟାମେରା ନେଇ ପ୍ରବେଶ କରୁଥିବା ବେଳେ ପଶ୍ଚିମବଙ୍ଗର ଯୁବକ ପ୍ରତିଶ ପାଲ ଥାନାରେ ଅଟକ ଅଛନ୍ତି। ତାଙ୍କ ଘର ପଶ୍ଚିମ ବର୍ଦ୍ଧମାନରେ ବୋଲି ଜଣାଯାଇଛି ।

ଆହୁରି ପଢ଼ନ୍ତୁ: ବେଆଇନ ଘେରି ଯୋଗୁଁ ବିପନ୍ନ ଚିଲିକାର ପରିବେଶ, ପ୍ରଶାସନ ନୀରବଦ୍ରଷ୍ଟା

ଗତକାଲି ମଧ୍ୟ ଜଣେ ଭକ୍ତଙ୍କଠାରୁ ଗୁପ୍ତ କ୍ୟାମେରାଯୁକ୍ତ ଚଷମା ଏବଂ ମୋବାଇଲ୍‌ ଫୋନ୍‌ ଜବତ ହୋଇଥିଲା। ସେହିପରି ଗତ ୨୯ତାରିଖରେ ଜଣେ ଭକ୍ତଙ୍କଠାରୁ ମନ୍ଦିର ପରିସରରୁ ଗୁପ୍ତ କ୍ୟାମେରାଯୁକ୍ତ ଚଷମା ଜବତ ହୋଇଥିଲା। ଯାହା ବଡ଼ଦେଉଳର ସୁରକ୍ଷା ବ୍ୟବସ୍ଥାର ବାସ୍ତବ ଚିତ୍ରକୁ ପଦାରେ ପକାଇଛି। ଗତକାଲିର ଘଟଣାରେ ସିଂହଦ୍ୱାର ଥାନା ପୁଲିସ ଗୁଜରାଟର ବିପୁଲ ପଟେଲଙ୍କୁ ଧରି ପଚରାଉଚରା କରିଛି। ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଶ୍ରୀମନ୍ଦିର ସେବାୟତ ଓ ବୁଦ୍ଧିଜୀବୀ।

ଆହୁରି ପଢ଼ନ୍ତୁ: ଦେବାଳିଆ ସ୍ଥିତିରେ ବ୍ଲକ ଶିକ୍ଷା କାର୍ଯ୍ୟାଳୟ, ବାଟବଣା ଶିକ୍ଷାଦାନ!

ଶ୍ରୀମନ୍ଦିର ଭିତରକୁ ମୋବାଇଲ, କ୍ୟାମେରା ଆଦି ନେବା ଉପରେ କଡ଼ା କଟକଣା ରହିଛି। ଏହା ସତ୍ତ୍ବେ ବିଭିନ୍ନ ସମୟରେ ସୁରକ୍ଷା ବଳୟକୁ ଭେଦ କରି ମନ୍ଦିର ଭିତରକୁ ଏସବୁ ଯାଉଛି। ଫଳରେ ଅନେକ ସମୟରେ ମନ୍ଦିର ଭିତରର ବହୁ ସମ୍ବେଦନଶୀଳ ଫଟୋ, ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ବିଭିନ୍ନ ସମୟରେ ଏହା ଜଣାପଡ଼ିବା ପରେ ମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଥିବା କୁହାଯାଉଛି। ହେଲେ ବାସ୍ତବତା କିନ୍ତୁ ଭିନ୍ନ।

ସୂଚନାଥାଉ କି, ଶ୍ରୀମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣର ଆଶଙ୍କା ରହିଛି। ଏନେଇ ବିଭିନ୍ନ ସମୟରେ ଗୁଇନ୍ଦା ବିଭାଗ ରିପୋର୍ଟ ଦେଇଛି। ଏହାକୁ ନଜରରେ ରଖି ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏପରିକି, ବିଭିନ୍ନ ସମୟରେ ଏନ୍‌ଏସ୍‌ଜି ପକ୍ଷରୁ ବଡ଼ଦେଉଳର ସୁରକ୍ଷା ବ୍ୟବସ୍ଥା ତଦାରଖ କରାଯାଉଛି। ବିଶେଷକରି ମନ୍ଦିର ଭିତର ଫଟୋ ଏବଂ ଭିଡ଼ିଓ ଯେପରି ବାହାରକୁ ନ ଆସିବ, ସେଥିଲାଗି ଏ ସବୁର ଉତ୍ତୋଳନ ଉପରେ କଟକଣା ରହିଛି। ହେଲେ ବିଭିନ୍ନ ସମୟରେ ଏଥିରେ ବ୍ୟତିକ୍ରମ ଘଟୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର