ବଙ୍ଗୋପସାଗରରେ ବାତ୍ୟା ଭୟ, ଲଘୁଚାପ ପରେ ସ୍ପଷ୍ଟ ହେବ ଚିତ୍ର

The Sakala Picture
Published On

ଭୁବନେଶ୍ୱର: ବଙ୍ଗୋପସାଗରରେ ବାତ୍ୟା ଭୟ ସୃଷ୍ଟି ହୋଇଛି। ପୂର୍ବରୁ ବିଭିନ୍ନ ବିଦେଶୀ ମଡେଲ୍‌ ବାତ୍ୟା ନେଇ ଆକଳନ କରୁଥିବା ବେଳେ ଏବେ ଭାରତୀୟ ପାଣିବାଗ ବିଭାଗର ସାପ୍ତାହିକ୍‌ ‘ବିସ୍ତାରିତ ପରିସର ଆକଳନ’ ବୁଲେଟିନ୍‌ରେ ହୋଇଥିବା ପୂର୍ବାନୁମାନ ବାତ୍ୟା ଆଶଙ୍କାକୁ ଖୋରାକ୍‌ ଯୋଗାଇଛି। ଯଦିଓ ବାତ୍ୟା କେତେ ଘନୀଭୂତ ହେବ ଓ କେଉଁଠାରେ ସ୍ଥଳଭାଗ ଅତିକ୍ରମ କରିବ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, ମାତ୍ର ବାତ୍ୟା ସୃଷ୍ଟି ନେଇ କରାଯାଇଥିବା ଆଶଙ୍କା ଦୃଢ଼ୀଭୂତ ହୋଇଛି। ଆଇଏମ୍‌ଡି ପକ୍ଷରୁ […]

ଭୁବନେଶ୍ୱର: ବଙ୍ଗୋପସାଗରରେ ବାତ୍ୟା ଭୟ ସୃଷ୍ଟି ହୋଇଛି। ପୂର୍ବରୁ ବିଭିନ୍ନ ବିଦେଶୀ ମଡେଲ୍‌ ବାତ୍ୟା ନେଇ ଆକଳନ କରୁଥିବା ବେଳେ ଏବେ ଭାରତୀୟ ପାଣିବାଗ ବିଭାଗର ସାପ୍ତାହିକ୍‌ ‘ବିସ୍ତାରିତ ପରିସର ଆକଳନ’ ବୁଲେଟିନ୍‌ରେ ହୋଇଥିବା ପୂର୍ବାନୁମାନ ବାତ୍ୟା ଆଶଙ୍କାକୁ ଖୋରାକ୍‌ ଯୋଗାଇଛି। ଯଦିଓ ବାତ୍ୟା କେତେ ଘନୀଭୂତ ହେବ ଓ କେଉଁଠାରେ ସ୍ଥଳଭାଗ ଅତିକ୍ରମ କରିବ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, ମାତ୍ର ବାତ୍ୟା ସୃଷ୍ଟି ନେଇ କରାଯାଇଥିବା ଆଶଙ୍କା ଦୃଢ଼ୀଭୂତ ହୋଇଛି।

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

ଆଇଏମ୍‌ଡି ପକ୍ଷରୁ ପ୍ରତି ଗୁରୁବାର ପ୍ରକାଶ ପାଉଥିବା ବିସ୍ତାରିତ ପରିସର ଆକଳନରେ ଦର୍ଶାଯାଇଛି ଯେ ବଙ୍ଗୋପାସଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଲଘୁଚାପ ଏକ ଅବପାତରେ ପରିଣତ ହେବାର ୬୮-୧୦୦ ପ୍ରତିଶତ ସମ୍ଭାବନା ରହିଛି। ଆଇଏମ୍‌ଡିର ଏହି ଆକଳନ ପରୋକ୍ଷରେ ବାତ୍ୟା ସ୍ଥିତିକୁ ସ୍ପଷ୍ଟ କରିଛି। କାରଣ ସାଧାରଣତଃ ମୌସୁମୀ ପ୍ରତ୍ୟାବର୍ତ୍ତନ ପରେ ଅର୍ଥାତ ଅକ୍ଟୋବର ମାସରେ ସୃଷ୍ଟି ହେଉଥିବା ଲଘୁଚାପଗୁଡ଼ିକ ଅଧିକ ଶକ୍ତିଶାଳୀ ହୋଇ ଅଧିକାଂଶ ବାତ୍ୟାରେ ପରିଣତ ହୋଇଥା’ନ୍ତି। ଯେହେତୁ ଲଘୁଚାପଟି ଘନୀଭୂତ ହୋଇ ସୃଦୃଶ ଲଘୁଚାପ ଓ ପରବର୍ତ୍ତୀ ସମୟରେ ଅବପାତ ହୋଇପାରେ ବୋଲି ବିଭାଗ କହିଛି, ତେଣୁ ଏହା ବାତ୍ୟାରେ ପରିଣତ ହେବାର ଯଥେଷ୍ଟ ଆଶଙ୍କା କରାଯାଉଛି।

ଆହୁରି ପଢ଼ନ୍ତୁ: କରଞ୍ଜିଆ ବନଖଣ୍ଡରୁ ହାତୀ ଶାବକର ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ବିଭିନ୍ନ ବିଦେଶୀ ମଡେଲ୍‌ଗୁଡ଼ିକ ମଧ୍ୟ ନିଜର ପୂର୍ବ ସୂଚନା ଅର୍ଥାତ୍‌ ବଙ୍ଗୋପାସଗରରେ ବାତ୍ୟା ହେବା ନେଇ ଜାରି ଆକଳନରେ ବଳବତ୍ତର ରହିଛନ୍ତି। ଯଦିଓ ବିଭିନ୍ନ ମଡେଲ୍‌ ବାତ୍ୟାର ଭିନ୍ନ ଭିନ୍ନ ଗିତପଥ ଆକଳନ କରୁଛନ୍ତି, ମାତ୍ର ବାତ୍ୟା ହେବା ନେଇ ଏକାଧିକ ମଡେଲ୍‌ ସୂଚନା ଦେଇଛନ୍ତି। ବିଭିନ୍ନ ମଡେଲ୍‌ଗୁଡ଼ିକର ଆକଳନ ଅନୁଯାୟୀ, ଆଗାମୀ ୨୦ ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୨୨ ତାରିଖ ବେଳକୁ ଏହାର ପ୍ରଭାବରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ପରବର୍ତ୍ତୀ ସମୟରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତିକରି ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ।

ଆହୁରି ପଢ଼ନ୍ତୁ: ପ୍ରେମ ପାଇଁ ଘର ଛାଡ଼ିବା ପରେ ବିଷ ପିଇଦେଲେ ପ୍ରେମୀ ଯୁଗଳ: ନାବାଳିକା ମୃତ, ପ୍ରେମିକଙ୍କ ଅବସ୍ଥା ଗୁରୁତର

ସେହିପରି ଆଞ୍ଚଳିକ ପାଣିପାଗ କେନ୍ଦ୍ର ମଧ୍ୟ ସମାନ ଆକଳନ କରିଛି। ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ବାତ୍ୟା ସୃଷ୍ଟି ନେଇ କୌଣସି ଆକଳନ କରାଯାଇ ନ ଥିବା କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି। ତେବେ ଲଘୁଚାପ ଯୋଗୁଁ ୨୩ ଓ ୨୪ ତାରିଖରେ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। କିନ୍ତୁ ଏ ନେଇ କୌଣସି ସତର୍କ ସୂଚନା ଦିଆଯାଇ ନାହିଁ। ଲଘୁଚାପ କ୍ଷେତ୍ର ସୃଷ୍ଟି ପରେ ଚିତ୍ର ଆହୁରି ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ପାଣିପାଗ ବିଶେଷଜ୍ଞ ଶରତ ସାହୁଙ୍କ ଆକଳନ ଅନୁଯାୟୀ, ଲଘୁଚାପଟି ଅଧିକ ଘନୀଭୂତ ହୋଇ ଆସନ୍ତା ୨୪ ତାରିଖ ବେଳକୁ ଗଭୀର ଅବପାତ କିମ୍ୱା ଏକ ଛୋଟ ବାତ୍ୟାର ରୂପ ନେଇପାରେ। ବିଭିନ୍ନ ମଡେଲର ଆକଳନ ଅନୁଯାୟୀ ଏହା ଓଡ଼ିଶା ଉପକୂଳ କିମ୍ୱା ପଶ୍ଚିମବଙ୍ଗ କିମ୍ୱା ବାଂଲାଦେଶ ମୁହାଁ ହେବାର ସମ୍ଭାବନା ରହିଛି। ତେବେ ଏ ସଂପର୍କରେ ୨୨-୨୩ ତାରିଖ ବେଳକୁ ସ୍ପଷ୍ଟ ଚିତ୍ର ଆସିବ ବୋଲି ଶ୍ରୀ ସାହୁ କହିଛନ୍ତି।

ଆଇଏମ୍‌ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଆସନ୍ତା ୨୦ ତାରିଖ ସୁଦ୍ଧା ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି। ୨୨ ତାରିଖ ବେଳକୁ ଏହା କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବ। ଏହି ଲଘୁଚାପ କ୍ଷେତ୍ର କ୍ରମେ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ୨୪ରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ଏବଂ ୨୪ରେ ଅଧିକ ବର୍ଷାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। ତେବେ ବାତ୍ୟା ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଆକଳନ କରାଯାଇ ନାହିଁ ବୋଲି ଡଃ ମହାପାତ୍ର କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର