ରଥଯାତ୍ରାକୁ ଶୃଙ୍ଖଳିତ ଓ ସୁପରିଚାଳନା ପାଇଁ ପ୍ରସ୍ତୁତି ବୈଠକ, ସୁରକ୍ଷା ବ୍ୟବସ୍ଥାକୁ ତଦାରଖ ପାଇଁ ନିୟୋଜିତ ହେବେ ବରିଷ୍ଠ ପୁଲିସ ଅଧିକାରୀ

The Sakala Picture
Published On

ପୁରୀ: ଆସନ୍ତା ଜୁନ ମାସ ୨୦ ତାରିଖରେ ପୁରୀର ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ଶ୍ରୀ ଜଗନ୍ନାଥ ମନ୍ଦିର ପରମ୍ପରା ଅନୁଯାୟୀ ଶ୍ରୀଜୀଉଙ୍କ ରୀତିନୀତି ବିଭିନ୍ନ ତାରିଖରେ ପାଳନ କରାଯିବ। ଶ୍ରୀଜୀଉଙ୍କ ଗୁରୁତ୍ୱପୂର୍ଣ୍ଣ ରୀତିନୀତି ମଧ୍ୟରେ ଜୁନ ୧୯ ତାରିଖରେ ନବଯୌବନ ଦର୍ଶନ, ଜୁନ ୨୦ ତାରିଖରେ ରଥଯାତ୍ରା, ୨୮ ରେ ବାହୁଡା ଯାତ୍ରା, ୨୯ ରେ ସୁନାବେଶ ଓ ଜୁଲାଇ ୧ ତାରିଖରେ ନୀଳାଦ୍ରିବିଜେ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଦେଶ […]

ପୁରୀ: ଆସନ୍ତା ଜୁନ ମାସ ୨୦ ତାରିଖରେ ପୁରୀର ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ଶ୍ରୀ ଜଗନ୍ନାଥ ମନ୍ଦିର ପରମ୍ପରା ଅନୁଯାୟୀ ଶ୍ରୀଜୀଉଙ୍କ ରୀତିନୀତି ବିଭିନ୍ନ ତାରିଖରେ ପାଳନ କରାଯିବ। ଶ୍ରୀଜୀଉଙ୍କ ଗୁରୁତ୍ୱପୂର୍ଣ୍ଣ ରୀତିନୀତି ମଧ୍ୟରେ ଜୁନ ୧୯ ତାରିଖରେ ନବଯୌବନ ଦର୍ଶନ, ଜୁନ ୨୦ ତାରିଖରେ ରଥଯାତ୍ରା, ୨୮ ରେ ବାହୁଡା ଯାତ୍ରା, ୨୯ ରେ ସୁନାବେଶ ଓ ଜୁଲାଇ ୧ ତାରିଖରେ ନୀଳାଦ୍ରିବିଜେ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଦେଶ ବିଦେଶରୁ ଲକ୍ଷାଧିକ ଭକ୍ତ ପୁରୀରେ ସମାଗମ ହେବେ ।

ଆହୁରି ପଢ଼ନ୍ତୁ: ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର: ୧୦୦ ଟଙ୍କା ନ ଦେଲେ ମିଳୁନି ସିଏଲ୍‌‌ସି !

ସ୍ନାନଯାତ୍ରା ଠାରୁ ରଥଯାତ୍ରା ପର୍ଯ୍ୟନ୍ତ ସମସ୍ତ ନୀତିକୁ ଅନୁମୋଦନ ମିଳିଛି। ଏଥିସହ ଗୁରୁକୁଳ ସମ୍ବନ୍ଧରେ ମଧ୍ୟ ଆଲୋଚନା ହୋଇଛଇ। ଶ୍ରୀମନ୍ଦିର କାର୍ଯ୍ୟାଳୟ ର ସୁଦୃଢ଼ୀ କରଣ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଅଳ୍ପ ଦିନ ମଧ୍ୟରେ ସମ୍ପୂର୍ଣ ହେବ । ବାହାର କାର୍ଯ୍ୟ ଉପରେ ପ୍ରାଥମିକତା ଦିଆଯାଇଛି। ନୀତିକୁ ଶୃଙ୍ଖଳିତ ସହ ଦର୍ଶନ ବ୍ୟବସ୍ଥିତକୁ ଶୃଙ୍ଖଳିତ ନେଇ ଆଲୋଚନା ହୋଇଛି।

ଆହୁରି ପଢ଼ନ୍ତୁ: ପାରିବାରିକ ବିବାଦ: ଭିଣୋଇକୁ ଧାରୁଆ ଅସ୍ତ୍ରରେ ହାଣିଲା ଶଳା

ରଥଯାତ୍ରାକୁ ଶୃଙ୍ଖଳିତ ଏବଂ ସୁପରିଚାଳନା କରିବା ନିମନ୍ତେ ଆଜି ପୂର୍ବାହ୍ନରେ କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଡିଜିପି ଶ୍ରୀ ସୁନୀଲ କୁମାର ବଂଶଲ ଅଧ୍ୟକ୍ଷତା କରି ରଥଯାତ୍ରା ପାଇଁ ସକ୍ରିୟ ଓ ଅଧିକ ସଜାଗ ରହିବାକୁ ବରିଷ୍ଠ ପୁଲିସ ଅଧିକାରୀ ମାନଙ୍କୁ  ନିର୍ଦ୍ଦେଶ ଦେଇଥିଲେ। ଏହାପରେ ବିଭିନ୍ନ ସୁରକ୍ଷା ବନ୍ଦୋବସ୍ତ ବିଷୟରେ ବୈଠକରେ ଆଲୋଚନା ହୋଇଥିଲା । ରଥଯାତ୍ରା ନିମନ୍ତେ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରିବା ସହ ବରିଷ୍ଠ ପୁଲିସ ଅଧିକାରୀମାନେ ସ୍ଵତନ୍ତ୍ର କାର୍ଯ୍ୟ ପାଇଁ ନିୟୋଜିତ ହେବେ। ଆବଶ୍ୟକତା ଅନୁଯାୟୀ ବମ୍ ନିଷ୍କ୍ରିୟକାରୀ ଦଳ, ଏଚ୍ଏଚ୍ଏମଡି, ଡିଏମ୍ଏଫଡି, ମେଟାଲ ଡିଟେକ୍ଟର ଓ କାଉଣ୍ଟର ଗୁଇନ୍ଦା ସ୍କ୍ବାର୍ଡଙ୍କୁ ନିୟୋଜିତ କରାଯିବ।  ଭିଭିଆଇପିମାନଙ୍କ ସୁରକ୍ଷା ନିମନ୍ତେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ। ସହରର ବିଭିନ୍ନ ସ୍ଥାନରେ ସିସିଟିଭି ସ୍ଥାପନ କରାଯିବ। ଟ୍ରାଫିକ ସୁପରିଚାଳନା ନିମନ୍ତେ ରୋଡ ଡିଭାଇଡର, ଡ଼ିଲିନେଟର ଓ ଟ୍ରାଫିକ ଜୋନ୍ସ ବ୍ୟବସ୍ଥା କାରାଯିବ। ସେହିପରି ସମୁଦ୍ର କୂଳରେ ପାଟ୍ରୋଲିଂ କଡାକଡି କରିବାକୁ ଦୃଷ୍ଟି ଦିଆଯିବ ଓ ଅସ୍ଥାୟୀ ପୁଲିସ ଆଉଟପୋଷ୍ଟ ଖୋଲାଯିବା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ଡିଜିଟାଲ ପୋଲିସିଂରେ ଓଡ଼ିଶା ପୋଲିସର ନୂଆ ପଦକ୍ଷେପ, ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍‌ରେ ମିଳିବ ୧୪ଟି ପୋଲିସ ସେବା

ଏହି ବୈଠକରେ ଏଡିଜିପି   (ଏସଏପି)  ଆର.ପି. କୋଚେ, ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା , ଏଡିଜିପି (ମୁଖ୍ୟାଳୟ) ଆର.କେ. ଶର୍ମା, ପୁଲିସ କମିଶନର (କଟକ–ଭୁବନେଶ୍ବର)  ସୌମେନ୍ଦ୍ର ପ୍ରିୟଦର୍ଶୀ,  ଏଡିଜିପି, କ୍ରାଇମବ୍ରାଞ୍ଚ ଅରୁଣ ବୋଥ୍ରା, ଏଡିଜିପି (ଆଇନ ଓ ଶୃଙ୍ଖଳା)  ସଞ୍ଜୟ କୁମାର, ଏଡିଜିପି (ଅପରେସନ)  ଏସ. ଦେବଦତ୍ତ ସିଂ, ଏଡିଜିପି (ରେଳବାଇ ଓ ଉପକୂଳ ସୁରକ୍ଷା)  ଦୟାଲ ଗଙ୍ଗୱାର, ଏଡିଜିପି (ଆଧୁନିକୀକରଣ) ରାଜେଶ କୁମାର, ଆଇ.ଜି. (ପ୍ରୋଭିଜନିଂ)  ୟତିନ୍ଦ୍ର କୋୟଲ,  ଆଇ.ଜି. (କ୍ରାଇମବ୍ରାଞ୍ଚ) ଅମିତେନ୍ଦ୍ର ନାଥ ସିହ୍ନା, ଆଇ.ଜି. (ଯୋଗାଯୋଗ) ଗଜଭିୟେ ସତିଶ କୁମାର ଈଶ୍ଵରଦାସ, ଆଇ.ଜି. (କେନ୍ଦ୍ରାଞ୍ଚଳ) ଆଶିଷ କୁମାର ସିଂ, ଡି.ଆଇ.ଜି. (ଗୁଇନ୍ଦା)  ଅନୁପ କୁମାର ସାହୁ, ଡି.ଆଇ.ଜି. (ଏସ.ଆଇ.ଡବ୍ଲ୍ୟୁ) ଶ୍ରୀ ଅଖିଳେଶ୍ବର ସିଂ, ଏସ.ପି. (ପୁରୀ), ଡ଼. କନୱାର ବିଶାଲ ସିଂ, ଏସ.ପି. (ମୁଖ୍ୟାଳୟ) ରାହୁଲ ଜୈନ, ଏସ.ପି. (ସିଗନାଲ), ଏସ.ପି.  (ପିଏମଟି), ଷଷ୍ଠ ବାଟାଲିୟନ କମାଣ୍ଡାଣ୍ଟଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର