ଆଜି ସନ୍ଧ୍ୟା ସୁଦ୍ଧା ସାଳନ୍ଦୀ, ଜଳକା ଓ ବୈତରଣୀରେ ବନ୍ୟା ଆଶଙ୍କା, ସୂଚନା ଦେଲେ ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ

Madhusudan Das Picture
Published On

ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ସାଳନ୍ଦୀ, ଜଳକା ଓ ବୈତରଣୀରେ ବନ୍ୟା ଆଶଙ୍କା । ରାଜ୍ୟର ଉତ୍ତର ଓଡ଼ିଶାରେ ଲଗାଣ ବର୍ଷା କାରଣରୁ ବୈତରଣୀ ନଦୀରେ ବଡ଼ ଧରଣର ବନ୍ୟା ଆସିବାର ଆଶଙ୍କା ଦେଖାଦେଇଛି। ବିଶେଷ କରି ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ବ୍ୟାପକ ବର୍ଷା ହୋଇଥିବା ବେଳେ ବାଲେଶ୍ୱରର ନୀଳଗିରିରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ଗତ ୨୪ ଘଣ୍ଟା ଧରି ହେଉଥିବା ପ୍ରବଳ ବର୍ଷା ଯୋଗୁଁ ଆଜି ସନ୍ଧ୍ୟା ସୁଦ୍ଧା ବୈତରଣୀର ଜଳସ୍ତର ଶିଖର ଛୁଇଁବ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାର ପ୍ରମୁଖ ନଦୀ ଜଳକା, ଶାଳନ୍ଦୀ ଓ ବୈତରଣୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି ।

ଆହୁରି ପଢ଼ନ୍ତୁ: ସେଣ୍ଟ୍ରିଂ କାଢ଼ିବା ବେଳେ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକ ମୃତ

ମଙ୍ଗଳବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି ଯେ, ଅବିଶ୍ରାନ୍ତ ବର୍ଷା କାରଣରୁ ସାଳନ୍ଦୀ ଏବଂ ଜଳକା ନଦୀର ଜଳସ୍ତର ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି। ସନ୍ଧ୍ୟା ସୁଦ୍ଧା ବୈତରଣୀ ନଦୀରେ ଏକ ବଡ଼ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ। ଯଦିଓ ଆଖୁଆପଦାଠାରେ ଜଳସ୍ତର ଏପର୍ଯ୍ୟନ୍ତ ବିପଦ ସଙ୍କେତ ଟପିନାହିଁ, ତେବେ ସନ୍ଧ୍ୟା ସୁଦ୍ଧା ଏହା ବିପଦ ସଙ୍କେତ ଅତିକ୍ରମ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ମାଛ ଧରା ଜାଲରୁ ଉଦ୍ଧାର ହେଲା ୬ ଫୁଟ୍ ଲମ୍ବର ବଉଳା କୁମ୍ଭୀର

ବନ୍ୟା ଆସିଲେ ମୁଖ୍ୟତଃ ଧାମନଗର, ଦଶରଥପୁର ଏବଂ ଚାନ୍ଦବାଲି ଅଞ୍ଚଳ ବିଶେଷ ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହି ସବୁ ଅଞ୍ଚଳର ବ୍ୟାପକ ଚାଷଜମି ଜଳମଗ୍ନ ହୋଇପାରେ। ତେବେ ୨୪ ଘଣ୍ଟା ପରେ ଜଳସ୍ତର ଧୀରେ ଧୀରେ ହ୍ରାସ ପାଇବ ବୋଲି ଶ୍ରୀ ରାଉତ ପ୍ରକାଶ କରିଛନ୍ତି। ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ସମ୍ବେଦନଶୀଳ ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ପାଇଁ ଆଗୁଆ ପ୍ରସ୍ତୁତି କରାଯାଉଛି।

ଆହୁରି ପଢ଼ନ୍ତୁ: ଚିପଟ ନଦୀ ପୋଲ ତଳୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ପୁଲିସର ତଦନ୍ତ ଜାରି

ଅନ୍ୟପକ୍ଷରେ ମଖନାଇ ବ୍ରିଜ୍ ନିକଟରେ ଜଳକା ନଦୀର ଜଳସ୍ତର ମଧ୍ୟ ବିପଦ ସଙ୍କେତ ଟପିବା ସହ ସନ୍ଧ୍ୟା ସୁଦ୍ଧା ଏହା ୬.୮ ରୁ ୭ ମିଟର ମଧ୍ୟରେ ପହଞ୍ଚିପାରେ ବୋଲି ବିଭାଗ ଅନୁମାନ କରିଛି। ଡ୍ୟାମ୍‌ରୁ ଜଳ ନିଷ୍କାସନ ଯୋଗୁଁ ଭଦ୍ରକ ଜିଲ୍ଲାର ଅନେକ ତଳିଆ ଅଞ୍ଚଳରେ ପାଣି ପଶିବାର ସମ୍ଭାବନା ରହିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ମେଘଭଙ୍ଗା ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଭାଗୀୟ ତଥ୍ୟ ଅନୁଯାୟୀ, ରାଜ୍ୟରେ ସର୍ବାଧିକ ବର୍ଷା ବାଲେଶ୍ୱର ସହରରେ ରେକର୍ଡ କରାଯାଇଛି, ଯାହାର ପରିମାଣ ହେଉଛି ୨୪୬.୬ ମିଲିମିଟର। ଏହି ଲଗାଣ ବର୍ଷା ଯୋଗୁଁ ସ୍ଥାନୀୟ ଅଞ୍ଚଳ ଜଳମଗ୍ନ ହେବା ସହ ଲୋକଙ୍କ ଦୈନନ୍ଦିନ କାର୍ଯ୍ୟକଳାପ ବାଧାପ୍ରାପ୍ତ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର