ଭବ୍ୟ ସ୍ୱାଗତ ମାଧ୍ୟମରେ ଧର୍ମେନ୍ଦ୍ରଙ୍କ ବିଫଳତାକୁ ଲୁଚାଇବାକୁ ଅପପ୍ରୟାସ କରାଯାଉଛି: ବିଜେଡି
ଛାତ୍ର ଆନ୍ଦୋଳନକୁ ଦେଶବ୍ୟାପୀ ସମର୍ଥନ ବୃଦ୍ଧି ପାଇବା ପରେ ଚାପରେ ବଶବର୍ତ୍ତୀ ହୋଇ ଧର୍ମେନ୍ଦ୍ର ଇସ୍ତଫା ଦେଇଥିଲେ
ଭୁବନେଶ୍ୱର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ନିକଟରେ ଇସ୍ତଫା ଦେଇଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ଆଜିର ଓଡିଶା ଗସ୍ତ ବେଳେ ତାଙ୍କ ସମର୍ଥକ ମାନଙ୍କ ଦ୍ୱାରା ତାଙ୍କୁ ଭବ୍ୟ ସ୍ୱାଗତ ପ୍ରଦାନ କରାଯିବାକୁ ନେଇ ବିଜୁ ଜନତା ଦଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ ନୂଆଦିଲ୍ଲୀର ଜନ୍ତରମନ୍ତର ଠାରେ ଛାତ୍ର ମାନଙ୍କ ଦ୍ୱାରା ହୋଇଥିବା ଆନେ୍ଦାଳନକୁ ସମଗ୍ର ଦେଶରୁ ସମର୍ଥନ ମିଳିଥିଲା । ଫଳରେ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲା ବେଳେ ତାଙ୍କୁ ଭବ୍ୟ ସ୍ୱାଗତ କରିବା କେବଳ ତାଙ୍କ ବିଫଳତାକୁ ଲୁଚାଇବାର ଅପପ୍ରୟାସ ବୋଲି ବିଜେଡି କହିଛି ।
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜେଡିର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି, ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ଚିନ୍ମୟ ସାହୁ, ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ, ଏହି ସ୍ୱାଗତ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ରୂପେ ପ୍ରାୟୋଜିତ ବୋଲି ଅଭିହିତ କରିବା ସହିତ ଧର୍ମେନ୍ଦ୍ରଙ୍କ ବିଫଳତାକୁ ବଖାଣିଥିଲେ ।
ଡ଼ ଲେନିନ ମହାନ୍ତି କହିଥିଲେ ଯେ, ଗତ ୫ ବର୍ଷରେ ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ୩ ଥର ଲିକ୍ ହୋଇଥିବା ବେଳେ ଶତାଧିକ ପ୍ରଶ୍ନପତ୍ର ଲିକ୍ ହୋଇଛି । ସେହିପରି, ଓଡ଼ିଶାରେ ବିଜେପି ସରକାର କ୍ଷମତାସୀନ ହେବା ପରେ ୨୨ଟି ପ୍ରଶ୍ନପତ୍ର ଲିକ୍ ହୋଇସାରିଲାଣି । ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ନିଟ୍ ପ୍ରଶ୍ନପତ୍ର ଲିକ୍ ହେବା ପରେ ପରୀକ୍ଷାର୍ଥୀ ଓ ସେମାନଙ୍କ ଅଭିଭାବକ ମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ପରୀକ୍ଷାର୍ଥୀ ମାନଙ୍କ ଭିତରୁ ୨୧ ଜଣ ପରିକ୍ଷାର୍ଥୀ ପ୍ରଶ୍ନପତ୍ର ପ୍ରଘଟ ହେବା ପରେ ମ୍ରିୟମାଣ ହୋଇ ଆତ୍ମହତ୍ୟା କରିଥିଲେ । ଏହାକୁ ନେଇ ଦେଶରେ ଛାତ୍ର ମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା, ଯାହାକୁ ନେଇ ନୂଆଦିଲ୍ଲୀର ଜନ୍ତରମନ୍ତର ଠାରେ ଏକ ଧାରଣା ଦିଆଯାଇଥିଲା । ଏହି ଆନେ୍ଦାଳନ ପ୍ରାୟ ୧ ମାସ ଧରି ଚାଲିବା ପରେ ଓ ଏହାକୁ ଦେଶବ୍ୟାପୀ ଛାତ୍ର ମାନଙ୍କ ସମର୍ଥନ ଲଗାତର ଭାବେ ବୃଦ୍ଧି ପାଉଥିବା ଯୋଗୁଁ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ । ଏହା ଉଭୟ ଧର୍ମେନ୍ଦ୍ର ଓ କେନ୍ଦ୍ରରେ ବିଜେପି ସରକାରଙ୍କ ବିଫଳତାକୁ ପଦାରେ ପକାଉଥିବା ବେଳେ, ଧର୍ମେନ୍ଦ୍ର ନିଜ ଭାବମୂର୍ତ୍ତିକୁ ରକ୍ଷା କରିବା ପାଇଁ ଏଭଳି ପ୍ରାୟୋଜିତ ସ୍ୱାଗତ କାର୍ଯ୍ୟକ୍ରମ କରାଉଛନ୍ତି ।
ଶ୍ରୀ ଚିନ୍ମୟ ସାହୁ କହିଥିଲେ ଯେ, ଛାତ୍ର ମାନଙ୍କ ଆନେ୍ଦାଳନ ପ୍ରତି ଦେଶବ୍ୟାପୀ ସମର୍ଥନ ବୃଦ୍ଧି ପାଇବା ପରେ କେନ୍ଦ୍ର ସରକାରଙ୍କ ବିରୋଧରେ ଏକ ଜନମତ ସୃଷ୍ଟି ହୋଇଥିଲା । ଏହି ଆନେ୍ଦାଳନକୁ ପ୍ରଥମରୁ ଅଣଦେଖା କରି ଆସୁଥିବା ବେଳେ, ପରେ ଆନେ୍ଦାଳନ ସପକ୍ଷରେ ବ୍ୟାପକ ଜନ ସମର୍ଥନକୁ ଉପଲବ୍ଧô କରି କେନ୍ଦ୍ର ସରକାର ଚାପରେ ଆସିଥିଲେ । ଏହାପରେ ଧର୍ମେନ୍ଦ୍ର ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ । କିନ୍ତୁ ଏହାପରେ ଧର୍ମେନ୍ଦ୍ରଙ୍କ ଭାବମୂର୍ତ୍ତିକୁ ବଞ୍ଚାଇବା ଲକ୍ଷ୍ୟରେ ପ୍ରାୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହି ନ୍ୟାୟରେ ଆଜି ଧର୍ମେନ୍ଦ୍ର ଓଡିଶାରେ ପହଁଞ୍ଚିବା ପରେ ତାଙ୍କ ସମର୍ଥକ ମାନଙ୍କ ଦ୍ୱାରା ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି ।
ଇପ୍ସିତା ସାହୁ କହିଥିଲେ ଯେ, ଛାତ୍ର ଆନେ୍ଦାଳନ ବେଳେ ଆନେ୍ଦାଳନକାରୀ ମାନଙ୍କ ଦ୍ୱାରା ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଏକ ନମ୍ୱର ଦାବି ହୋଇଥିବା ବେଳେ, ପ୍ରାୟ ୩ ସପ୍ତାହ ପର୍ଯ୍ୟନ୍ତ ଧର୍ମେନ୍ଦ୍ର ଇସ୍ତଫା ଦେଇନଥିଲେ । ଆନେ୍ଦାଳନ ତୀବ୍ର ରୂପ ନେବା ପରେ ସେ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ । ଏହା ଆନେ୍ଦାଳନକାରୀଙ୍କ ସମ୍ମୁଖରେ କେନ୍ଦ୍ର ସରକାର ମୁଣ୍ଡ ନୁଅାଁଇବା ସଦୃଶ୍ୟ ହୋଇଥିବା ବେଳେ, ଧର୍ମେନ୍ଦ୍ରଙ୍କ ଭାବମୂର୍ତ୍ତିକୁ ସୁରକ୍ଷିତ କରିବା ପାଇଁ ଏହି ପ୍ରାୟୋଜିତ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ବିଜେପିର ଏହି ଉଦ୍ୟମକୁ ଜନସାଧାରଣ ଗ୍ରହଣ କରିବେ ନାହିଁ । ଏହାଛଡା ଏହି ସ୍ୱାଗତ କାର୍ଯ୍ୟକ୍ରମରେ ରାଜ୍ୟ ବିଜେପିର ମଙ୍ଗୁଆଳ ମାନଙ୍କୁ ଦେଖିବାକୁ ମିଳିନଥିଲା, ଯାହା ରାଜ୍ୟ ବିଜେପିର ଅନ୍ତଃକନ୍ଦଳକୁ ପଦାରେ ପକାଉଛି ।