ମୃତ ବୃଦ୍ଧାଙ୍କୁ ଜୀବିତ ଦର୍ଶାଇ ଭତ୍ତା ଲୁଟ୍: ସାତପଡ଼ାରେ ସାମ୍ନାକୁ ଆସିଲା ସାଂଘାତିକ ଦୁର୍ନୀତି

Sakala Desk Picture
Published On

ପୁରୀ: ପୁରୀ ଜିଲ୍ଲା ସାତପଡ଼ା ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ତଥା ସାଂଘାତିକ ଦୁର୍ନୀତିର ଅଭିଯୋଗ ସାମ୍ନାକୁ ଆସିଛି। ସରକାରୀ ରେକର୍ଡରେ ଜଣେ ମୃତ ବୃଦ୍ଧାଙ୍କୁ ଜୀବିତ ଦର୍ଶାଇ, ଦୀର୍ଘ ଏକ ବର୍ଷ ଧରି ତାଙ୍କ ନାମରେ ଆସୁଥିବା ଭତ୍ତା ଟଙ୍କା ହଡ଼ପ କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପୁଣି ବନ୍ୟା ସ୍ଥିତି: ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ବୈତରଣୀ, ଅନେକ ଗାଁ ଜଳମଗ୍ନ

ମିଳିଥିବା ସୂଚନା ଅନୁଯାୟୀ, ସାତପଡ଼ା ପଞ୍ଚାୟତ ଅଧୀନ ଆଳୁପାଟଣା ଗ୍ରାମର ୮୯ ବର୍ଷୀୟା ବୃଦ୍ଧା ଭୂତି ବେହେରାଙ୍କର ଗତବର୍ଷ ପରଲୋକ ଘଟିଥିଲା। ସେ ବଞ୍ଚିଥିବା ସମୟରେ ପ୍ରତିମାସ ୩,୫୦୦ ଟଙ୍କା ଭତ୍ତା ପାଉଥିଲେ। ମାତ୍ର ତାଙ୍କ ମୃତ୍ୟୁ ପରେ ମଧ୍ୟ ସରକାରୀ ତାଲିକାରେ ତାଙ୍କୁ ଜୀବିତ ଦର୍ଶାଯାଇଥିଲା। ଏହାର ସୁଯୋଗ ନେଇ କିଛି ଅସାଧୁ ବ୍ୟକ୍ତି ପ୍ରାୟ ଏକ ବର୍ଷ ଧରି ତାଙ୍କ ଭତ୍ତା ଟଙ୍କା ନିୟମିତ ଭାବେ ଉଠାଉଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

ଏହି ଜାଲିଆତି ସମ୍ପର୍କରେ ଖବର ପାଇବା ପରେ ମୃତ ବୃଦ୍ଧାଙ୍କ ପୁଅ ଓ ବୋହୂ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି। ସରକାରୀ ଅଧିକାରୀଙ୍କ ଦାୟିତ୍ୱହୀନତା ଏବଂ ବ୍ୟବସ୍ଥାରେ ଥିବା ତ୍ରୁଟି ଯୋଗୁଁ ଏଭଳି ଦୁର୍ନୀତି ସମ୍ଭବ ହୋଇପାରିଛି ବୋଲି ସେମାନେ କହିଛନ୍ତି। ପ୍ରଶାସନ ତୁରନ୍ତ ଏହି ଘଟଣାର ତଦନ୍ତ କରି ପ୍ରକୃତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର