କାଲି ଲାଞ୍ଚ ନେଇ ଗିରଫ ହୋଇଥିଲେ, ଆଜି ସସ୍‌ପେଣ୍ଡ କଲେ ପୁଲିସ କମିଶନର

The Sakala Picture
Published On

ଭୁବନେଶ୍ବର : ଲାଞ୍ଚ ନେଇ ଗତକାଲି ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ଭୁବନେଶ୍ବର ସହିଦନଗର ଥାନା ଏସ୍‌ଆଇଙ୍କୁ ସସ୍‌ପେଣ୍ଡ କରିଛନ୍ତି ପୁଲିସ କମିଶନର। ଗତକାଲି ସହିଦ ନଗର ଥାନା ସବ୍‌‌-ଇନ୍ସପେକ୍ଟର ପ୍ରିୟବ୍ରତ ପ୍ରଧାନ ଜଣେ ବ୍ୟକ୍ତିଙ୍କଠାରୁ ଜବତ ହୋଇଥିବା ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌‌)କୁ ଫେରାଇଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିଲେ। ଏହାପରେ ଆଜି ପୁଲିସ କମିଶନର ଏସ୍‌ଆଇ ପ୍ରିୟବ୍ରତ ପ୍ରଧାନଙ୍କୁ ଚାକିରିରୁ ସସ୍‌ପେଣ୍ଡ କରିଛନ୍ତି। ସୂଚନାମୁତାବକ ଗତ କିଛି ଦିନ ତଳେ […]

ଭୁବନେଶ୍ବର : ଲାଞ୍ଚ ନେଇ ଗତକାଲି ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ଭୁବନେଶ୍ବର ସହିଦନଗର ଥାନା ଏସ୍‌ଆଇଙ୍କୁ ସସ୍‌ପେଣ୍ଡ କରିଛନ୍ତି ପୁଲିସ କମିଶନର। ଗତକାଲି ସହିଦ ନଗର ଥାନା ସବ୍‌‌-ଇନ୍ସପେକ୍ଟର ପ୍ରିୟବ୍ରତ ପ୍ରଧାନ ଜଣେ ବ୍ୟକ୍ତିଙ୍କଠାରୁ ଜବତ ହୋଇଥିବା ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌‌)କୁ ଫେରାଇଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିଲେ। ଏହାପରେ ଆଜି ପୁଲିସ କମିଶନର ଏସ୍‌ଆଇ ପ୍ରିୟବ୍ରତ ପ୍ରଧାନଙ୍କୁ ଚାକିରିରୁ ସସ୍‌ପେଣ୍ଡ କରିଛନ୍ତି।

ଆହୁରି ପଢ଼ନ୍ତୁ: ରଥଯାତ୍ରା ପରିଚାଳନାରେ ସମ୍ପୂର୍ଣ୍ଣ ଫେଲ୍ ମାରିଛନ୍ତି
ରାଜ୍ୟ ସରକାର: ବିଜେଡି

ସୂଚନାମୁତାବକ ଗତ କିଛି ଦିନ ତଳେ ସହିଦନଗର ଥାନା ଅଞ୍ଚଳରେ ଚେକିଂ ବେଳେ ପୁରୀର ମନୋରଞ୍ଜନ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କୁ ଧରିଥିଲା ପୁଲିସ । ତାଙ୍କ ଗାଡିକୁ ମଧ୍ୟ ଜବତ କରାଯାଇଥିଲା । ଚେକିଂ ସମୟରେ ଏସଆଇ ପ୍ରିୟବ୍ରତ ଯୁବକଙ୍କ ଡିଏଲକୁ ଜବତ କରିଥିଲେ । ଏହାକୁ ସସପେଣ୍ଡ ପାଇଁ ଆରଟିଓକୁ ପଠାଯାଇଥିଲା । କିନ୍ତୁ ଡିଏଲ ତିନିମାସ ପାଇଁ ସସପେଣ୍ଡ ନକରି ଫେରାଇ ଦେବାକୁ ମନୋରଞ୍ଜନକୁ କହିଥିଲେ ଏସଆଇ । ଏଥିପାଇଁ ତାଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।

ଆହୁରି ପଢ଼ନ୍ତୁ: ବାହୁଡ଼ାଯାତ୍ରାରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ: ଚରମ ବିଫଳତାକୁ ନେଇ ବିଜେଡିର କଡ଼ା ସମାଲୋଚନା

ଅଭିଯୋଗକାରୀ ଗତ ୨୧ ତାରିଖରେ ତାଙ୍କୁ ୩ ହଜାର ଟଙ୍କା ଦେଇଥିଲେ। କିନ୍ତୁ ଆଉ ୨ ହଜାର ଟଙ୍କା ନ ଦେଲେ ଡିଏଲ୍‌‌ ଦେବେ ନାହିଁ ବୋଲି ସବ୍‌‌-ଇନ୍ସପେକ୍ଟର ପ୍ରିୟବ୍ରତ ପ୍ରଧାନ ତାଙ୍କୁ ରୋକଠୋକ୍‌ ଶୁଣାଇ ଦେଇଥିଲେ। ଏହା ପରେ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଶନିବାର ସନ୍ଧ୍ୟାରେ ଥାନା ନିକଟରେ ଲାଞ୍ଚ ଟଙ୍କା ନେବା ସମୟରେ ମାଡ଼ି ବସିଥିଲା ଭିଜିଲାନ୍ସ। ତାଙ୍କ ପକେଟ୍‌ରୁ ୨ ହଜାର ଟଙ୍କା ଜବତ କରାଯିବା ସହ ତାଙ୍କ ହାତରୁ କେମିକାଲ ମିଳିବା ପରେ ଉଠାଇ ନେଇଥିଲା ଭିଜିଲାନ୍ସ। ତାଙ୍କ ନାମରେ ମାମଲା ରୁଜୁ କରି ଗିରଫ କରିବା ସହ ଭିଜିଲାନ୍ସ ଆୟ ବହିର୍ଭୂତ ସମ୍ପତ୍ତି ସନ୍ଦେହରେ ତାଙ୍କର ଭିଏସ୍‌‌ଏସ୍‌‌ ନଗରରେ ଥିବା ଘର ଏବଂ ପୁରୀ, ବ୍ରହ୍ମଗିରି ଥାନା ରେବଣା ଗଁରେ ଥିବା ପୈତୃକ ବାସଭବନରେ ଚଢ଼ଉ କରିଥିଲା।

ଆହୁରି ପଢ଼ନ୍ତୁ: ଆଜି ସନ୍ଧ୍ୟା ସୁଦ୍ଧା ସାଳନ୍ଦୀ, ଜଳକା ଓ ବୈତରଣୀରେ ବନ୍ୟା ଆଶଙ୍କା, ସୂଚନା ଦେଲେ ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ

24 Mar 2024 By The Sakala

କାଲି ଲାଞ୍ଚ ନେଇ ଗିରଫ ହୋଇଥିଲେ, ଆଜି ସସ୍‌ପେଣ୍ଡ କଲେ ପୁଲିସ କମିଶନର

ଭୁବନେଶ୍ବର : ଲାଞ୍ଚ ନେଇ ଗତକାଲି ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ଭୁବନେଶ୍ବର ସହିଦନଗର ଥାନା ଏସ୍‌ଆଇଙ୍କୁ ସସ୍‌ପେଣ୍ଡ କରିଛନ୍ତି ପୁଲିସ କମିଶନର। ଗତକାଲି ସହିଦ ନଗର ଥାନା ସବ୍‌‌-ଇନ୍ସପେକ୍ଟର ପ୍ରିୟବ୍ରତ ପ୍ରଧାନ ଜଣେ ବ୍ୟକ୍ତିଙ୍କଠାରୁ ଜବତ ହୋଇଥିବା ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌‌)କୁ ଫେରାଇଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିଲେ। ଏହାପରେ ଆଜି ପୁଲିସ କମିଶନର ଏସ୍‌ଆଇ ପ୍ରିୟବ୍ରତ ପ୍ରଧାନଙ୍କୁ ଚାକିରିରୁ ସସ୍‌ପେଣ୍ଡ କରିଛନ୍ତି।

ସୂଚନାମୁତାବକ ଗତ କିଛି ଦିନ ତଳେ ସହିଦନଗର ଥାନା ଅଞ୍ଚଳରେ ଚେକିଂ ବେଳେ ପୁରୀର ମନୋରଞ୍ଜନ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କୁ ଧରିଥିଲା ପୁଲିସ । ତାଙ୍କ ଗାଡିକୁ ମଧ୍ୟ ଜବତ କରାଯାଇଥିଲା । ଚେକିଂ ସମୟରେ ଏସଆଇ ପ୍ରିୟବ୍ରତ ଯୁବକଙ୍କ ଡିଏଲକୁ ଜବତ କରିଥିଲେ । ଏହାକୁ ସସପେଣ୍ଡ ପାଇଁ ଆରଟିଓକୁ ପଠାଯାଇଥିଲା । କିନ୍ତୁ ଡିଏଲ ତିନିମାସ ପାଇଁ ସସପେଣ୍ଡ ନକରି ଫେରାଇ ଦେବାକୁ ମନୋରଞ୍ଜନକୁ କହିଥିଲେ ଏସଆଇ । ଏଥିପାଇଁ ତାଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।

ଅଭିଯୋଗକାରୀ ଗତ ୨୧ ତାରିଖରେ ତାଙ୍କୁ ୩ ହଜାର ଟଙ୍କା ଦେଇଥିଲେ। କିନ୍ତୁ ଆଉ ୨ ହଜାର ଟଙ୍କା ନ ଦେଲେ ଡିଏଲ୍‌‌ ଦେବେ ନାହିଁ ବୋଲି ସବ୍‌‌-ଇନ୍ସପେକ୍ଟର ପ୍ରିୟବ୍ରତ ପ୍ରଧାନ ତାଙ୍କୁ ରୋକଠୋକ୍‌ ଶୁଣାଇ ଦେଇଥିଲେ। ଏହା ପରେ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଶନିବାର ସନ୍ଧ୍ୟାରେ ଥାନା ନିକଟରେ ଲାଞ୍ଚ ଟଙ୍କା ନେବା ସମୟରେ ମାଡ଼ି ବସିଥିଲା ଭିଜିଲାନ୍ସ। ତାଙ୍କ ପକେଟ୍‌ରୁ ୨ ହଜାର ଟଙ୍କା ଜବତ କରାଯିବା ସହ ତାଙ୍କ ହାତରୁ କେମିକାଲ ମିଳିବା ପରେ ଉଠାଇ ନେଇଥିଲା ଭିଜିଲାନ୍ସ। ତାଙ୍କ ନାମରେ ମାମଲା ରୁଜୁ କରି ଗିରଫ କରିବା ସହ ଭିଜିଲାନ୍ସ ଆୟ ବହିର୍ଭୂତ ସମ୍ପତ୍ତି ସନ୍ଦେହରେ ତାଙ୍କର ଭିଏସ୍‌‌ଏସ୍‌‌ ନଗରରେ ଥିବା ଘର ଏବଂ ପୁରୀ, ବ୍ରହ୍ମଗିରି ଥାନା ରେବଣା ଗଁରେ ଥିବା ପୈତୃକ ବାସଭବନରେ ଚଢ଼ଉ କରିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର