ମୋବାଇଲ୍ ନିଶା ନେଲା ଜୀବନ: ମା'ଙ୍କ ଗାଳି ପରେ ପୁଅର ଆତ୍ମହତ୍ୟା, ଦୁଃଖରେ ବିଷ ପିଇଲେ ମା'

Madhusudan Das Picture
Published On

କଟକ: ସଂସାର ଉଜାଡିଦେଲା ମୋବାଇଲ୍ । ମୋବାଇଲ ଦେଖିବାକୁ ବାରଣ କରିବାରୁ ଆତ୍ମହତ୍ୟା କଲା ପୁଅ । ପୁଅ ମୃତ୍ୟୁ ଖବର ପାଇ ମାଆ ପିଇଦେଲା ବିଷ । ବର୍ତ୍ତମାନ ମା' ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଏପରି ଏକ ଅତ୍ୟନ୍ତ ଦୁଃଖଦାୟକ ଘଟଣା ଘଟିଛି କଟକ ଜିଲ୍ଲା ଜଗତପୁର ଥାନା ଅନ୍ତର୍ଗତ ହାତୀଖଣା ଗାଁରେ । ସବୁଠାରୁ ବଡ଼ ବିଡ଼ମ୍ବନାର ବିଷୟ ହେଉଛି, ପିଲାଟିର ବାପାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଦିନ ହିଁ ଏହି ଅଭାବନୀୟ ଘଟଣା ଘଟିଛି। ମୋବାଇଲ୍ ଫୋନ୍ ବ୍ୟବହାରକୁ ନେଇ ମା'ଙ୍କ ଗାଳି ଶୁଣିବା ପରେ ୧୫ ବର୍ଷର ନାବାଳକ ଆୟୁଷ୍ମାନ ସାହୁ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣାରେ ମର୍ମାହତ ହୋଇ ତାଙ୍କ ମା' ମଧ୍ୟ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଏବଂ ବର୍ତ୍ତମାନ ସେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। 

ଆହୁରି ପଢ଼ନ୍ତୁ: IAS ସ୍ତରରେ ବଡ଼ ଅଦଳବଦଳ: ବିଡିଏ ଉପାଧ୍ୟକ୍ଷ ହେଲେ ଶୁଭମ୍ ସକ୍ସେନା, ବ୍ରହ୍ମପୁର ଆରଡିସି ଭାବେ ବିଜୟ ଅମୃତା କୁଲାଙ୍ଗେଙ୍କୁ ନିଯୁକ୍ତି

ସୂଚନା ଅନୁଯାୟୀ, ମୃତ ନାବାଳକ ଜଣକ ହେଲେ ସ୍ୱର୍ଗତ ସୁବାସ ଚନ୍ଦ୍ର ସାହୁଙ୍କ ଏକମାତ୍ର ପୁଅ ଆୟୁଷ୍ମାନ ସାହୁ ଓରଫ୍ ସୋମୁ। ଗୁରୁବାର ଦିନ ତାଙ୍କ ବାପାଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଥିବାରୁ ଘରେ ପୂଜାପାଠ ଚାଲିଥିଲା। ଏହି କାରଣରୁ ସୋମୁ ସ୍କୁଲ୍ ଯାଇନଥିଲେ। ସକାଳ ପ୍ରାୟ ୯ଟା ସମୟରେ ସୋମୁ ଏକାଗ୍ରତାର ସହ ମୋବାଇଲ୍ ଦେଖୁଥିବା ବେଳେ ତାଙ୍କ ମା' ତାଙ୍କୁ ତାଗିଦ୍ କରିବା ସହ ଫୋନ୍‌ଟିକୁ ଲୁଚାଇ ଦେଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ସୋମୁ ଘରେ ଥିବା କୀଟନାଶକ ପିଇ ଦେଇଥିଲେ।

ଆହୁରି ପଢ଼ନ୍ତୁ: ଆନ୍ଧ୍ରରେ ମାଡ ହେଲା ଭୀଷଣ ବାତ୍ୟା 'ଅର୍ଣ୍ଣବ': କାକିନାଡ଼ା ଉପକୂଳରେ ସମୁଦ୍ରର ତାଣ୍ଡବ, ପ୍ରବଳ ବର୍ଷା ଓ ପବନରେ ଜନଜୀବନ ଅସ୍ତବ୍ୟସ୍ତ

ପରିବାର ଲୋକେ ସୋମୁଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଜଗତପୁରର ଏକ ଘରୋଇ ଡାକ୍ତରଖାନାରେ ଓ ପରେ କଟକର ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନିଜର ଏକମାତ୍ର ପୁଅର ମୃତ୍ୟୁ ଖବର ଶୁଣି ଭାଙ୍ଗି ପଡ଼ିଥିବା ମା' ମଧ୍ୟ ବିଷ ପିଇ ଦେଇଥିଲେ। ପଡ଼ୋଶୀମାନେ ତାଙ୍କୁ ତୁରନ୍ତ ଉଦ୍ଧାର କରି ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି, ଯେଉଁଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଏହି ଘଟଣା ପରେ ସମଗ୍ର ଗାଁରେ ଶୋକର ଛାୟା ଖେଳିଯାଇଛି।

ଆହୁରି ପଢ଼ନ୍ତୁ: ଆନ୍ଧ୍ରପ୍ରଦେଶରେ ବାତ୍ୟା 'ଅର୍ଣ୍ଣବ'ର ତାଣ୍ଡବ: ୭ ଜଣଙ୍କ ମୃତ୍ୟୁ, ଓଡ଼ିଶା ସମେତ ବହୁ ରାଜ୍ୟରେ ପ୍ରବଳ ବର୍ଷା ସତର୍କତା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର