ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା: ସାରାଂଶ ଜୈନ୍‌ ନୂଆ ମୁହଁ, ଫେରିଲେ ଜାଡେଜା ଓ ବୁମରା

Madhusudan Das Picture
Published On

ମୁମ୍ବାଇ: ଶ୍ରୀଲଙ୍କା ବିପକ୍ଷ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଟିମ୍ ଇଣ୍ଡିଆ ଘୋଷଣା । ଗିଲ୍‌ଙ୍କ ନେତୃତ୍ବରେ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କଲା ବିସିସିଆଇ । ଏହି ଦଳରେ ଅଫ୍-ସ୍ପିନ୍ ଅଲରାଉଣ୍ଡର ସାରାଂଶ ଜୈନଙ୍କୁ ପ୍ରଥମ ଥର ପାଇଁ ଟେଷ୍ଟ ଦଳରେ ସାମିଲ କରାଯାଇଛି। ସେହିପରି ଦୀର୍ଘ ଦିନର ବ୍ୟବଧାନ ପରେ ଭେଟେରାନ୍ ସ୍ପିନ୍ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏବଂ ଦ୍ରୁତ ବୋଲର ଯଶପ୍ରୀତ ବୁମରା ମଧ୍ୟ ରେଡ୍-ବଲ୍ ଫର୍ମାଟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

ଆସନ୍ତା ଅଗଷ୍ଟ ୧୫ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ସିରିଜ୍ ପାଇଁ ଘୋଷିତ ଦଳରେ ୱାଶିଂଟନ୍ ସୁନ୍ଦରଙ୍କ ଅନୁପସ୍ଥିତି କାରଣରୁ ସାରାଂଶ ଜୈନଙ୍କୁ ସୁଯୋଗ ମିଳିଛି। ସୁନ୍ଦରଙ୍କ ଡାହାଣ ଗୋଡ଼ର ହାମଷ୍ଟ୍ରିଙ୍ଗ୍ ସମସ୍ୟା ଥିବାରୁ ସେ ପ୍ରଥମ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି। ନିକଟରେ ଶ୍ରୀଲଙ୍କା ଗସ୍ତରେ ଇଣ୍ଡିଆ-ଏ (India A) ପକ୍ଷରୁ ଖେଳି ସାରାଂଶ ଚମତ୍କାର ପ୍ରଦର୍ଶନ କରିଥିଲେ। ଦ୍ୱିତୀୟ ଅଣଆନୁଷ୍ଠାନିକ ଟେଷ୍ଟରେ ସେ ଅପରାଜିତ ୭୦ ରନ୍ ସଂଗ୍ରହ କରିବା ସହ ୬ଟି ୱିକେଟ୍ ଅକ୍ତିଆର କରିଥିଲେ। ନିଜର ୫୪ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ରେ ସେ ମୋଟ ୨୨୨୩ ରନ୍ ଏବଂ ୧୮୮ ୱିକେଟ୍ ନେବାର ରେକର୍ଡ ରଖିଛନ୍ତି।

ଆହୁରି ପଢ଼ନ୍ତୁ: ଆଫଗାନିସ୍ତାନ ଟି-୨୦ ଓ ଏସିଆନ୍ ଗେମ୍ସରୁ ବାଦ୍ ପଡ଼ିଲେ ହର୍ଷିତ ରାଣା, ଯଶପ୍ରୀତ ବୁମରା ଫିଟ୍ ଘୋଷିତ

ଅନ୍ୟପକ୍ଷରେ, ଆଇପିଏଲ୍ ୨୦୨୬ ସମୟରେ ଆହତ ହୋଇଥିବା ରବୀନ୍ଦ୍ର ଜାଡେଜା ସୁସ୍ଥ ହୋଇ ଦଳକୁ ଫେରିଥିବା ବେଳେ ଯଶପ୍ରୀତ ବୁମରାଙ୍କ ଉପଲବ୍ଧତା ତାଙ୍କ ଫିଟନେସ୍ କ୍ଲିୟରାନ୍ସ ଉପରେ ନିର୍ଭର କରିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ଉଭୟ ଖେଳାଳି ନଭେମ୍ବର ୨୦୨୫ ପରେ ପ୍ରଥମ ଥର ପାଇଁ ଟେଷ୍ଟ ଦଳକୁ ଫେରିଛନ୍ତି।

ଆହୁରି ପଢ଼ନ୍ତୁ: ଇଂଲଣ୍ଡରେ କୁଲଦୀପ ଯାଦବଙ୍କ ଚମତ୍କାର ପ୍ରଦର୍ଶନ, ଏକାକୀ ନେଲେ ୧୦ ୱିକେଟ୍, ଗୌତମ ଗମ୍ଭୀରଙ୍କୁ ଦେଲେ କଡ଼ା ବାର୍ତ୍ତା

ଏହି ଗୁରୁତ୍ୱପୂର୍ଣ୍ଣ ସିରିଜରେ ଭାରତୀୟ ଦଳର ନେତୃତ୍ୱ ନେବେ ଯୁବ ବ୍ୟାଟର ଶୁଭମନ ଗିଲ୍। ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ (WTC) ଅନ୍ତର୍ଗତ ଖେଳାଯିବାକୁ ଥିବା ଏହି ସିରିଜ୍ ପୂର୍ବରୁ ଭାରତୀୟ ଦଳ ଅଗଷ୍ଟ ୭ ତାରିଖରୁ କଲମ୍ବୋରେ ଏକ ଚାରି ଦିନିଆ ଅଭ୍ୟାସ ମ୍ୟାଚ୍ ଖେଳିବ।

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ:
ଶୁଭମନ ଗିଲ୍ (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ଯଶସ୍ୱୀ ଜୟସ୍ୱାଲ୍, ରିଷଭ ପନ୍ତ (ୱିକେଟ୍ କିପର), ସାଇ ସୁଦର୍ଶନ, ଧ୍ରୁବ ଜୁରେଲ୍ (ୱିକେଟ୍ କିପର), ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମାନବ ସୁଥାର, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ଗୁରନୁର ବ୍ରାର, ଦେବଦୂତ୍ତ ପାଡିକଲ ଏବଂ ସାରାଂଶ ଜୈନ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର