ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ରାକେଟ୍‌ର ପର୍ଦ୍ଦାଫାଶ କଲା STF; ୩ ଗିରଫ, ୩.୮୬ ଲକ୍ଷ ଟଙ୍କା ଜବତ

Madhusudan Das Picture
Published On

ଭୁବନେଶ୍ୱର: ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ରାକେଟ୍‌ର ପର୍ଦ୍ଦାଫାଶ କଲା STF । ଏହି ଘଟଣାରେ ଏସ୍‌ଟିଏଫ୍ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୩.୮୬ ଲକ୍ଷ ଟଙ୍କା ଏବଂ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ କରିଛି। ଅଭିଯୁକ୍ତମାନେ ଓଡ଼ିଶାରୁ ରାଜସ୍ଥାନକୁ ଗଞ୍ଜେଇ କାରବାର କରୁଥିଲେ ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ ୧୮ ତାରିଖ, ୨୦୨୬ ଦିନ ଖୋର୍ଦ୍ଧା ଜିଲ୍ଲା ପିତାପଲ୍ଲୀ ନିକଟରେ ଏକ ଆଇଚର କଣ୍ଟେନର ଯାଞ୍ଚ ବେଳେ ଏସ୍‌ଟିଏଫ୍ ୨୨୭.୪୦୦ କେଜି ଗଞ୍ଜେଇ ଜବତ କରିଥିଲା। ଏହି ଗଞ୍ଜେଇ ଗଜପତି ଜିଲ୍ଲାର ଅଡବା ଅଞ୍ଚଳରୁ ରାଜସ୍ଥାନକୁ ଚାଲାଣ ହେଉଥିଲା। ଏହି ଘଟଣାରେ ଏସ୍‌ଟିଏଫ୍ କେସ୍ ନମ୍ବର ୦୮/୨୦୨୬ (ଏନଡିପିଏସ ଆକ୍ଟ) ରୁଜୁ କରି ଅଧିକ ଖୋଳତାଡ଼ କରୁଥିଲା। ଏହି ତଦନ୍ତର ଫଳସ୍ୱରୂପ ରାକେଟ୍‌ର ମୁଖ୍ୟ ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳତା ମିଳିଛି।

ଆହୁରି ପଢ଼ନ୍ତୁ: ଟ୍ରେନ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ, ବନ ବିଭାଗର ତଦନ୍ତ ଆରମ୍ଭ

ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଜିଲ୍ଲାର ଶିବରାମ ବିଶ୍ଵାଳ (୩୮), ଶିବରାମ ପାତ୍ର (୩୩) ଏବଂ ବ୍ରହ୍ମପୁରର କାଣା ମିଟୁ ଓରଫ ମନୋରଞ୍ଜନ ସାବତ (୪୯)। ତଦନ୍ତରୁ ଜଣାପଡିଛି ଯେ, ଏହି ତିନି ଜଣ ଅଭିଯୁକ୍ତ ଗଞ୍ଜେଇ ସଂଗ୍ରହ, ଲୁଚାଇ ରଖିବା ଏବଂ ଅନ୍ୟ ରାଜ୍ୟକୁ ଚାଲାଣ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିଲେ।

ଆହୁରି ପଢ଼ନ୍ତୁ: ଓରାଙ୍ଗଉଟାନ ଚାଲାଣକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ଜଙ୍ଗଲ ମନ୍ତ୍ରୀ

ଅଭିଯୁକ୍ତ ଶିବରାମ ବିଶ୍ଵାଳଙ୍କ ଘରେ ଚଢ଼ାଉ କରି ଏସ୍‌ଟିଏଫ୍ ଟିମ୍ ନଗଦ ୩.୮୬ ଲକ୍ଷ ଟଙ୍କା, ମୋବାଇଲ ଫୋନ ଏବଂ ବେଆଇନ ନିଶା କାରବାର ସହ ଜଡିତ ଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଜବତ କରିଛି। ଏସ୍‌ଟିଏଫ୍ ଅଧିକାରୀଙ୍କ ସୂଚନା ଅନୁଯାୟୀ, କାଣା ମିଟୁ ନାମରେ ପୂର୍ବରୁ ଧରାକୋଟ ଏବଂ ବ୍ରହ୍ମପୁର ଟାଉନ୍ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି। ସେହିପରି ଶିବରାମ ବିଶ୍ଵାଳଙ୍କ ନାମରେ ମଧ୍ୟ ମହାରାଷ୍ଟ୍ରରେ ଏକ ଏନଡିପିଏସ (NDPS) ମାମଲା ରହିଥିବା ଜଣାପଡ଼ିଛି।

ଗିରଫ ଅଭିଯୁକ୍ତମାନଙ୍କୁ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯିବ ଏବଂ ସେମାନଙ୍କର ବ୍ୟାପକ ନେଟୱାର୍କ, ଆର୍ଥିକ କାରବାର ତଥା ମୁଖ୍ୟ ଫାଇଦା ନେଉଥିବା ବ୍ୟକ୍ତିଙ୍କ ସମ୍ପର୍କରେ ତଥ୍ୟ ଆଦାୟ ପାଇଁ ରିମାଣ୍ଡରେ ଆଣିବାକୁ ଏସ୍‌ଟିଏଫ୍ ପ୍ରୟାସ କରିବ। ଏହା ସହିତ ଅଭିଯୁକ୍ତମାନଙ୍କ ସମ୍ପତ୍ତିର ଆର୍ଥିକ ତଦନ୍ତ ମଧ୍ୟ ଆରମ୍ଭ କରାଯାଇଛି।

ରାଜ୍ୟ ବାହାରେ ସକ୍ରିୟ ଥିବା ଏନଡିପିଏସ ଅପରାଧୀଙ୍କ ଏକ ଡାଟାବେସ୍ ପ୍ରସ୍ତୁତ କରିବା ପାଇଁ ଏସ୍‌ଟିଏଫ୍ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି। ଏଥିପାଇଁ ବିଭିନ୍ନ ରାଜ୍ୟର କ୍ରାଇମ୍ ବ୍ରାଞ୍ଚ ସହ ସମନ୍ୱୟ ରକ୍ଷା କରାଯାଇ ଗୁଇନ୍ଦା ତଥ୍ୟ ସଂଗ୍ରହ କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର