ଓଡ଼ିଶାରେ ପୁଣି କରୋନା ଛନକା: ଗଞ୍ଜାମରେ ଚିହ୍ନଟ ହେଲେ ନୂଆ କୋଭିଡ-୧୯ ଆକ୍ରାନ୍ତ !

Madhusudan Das Picture
Published On

ଗଞ୍ଜାମ: ଓଡ଼ିଶାରେ ପଶିଲା କରୋନା । MKCGରେ ଜଣେ ମହିଳା ରୋଗୀ କୋଭିଡ୍‌ ସଂକ୍ରମିତ ଚିହ୍ନଟ । ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏବେ ଓଡ଼ିଶାରେ ମଧ୍ୟ ନୂତନ ସଂକ୍ରମଣ ଦେଖିବାକୁ ମିଳିଛି। ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଏକ ନୂଆ କୋଭିଡ-୧୯ (COVID-19) ମାମଲା ସାମ୍ନାକୁ ଆସିବା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ସୀମାବର୍ତ୍ତୀ ଅଞ୍ଚଳରେ ରୋଗ ବ୍ୟାପିବାର ଆଶଙ୍କା ଥିବାରୁ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଛି।

ଆହୁରି ପଢ଼ନ୍ତୁ: ନେପାଳ ବନ୍ୟାରୁ ସୁରକ୍ଷିତ ଘରକୁ ଫେରିଲେ ବାରିପଦାର ଝିଅ କୁଲସୁମ୍ ନିଗାର୍, ବଖାଣିଲେ ପ୍ରଳୟଙ୍କରୀ ବନ୍ୟାର ଲୋମଟାଙ୍କୁରା ଅନୁଭୂତି

ମିଳିଥିବା ସୂଚନା ଅନୁଯାୟୀ, ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜଣେ ମହିଳାଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଛି। ସୂତ୍ରରୁ ଜଣାପଡିଛି ଯେ, ରୋଗୀ ଜଣକ କିଛି ଦିନ ପୂର୍ବରୁ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ତାଙ୍କର କୋଭିଡ୍ ପରୀକ୍ଷା କରାଯିବାରୁ ସେ ସଂକ୍ରମିତ ଥିବା ଜଣାପଡିଥିଲା। ବର୍ତ୍ତମାନ ତାଙ୍କୁ ଏମକେସିଜିରେ ସ୍ୱତନ୍ତ୍ର ଯତ୍ନ ଏବଂ ଚିକିତ୍ସା ପ୍ରଦାନ କରାଯାଉଛି। 

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଗତ ଜୁନ୍ ୨୬ ରୁ ଜୁଲାଇ ୧୬ ତାରିଖ ମଧ୍ୟରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ୧୨ଟି କୋଭିଡ୍-୧୯ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲା। କେବଳ ସେତିକି ନୁହେଁ, ଏହି ସମୟ ମଧ୍ୟରେ ସେଠାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏହାର ଠିକ୍ ପରେ ଓଡ଼ିଶାରେ ନୂଆ ମାମଲା ଚିହ୍ନଟ ହେବା ସାଧାରଣ ଲୋକଙ୍କ ଚିନ୍ତାକୁ ବହୁଗୁଣିତ କରିଦେଇଛି। ବିଶେଷ କରି ଆନ୍ଧ୍ର ସୀମାନ୍ତକୁ ଲାଗିଥିବା ଜିଲ୍ଲାଗୁଡ଼ିକରେ ସତର୍କତା କଡ଼ାକଡ଼ି କରାଯାଇଛି ଏବଂ ପ୍ରଶାସନ ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର