ବାହୁଡ଼ାଯାତ୍ରାରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ: ଚରମ ବିଫଳତାକୁ ନେଇ ବିଜେଡିର କଡ଼ା ସମାଲୋଚନା
ଭୁବନେଶ୍ୱର: ପୁରୀ ବାହୁଡ଼ାଯାତ୍ରା ସମୟରେ ପୁଣି ଥରେ ଘଟିଥିବା ମର୍ମନ୍ତୁଦ ଅଘଟଣରେ ଜଣେ ଶ୍ରଦ୍ଧାଳୁଙ୍କ ଜୀବନହାନିକୁ ନେଇ ବିଜୁ ଜନତା ଦଳର ଉପସଭାପତ ସଞ୍ଜୟ କୁମାର ଦାସବର୍ମା ଗଭୀର ଶୋକ ପ୍ରକାଶ କରିଛନ୍ତି। ବିଶ୍ୱର ସର୍ବବୃହତ ବାର୍ଷିକ ଆଧ୍ୟାତ୍ମିକ ସମାଗମର ପରିଚାଳନାରେ ଓଡ଼ିଶା ସରକାରଙ୍କ ନିରନ୍ତର ପ୍ରଶାସନିକ ବିଫଳତାର ଏହା ଆଉ ଏକ ଦୁଃଖଦ ନିଦର୍ଶନ ବୋଲି କହିବା ସହ ସରକାରଙ୍କୁ ସେ କଟୁ ସମାଲୋଚନା କରିଛନ୍ତି। ରଥଯାତ୍ରା ସମୟରେ ଘଟିଥିବା ଦୁର୍ଘଟଣାର କ୍ଷତ ନ ଲିଭୁଣୁ ଏପରି ଆଉ ଏକ ଘଟଣା ପ୍ରଶାସନର ଭକ୍ତମାନଙ୍କ ସୁରକ୍ଷା ଓ ଶୃଙ୍ଖଳିତ ପରିଚାଳନା କରିବାରେ ଅକ୍ଷମତାକୁ ପୁଣି ଥରେ ପଦାରେ ପକାଇଛି।
ଶ୍ରୀ ଦାସବର୍ମା କହିଛନ୍ତି, ବାହୁଡ଼ାଯାତ୍ରା ସମୟରେ ବଡ଼ଦାଣ୍ଡରେ ଅସୁସ୍ଥ ହୋଇଥିବା କିମ୍ୱା ଆହତ ହୋଇଥିବା ୧୦୨ ଜଣ ଭକ୍ତଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୨୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଟ୍ରମା କେୟାର ୟୁନିଟ୍ରେ ଚିକିତ୍ସାଧୀନ ଅଛନ୍ତି। ଏହି ଚିନ୍ତାଜନକ ପରିସଂଖ୍ୟାନ ସ୍ପଷ୍ଟ କରୁଛି ଯେ, ପୂର୍ବ ଅଘଟଣରୁ ପ୍ରଶାସନ କୌଣସି ଶିକ୍ଷା ଗ୍ରହଣ କରିନାହିଁ ଏବଂ ଏହାର ଅବହେଳା ଓ ଅବ୍ୟବସ୍ଥା ପୁଣି ଥରେ ହଜାର ହଜାର ଭକ୍ତଙ୍କ ଜୀବନକୁ ବିପଦମୁଖୀ କରିଛି।
ବିଜେଡି ଏହି ପ୍ରଶାସନିକ ବିଫଳତାକୁ ଦୃଢ଼ ଭାବେ ନିନ୍ଦା କରିବା ସହ ମୃତକଙ୍କ ପରିବାରକୁ ତୁରନ୍ତ ଉପଯୁକ୍ତ କ୍ଷତିପୂରଣ ଘୋଷଣା କରିବାକୁ ଦାବି କରିଛି। ଏଥିସହ ଟ୍ରମା କେୟାର ୟୁନିଟ୍ରେ ଚିକିତ୍ସାଧୀନ ସମସ୍ତ ଗୁରୁତର ଆହତ ଭକ୍ତଙ୍କୁ ବିଳମ୍ୱ ନ କରି ଭୁବନେଶ୍ୱରର ଉନ୍ନତ ସୁପର୍ ସ୍ପେସିଆଲିଟି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦିଆଯାଉ ବୋଲି ଶ୍ରୀ ଦାସବର୍ମା ଦାବି କରିଛନ୍ତି। ଡବଲ୍ ଇଞ୍ଜିନ ସରକାର ଏକ ତ୍ରୁଟିଶୂନ୍ୟ ଓ ସୁପରିଚାଳିତ ରଥଯାତ୍ରାର ଦାବି କରୁଥିବା ବେଳେ ବାରମ୍ୱାର ଘଟୁଥିବା ଏଭଳି ମର୍ମନ୍ତୁଦ ଘଟଣା କେବଳ ଓଡ଼ିଶାବାସୀଙ୍କୁ ଲଜ୍ଜିତ କରିନାହିଁ ବରଂ ଏହି ପବିତ୍ର ପର୍ବର ଗରିମାକୁ ମଧ୍ୟ କ୍ଷୁର୍ଣ୍ଣ କରିଛି। ସରକାର ଅହଙ୍କାର ପରିତ୍ୟାଗ କରି ନିଜର ତ୍ରୁଟି ସ୍ୱୀକାର କରନ୍ତୁ ଏବଂ ଆଗାମୀ ସୁନାବେଶ, ଅଧରପଣା ଓ ନୀଳାଦ୍ରି ବିଜେ ଭଳି ଦେବନୀତିଗୁଡ଼ିକୁ ସୁରକ୍ଷିତ, ସୁଶୃଙ୍ଖଳିତ ଓ ମର୍ଯ୍ୟାଦାର ସହିତ ସମ୍ପନ୍ନ କରିବା ପାଇଁ ନିଷ୍ଠାର ସହ କାର୍ଯ୍ୟ କରନ୍ତୁ ବୋଲି ଶ୍ରୀ ଦାସ ବର୍ମା କହିଛନ୍ତି। ରଥଯାତ୍ରା ଓ ବାହୁଡ଼ାଯାତ୍ରା ସମୟରେ ଦଳାଚକଟା ଓ ଜନଗହଳି ପରିଚାଳନାରେ ବିଫଳତା ଯୋଗୁଁ ଘଟିଥିବା ସମସ୍ତ ମୃତ୍ୟୁ ଓ ଆହତ ଘଟଣାକୁ ବିଚାର ବିଭାଗୀୟ ତଦନ୍ତର ପରିସରଭୁକ୍ତ କରାଯାଉ, ଯାହାଦ୍ୱାରା ଦାୟିତ୍ୱ ନିର୍ଦ୍ଧାରଣ, ଦୋଷୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଏବଂ ଭବିଷ୍ୟତରେ ଏଭଳି ଦୁର୍ଘଟଣାର ପୁନରାବୃତ୍ତି ରୋକିବା ପାଇଁ ଠୋସ୍ ପଦକ୍ଷେପ ସୁପାରିସ କରାଯାଉ ବୋଲି ବିଜେଡି ଦାବି କରିଛି।