ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ: ଗଣଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିକୁ ଜୋରଦାର କରିବ ବିଜେଡି

Madhusudan Das Picture
Published On

ଭୁବନେଶ୍ୱର: ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସୋମବାର ନବୀନ ନିବାସରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ବୈଠକରେ ବିଜେଡିର ବରିଷ୍ଠ ନେତାମାନେ ଉପସ୍ଥିତ ଥିବାବେଳେ ଏଥିରେ ଏକାଧିକ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରାଯାଇଛି। ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ପାଇଁ ବିଜେଡି ଦାବି ତଥା ଆନ୍ଦୋଳନ କରି ଆସୁଥିବା ବେଳେ ନବୀନ ଆଜି ସମାନ ଦାବି ଦୋହରାଇଛନ୍ତି। ଯଦି ଶ୍ରୀ ଗଣ୍ଡ ଇସ୍ତଫା ନଦିଅନ୍ତି, ତାହେଲେ ଏ ସଂକ୍ରାନ୍ତରେ ବ୍ୟାପକ ଆନ୍ଦୋଳନ ନେଇ ନବୀନ ଦଳର ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇଥିବା ଜଣାପଡିଛି। ଏହାଛଡା ଏସଆଇଆର ପ୍ରକ୍ରିୟାରେ ଭୋଟର ବାଦ ପଡିବା ପ୍ରସଙ୍ଗକୁ ନେଇ ନବୀନ ବୈଠକରେ ଚିନ୍ତା ପ୍ରକାଶ କରିଥିଲେ।  ଏହି ପ୍ରକ୍ରିୟାରେ କୌଣସି ଜଣେ ହେଲେ ମଧ୍ୟ ଯୋଗ୍ୟ୍ୟ ଭୋଟରଙ୍କ ନାମ ନକଟିବ ତାହା ଉପରେ ଗୁରୁତ୍ୱ ଦେବାକୁ ସେ ଦଳର ନେତାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଆଗାମୀ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଓ ଦଳର ସାଂଗଠନିକ ବିଷୟ ଆଲୋଚନା ମଧ୍ୟ ଏହି ବୈଠକରେ ହୋଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: କେନ୍ଦୁଝରରେ ବଜ୍ରପାତ ନେଲା ଦୁଇ ଜଣଙ୍କ ଜୀବନ, ଆନନ୍ଦପୁର ଅଞ୍ଚଳରେ ଶୋକର ଛାୟା

ସୋମବାର  ଅପରାହ୍ନ ୧୨ଟାରେ ବିଜେଡି ସଭାପତି ଏକ ଜରୁରୀ ବୈଠକ ଡାକିଥିଲେ।  ଏହି ବୈଠକରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ପୂର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁ ଓ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଓ ବିଧାୟକ ଗୌତମବୁଦ୍ଧ ଦାସ ଯୋଗ ଦେଇଥିଲେ। ବୈଠକରେ ସ୍କୁଲ ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ନବୀନ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। 

ଆହୁରି ପଢ଼ନ୍ତୁ: ଡିଜେ ନିଷେଧ ସତ୍ତ୍ବେ ରାଜରାସ୍ତାରେ ଶବ୍ଦର ତାଣ୍ଡବ; ହାତ ଟେକି ଦେଇଛି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ

ନବୀନ ନିବାସ ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ ପାଠ୍ୟପୁସ୍ତକରେ ତ୍ରୁଟି ଏକ ଅପରାଧ।ଏପରି ସ୍ପର୍ଶକାତର ଘଟଣାରେ ମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବା ଉଚିତ।  ରାଜ୍ୟବ୍ୟାପୀ ଏହାକୁ ନେଇ ଛାତ୍ରଛାତ୍ରୀ ଓ ବିଭିନ୍ନ ସଂଗଠନ ପ୍ରତିବାଦ କରୁଛନ୍ତି। କ୍ରାଇମବ୍ରାଞ୍ଚ ତଦନ୍ତ କେବଳ ଏକ ପ୍ରହସନ । ସେହିପରି ଦଳର ବିଧାୟକ ଗୌତମବୁଦ୍ଧ ଦାସଙ୍କ ଅନୁଯାୟୀ ବୈଠକରେ ରାଜ୍ୟରେ ଜାରି ରହିଥିବା ଏସଆଇଆର ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ବ୍ୟାପକ ଆଲୋଚନା ହୋଇଛି। ଏସଆଇଆରର ଦ୍ୱିତୀୟ ପର୍ଯ୍ୟାୟରେ ଯେପରି ଜଣେ ବି ଯୋଗ୍ୟ ଭୋଟରର ନାମ ବାଦ ନପଡେ଼ ସେଥିପ୍ରତି ସଜାଗ ରହି ଦଳର ବୁଥ୍‌ ସ୍ତରୀୟ ଏଜେଣ୍ଟମାନଙ୍କୁ ସଚେତନ କରାଯିବ। ଏହାକୁ ଗୁରୁତର ସହ ଗ୍ରହଣ କରି ଏସଆଇଆର ଉପରେ ଧ୍ୟାନ କେନ୍ଦ୍ରୀୟ କରିବାକୁ ନବୀନ ପରାମର୍ଶ ଦେଇଛନ୍ତି। ଏତଦବ୍ୟତୀତ ସଂଗଠନକୁ ଶକ୍ତିଶାଳୀ କରିବା ଦିଗରେ ନବୀନ ନେତାମାନଙ୍କ ସହ ଆଲୋଚନା କରିବା ସହ ମତାମତ ଗ୍ରହଣ କରିଥିଲେ। ନବୀନଙ୍କ ନିର୍ଦ୍ଦେଶ ପରେ ଏହି ବରିଷ୍ଠ ନେତାମାନେ ଅପରାହ୍ନରେ ଶଙ୍ଖ ଭବନରେ ପହଞ୍ଚି ଦଳ ମହିଳା, ଯୁବ ଓ ଛାତ୍ର ଶାଖାର ନେତୃବୃନ୍ଦଙ୍କ ସହ ବୈଠକ କରିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରଦେଶରେ ଭାସିଯାଇ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର