ଆଜି ବାହୁଡ଼ିବେ ମହାବାହୁ: ମଧ୍ୟାହ୍ନ ୧୨ଟାରୁ ୨ଟା ୩୦ ମଧ୍ୟରେ ବାହୁଡ଼ା ପହଣ୍ଡି, ଅପରାହ୍ଣ ୪ଟାରେ ରଥଟଣା

Madhusudan Das Picture
Published On

ପୁରୀ: ଆଜି ବାହୁଡ଼ିବେ ଦାରୁବ୍ରହ୍ମ । ସରଧାବାଲିରେ ଅପେକ୍ଷାରେ ତିନିରଥ । ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରରେ ନବଦିନାତ୍ମକ ଲୀଳାଖେଳା ସାରି ଶ୍ରୀମନ୍ଦିର ଅଭିମୁଖେ ବାହାରିବେ ଚତୁର୍ଦ୍ଧା ମୂରତି। ଏଥିପାଇଁ ଶ୍ରୀକ୍ଷେତ୍ରରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ରଥାରୂଢ଼ ହୋଇ ଚତୁଦ୍ଧାମୂର୍ତ୍ତିଙ୍କ ସହ ଶ୍ରୀମଦନମୋହନ ଓ ରାମକୃଷ୍ଣ ବାହୁଡ଼ିବେ। ଏହି ଦୁର୍ଲଭ ଦେବ ଦର୍ଶନରେ ଭକ୍ତଙ୍କୁ ଅଶ୍ଵମେଧ ଯଜ୍ଞର ଫଳ ପ୍ରାପ୍ତ ହୁଏ । ଅନ୍ତିମ କ୍ଷଣରେ ବୈକୁଣ୍ଠରେ ବାସ ମିଳେ।

ଆହୁରି ପଢ଼ନ୍ତୁ: ଶବ ସତ୍କାରରୁ ଫେରୁଥିଲେ, ନିଜେ ପାଲଟିଗଲେ ଶବ; ବନ୍ୟା ସ୍ରୋତରେ ଚାଲିଗଲା ଜୀବନ

ପ୍ରଶାସନ ପକ୍ଷରୁ ଦିଆଯାଇଥିବା ନିର୍ଘଣ୍ଟ ଅନୁଯାୟୀ, ଦିବା ୧୨ଟାରୁ ୨ଟା ୩୦ ମଧ୍ୟରେ ବାହୁଡ଼ା ପହଣ୍ଡି ଅନୁଷ୍ଠିତ ହେବ। ଏହା ପରେ ଗଜପତି ମହାରାଜାଙ୍କ ଦ୍ୱାରା ଅପରାହ୍ଣ ୨ଟା ୩୦ରୁ ୩ଟା ୩୦ ମଧ୍ୟରେ ଛେରାପହଁରା ନୀତି ସମ୍ପନ୍ନ କରାଯିବ। ସମସ୍ତ ନୀତିକାନ୍ତି ଶେଷ ହେବା ପରେ ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ ବୋଲି ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ଆଜି ଭୋର ୪ଟାରେ ମଙ୍ଗଳ ଆଳତି ସହ ମହାପ୍ରଭୁଙ୍କର ଦିନର ନୀତିକାନ୍ତି ଆରମ୍ଭ ହୋଇଥିଲା। ଏହା ପରେ ମଇଲମ, ତଡ଼ପଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟ ପୂଜା ଏବଂ ଦ୍ୱାରପାଳ ପୂଜା ଅନୁଷ୍ଠିତ ହୋଇଛି। ସକାଳ ୭ଟାରୁ ୧୧ଟା ୩୦ ମଧ୍ୟରେ ଦୈତାପତି ସେବାୟତମାନେ ସେନାପଟା ଲାଗି ନୀତି କରିଛନ୍ତି। ଦିନ ୧୧ଟା ୪୫ରେ ମଙ୍ଗଳାର୍ପଣ ପରେ ଆରମ୍ଭ ହେବ ପହଣ୍ଡି। ଜଗମୋହନ ନିକଟରେ ରାଘବ ଦାସ ମଠ ପକ୍ଷରୁ ପ୍ରଦାନ କରାଯାଇଥିବା ପାରମ୍ପରିକ ଟାହିଆ ଠାକୁରମାନଙ୍କୁ ଲାଗି କରାଯିବ।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

ରତ୍ନବେଦୀକୁ ଫେରିବା ସମୟରେ ମହାପ୍ରଭୁ ମାଉସୀ ମା' ମନ୍ଦିର ନିକଟରେ ଅଟକିବେ ଏବଂ ସେଠାରେ ପାରମ୍ପରିକ ପୋଡ଼ପିଠା ଭୋଗ ଲାଗି ହେବ। ବାହୁଡ଼ା ଯାତ୍ରାର ଏହା ଏକ ପ୍ରମୁଖ ଆକର୍ଷଣ ଅଟେ। ତାଳଧ୍ୱଜ ଓ ଦର୍ପଦଳନ ରଥ ସିଧାସଳଖ ଶ୍ରୀମନ୍ଦିର ସିଂହଦ୍ୱାର ନିକଟକୁ ଯିବାବେଳେ, ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶ୍ରୀନହର ନିକଟରେ ଲକ୍ଷ୍ମୀ-ନାରାୟଣ ଭେଟ ନୀତି ପାଇଁ ଅଟକିବ।

ହିନ୍ଦୁ ପରମ୍ପରା ଅନୁଯାୟୀ, ବାହୁଡ଼ା ଯାତ୍ରା ଦର୍ଶନ କଲେ ଅଶ୍ୱମେଧ ଯଜ୍ଞର ଫଳ ମିଳିବା ସହ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା, ଟ୍ରାଫିକ ନିୟନ୍ତ୍ରଣ ଏବଂ ଜରୁରୀକାଳୀନ ସେବା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର