ଅନ୍‌‌ଲାଇନ୍‌ରେ ହେବ +୩ ସ୍ପଟ୍‌‌ ନାମଲେଖା, ଆବେଦନ ପାଇଁ ଯିବାକୁ ପଡ଼ିବ ନାହିଁ କଲେଜ

The Sakala Picture
Published On

ଭୁବନେଶ୍ୱର: ଚଳିତଥର ଅନ୍‌‌ଲାଇନ୍‌‌ରେ ହେବ +୩ ସ୍ପଟ୍‌‌ ନାମଲେଖା। ସମସ୍ତ ପ୍ରକ୍ରିୟା ଅନ୍‌‌ଲାଇନ୍‌‌ରେ ହିଁ କରାଯିବ। ଛାତ୍ରଛାତ୍ରୀଙ୍କୁ କଲେଜକୁ ଯିବାକୁ ପଡ଼ିବ ନାହିଁ। ନିଜର ଷ୍ଟୁଡେଣ୍ଡ ଲଗ୍‌‌-ଇନ୍‌‌ ଆଇଡି ବ୍ୟବହାର କରି ଆବେଦନ ଓ ନାମ ଲେଖାଇ ପାରିବେ। ତିନୋଟି ପର୍ଯ୍ୟାୟରେ ନାମଲେଖା ସରିବା ପରେ ସ୍ପଟ୍‌‌ ନାମଲେଖା ହେବ। ଏଥିପାଇଁ ଆସନ୍ତା ୨୫ରୁ ୨୮ତାରିଖ ମଧ୍ୟରେ ଆବେଦନ ହେବ। ୩୧ ତାରିଖରେ ମେଧା ତାଲିକା ପ୍ରକାଶ ପାଇବ। ଅଗଷ୍ଟ ୧ରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ନୋଟିସ୍‌‌ ବୋର୍ଡରେ […]

ଭୁବନେଶ୍ୱର: ଚଳିତଥର ଅନ୍‌‌ଲାଇନ୍‌‌ରେ ହେବ +୩ ସ୍ପଟ୍‌‌ ନାମଲେଖା। ସମସ୍ତ ପ୍ରକ୍ରିୟା ଅନ୍‌‌ଲାଇନ୍‌‌ରେ ହିଁ କରାଯିବ। ଛାତ୍ରଛାତ୍ରୀଙ୍କୁ କଲେଜକୁ ଯିବାକୁ ପଡ଼ିବ ନାହିଁ। ନିଜର ଷ୍ଟୁଡେଣ୍ଡ ଲଗ୍‌‌-ଇନ୍‌‌ ଆଇଡି ବ୍ୟବହାର କରି ଆବେଦନ ଓ ନାମ ଲେଖାଇ ପାରିବେ। ତିନୋଟି ପର୍ଯ୍ୟାୟରେ ନାମଲେଖା ସରିବା ପରେ ସ୍ପଟ୍‌‌ ନାମଲେଖା ହେବ। ଏଥିପାଇଁ ଆସନ୍ତା ୨୫ରୁ ୨୮ତାରିଖ ମଧ୍ୟରେ ଆବେଦନ ହେବ। ୩୧ ତାରିଖରେ ମେଧା ତାଲିକା ପ୍ରକାଶ ପାଇବ। ଅଗଷ୍ଟ ୧ରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ନୋଟିସ୍‌‌ ବୋର୍ଡରେ ମେଧା ତାଲିକା ପ୍ରକାଶ କରିବା ସହ ଫୋନ୍‌‌, ଏସ୍‌‌ଏମ୍‌‌ଏସ୍‌‌, ମେଲ୍‌‌ ଓ ହ୍ୱାଟସ୍‌‌ଆପ୍‌‌ ଜରିଆରେ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଅବଗତ କରିବେ। ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏକ ପରିବର୍ତ୍ତିତ ଗାଇଡ୍‌‌ଲାଇନ୍‌‌ ପ୍ରକାଶ ପାଇଛି। ଶିକ୍ଷାନୁଷ୍ଠାନରେ ଭିଡ଼ କମାଇବା ପାଇଁ ଓ ଛାତ୍ରଛାତ୍ରୀ ଯେପରି ହଇରାଣ ନ ହେବେ, ତାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି।
ସୂଚନା ଅନୁଯାୟୀ, ସ୍ପଟ୍‌‌ ନାମଲେଖା ପାଇଁ ସମସ୍ତ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ପ୍ରଥମ ତିନୋଟି ପର୍ଯ୍ୟାୟରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ସ୍ପଟ୍‌‌ ନାମଲେଖା ପାଇଁ ଚୟନ ହେଲେ, ପୂର୍ବରୁ ନାମ ଲେଖାଇଥିବା କଲେଜରୁ ସି.ଏଲ୍‌‌.ସି ଆଣି ଚୟନ ହୋଇଥିବା ଶିକ୍ଷାନୁଷ୍ଠାନରେ ତୁରନ୍ତ ଦାଖଲ କରିବେ। ସେମାନେ ସମ୍ପୂର୍ଣ୍ଣ ନାମଲେଖା ଫି’ ଦାଖଲ ନ କରି କେବଳ ଫରକ ଥିବା ଫି’ ହିଁ ପୈଠ କରିବେ। ସେହିପରି ଆଦୌ ନାମ ଲେଖାଇନଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଏଥିପାଇଁ ଆବେଦନ କରିପାରିବେ। ଚୟନ ହେବା ପରେ ଅନ୍‌‌ଲାଇନ୍‌‌ରେ ହିଁ ଆବଶ୍ୟକ ଫି’ ଦାଖଲ କରି ନାମ ଲେଖାଇ ପାରିବେ। ଏହି ନାମଲେଖା ପର୍ଯ୍ୟାୟରେ କୌଣସି ସଂରକ୍ଷଣ ବ୍ୟବସ୍ଥା ରହିବ ନାହିଁ।

13 Jul 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର