ସାମ୍ୱାଦିକ ହେବେ ପାର୍ସଲ ବୋମା ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର, ଜେଲ୍‌ରେ ଦେଲେ ସାମ୍ବାଦିକତା ପରୀକ୍ଷା

The Sakala Picture
Published On

ବଲାଙ୍ଗୀର: ପୁଣି ଥରେ ଚର୍ଚ୍ଚାରେ ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର। ଏଥର କିନ୍ତୁ ସେ ହତ୍ୟାକାଣ୍ଡ ପାଇଁ ନୁହେଁ, ଜେଲ୍‌ରେ ରହି ସାମ୍ବାଦିକ ହେବାକୁ ଇଚ୍ଛା କରିଛନ୍ତି। କେବଳ ଇଚ୍ଛା କରିନାହାନ୍ତି ତାହାକୁ ସାକାର କରିବାକୁ ପାଠ ପଢିବା ସହ ପରୀକ୍ଷା ମଧ୍ୟ ଦେଇଛନ୍ତି। ବଲାଙ୍ଗୀର ଜିଲ୍ଲା କାରାଗାରରେ ଥିବା ପୁଞ୍ଜିଲାଲ ମେହେର ଜେଲ ଭିତରେ ସାମ୍ବାଦିକତା ପରୀକ୍ଷା ଦେଇଛନ୍ତି । ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟରେ ସାମ୍ବାଦିକତା […]

ବଲାଙ୍ଗୀର: ପୁଣି ଥରେ ଚର୍ଚ୍ଚାରେ ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର। ଏଥର କିନ୍ତୁ ସେ ହତ୍ୟାକାଣ୍ଡ ପାଇଁ ନୁହେଁ, ଜେଲ୍‌ରେ ରହି ସାମ୍ବାଦିକ ହେବାକୁ ଇଚ୍ଛା କରିଛନ୍ତି। କେବଳ ଇଚ୍ଛା କରିନାହାନ୍ତି ତାହାକୁ ସାକାର କରିବାକୁ ପାଠ ପଢିବା ସହ ପରୀକ୍ଷା ମଧ୍ୟ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ବଲାଙ୍ଗୀର ଜିଲ୍ଲା କାରାଗାରରେ ଥିବା ପୁଞ୍ଜିଲାଲ ମେହେର ଜେଲ ଭିତରେ ସାମ୍ବାଦିକତା ପରୀକ୍ଷା ଦେଇଛନ୍ତି । ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟରେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରେ ନାଁ ଲେଖାଇ ସ୍ନାତକୋତ୍ତର ପାଠ ପଢୁଥିଲେ ପୁଞ୍ଜିଲାଲ। ଆଉ ଏବେ ତାଙ୍କ ପାଇଁ ଜିଲ୍ଲା କାରାଗାରରେ ପରୀକ୍ଷା କେନ୍ଦ୍ର ହୋଇଥିଲା। ଅଧିକାରୀ ଓ କର୍ମଚାରୀମାନେ ଜେଲ ଭିତରକୁ ଯାଇ ପରୀକ୍ଷା ତଦାରଖ କରିଥିଲେ। ଏହା ଥିଲା ପୁଞ୍ଜିଲାଲଙ୍କ ପ୍ରଥମ ସେମିଷ୍ଟାର ପରୀକ୍ଷା। ଏହାପରେ ସେ ଆଉ ୩ ଟି ସେମିଷ୍ଟାର ପରୀକ୍ଷା ଦେବେ, ଆଉ ଦୁଇ ବର୍ଷ ପରେ ସାମ୍ବାକିତା କୋର୍ସରେ ଉତୀର୍ଣ୍ଣ ହେବେ।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ସୂଚନାଯୋଗ୍ୟ  ଅଧ୍ୟାପକରୁ ଅପରାଧୀ ହୋଇଥିଲେ ପୁଞ୍ଜିଲାଲ। ସେ ପଠାଇଥିବା ପାର୍ସଲ ବୋମା ବସ୍ଫୋରଣରେ ପାଟଣାଗଡ଼ ଭୋଳାନାଥ ପଡାର ଇଞ୍ଜିନିୟର ସୌମ୍ୟଶେଖର ସାହୁ ଓ ତାଙ୍କ ଜେଜେ ମାଆଙ୍କ ମୃତ୍ୟୁ ହୋଇଥିଲା। ଆଉ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ ସୌମ୍ୟଙ୍କ ପତ୍ନୀ। ଏହି ମାମଲାରେ ପୁଞ୍ଜିଲାଲ୍‌ ଗିରଫ ହୋଇ ୨୦୧୮ ମସିହାରୁ ଜେଲ ଭିତରେ ଅଛନ୍ତି।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

ଦୀର୍ଘ ୫ ବର୍ଷ ହେଲା ବଲାଙ୍ଗୀର ଜିଲ୍ଲା ଜେଲ୍ ଭିତରେ ବିଚାରଧୀନ କଏଦୀ ଭାବେ ଅଛନ୍ତି ପୁଞ୍ଜିଲାଲ। ପ୍ରଥମେ ପ୍ରଥମେ ଜେଲ୍ କର୍ତ୍ତୃପକ୍ଷ ଓ ପୁଲିସକୁ ନାକେଦମ କରୁଥିବା ପୁଞ୍ଜିଲାଲ ଏବେ କିନ୍ତୁ ନିଜ ସେଲ୍ ଭିତରେ ରହି ଦିନ ତମାମ୍ ଚୁପ୍ ଚାପ୍ ପଢୁଛନ୍ତି । ମଝି ମଝିରେ କଣ ଗୁଡାଏ ଲେଖି ପକାଉଛନ୍ତି । ଶନିବାର ଜେଲ୍ ଭିତରେ ରହି ସାମ୍ବାଦିକତାର ସ୍ନାତକୋତ୍ତର ପ୍ରଥମ ସେମିଷ୍ଟାର ପ୍ରଥମ ପେପରର ପରୀକ୍ଷା ମଧ୍ୟ ଦେଇଛନ୍ତି। ପରୀକ୍ଷକ ପ୍ରଶ୍ନପତ୍ର ଓ ଉତ୍ତର ଖାତା ଧରି ଠିକ ଦିନ ଦୁଇଟାରେ ଜେଲ୍ ଭିତରକୁ ପ୍ରବେଶ କଲେ ଓ ୩ଘଣ୍ଟା ଧରି ଉତ୍ତର ଖାତାରେ ପୁଞ୍ଜିଲାଲ ପରୀକ୍ଷକଙ୍କ ଉପସ୍ଥିତିରେ ପରୀକ୍ଷା ଦେଇଥିବା ଜେଲ୍ କର୍ତ୍ତୃପକ୍ଷ ଓ ପରୀକ୍ଷକ କହିଛନ୍ତି ।

କୌଣସି କାରଣବଶତଃ ଜେଲରେ ଥିବା ଅନ୍ତେବାସୀଙ୍କୁ ନିଜ ଜୀବନ କୁ ସୁଧାରିବା ପାଇଁ ଜେଲ୍ ସଂସ୍କାର ଯୋଜନାରେ ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନିଆଯାଉଛି । ଏହି କ୍ରମରେ ବଲାଙ୍ଗୀର ଜେଲ୍ ରେ ୨୦୧୮ ମସିହାରୁ ପାର୍ସଲ ବୋମା ବିସ୍ଫୋରଣର ଅଭିଯୁକ୍ତ ପୁଞ୍ଜିଲାଲର ଗତିବିଧି ଲକ୍ଷ୍ୟ କରିବା ପରେ ତାଙ୍କ ଶିକ୍ଷାଗତ ଯୋଗ୍ୟତା ମୁତାବକ ସେ ସ୍ନାତକୋତ୍ତର ପରୀକ୍ଷା ପାଇଁ ଯୋଗ୍ୟ ହୋଇଥିଲେ । ପ୍ରଥମେ ଓକିଲାତି କିମ୍ବା ସାମ୍ବାଦିକତା ପଢିବାର ଇଚ୍ଛା ପ୍ରକାଶ କରିଥିଲେ ଓ ଜେଲ୍ କର୍ତ୍ତୃପକ୍ଷ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟରେ ସାମ୍ବାଦିକତାରେ ନାଁ ଲେଖାଇଥିଲେ । ଏଥିପାଇଁ ଜେଲ୍ କର୍ତ୍ତୃପକ୍ଷ ସମସ୍ତ ଖର୍ଚ୍ଚ ବହନ କରିବା ସହ ଖାତା କଲମ, ପେନସିଲ୍ ଆଦି ଯୋଗାଇ ଦେଇଥିଲେ । ଗତକାଲି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ମୁତାବକ ପ୍ରଥମ ସେମିଷ୍ଟାରର ପ୍ରଥମ ପେପର ପରୀକ୍ଷା ଦେଇଥିଲେ ପୁଞ୍ଜିଲାଲ୍ ।

12 Mar 2023 By The Sakala

ସାମ୍ୱାଦିକ ହେବେ ପାର୍ସଲ ବୋମା ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର, ଜେଲ୍‌ରେ ଦେଲେ ସାମ୍ବାଦିକତା ପରୀକ୍ଷା

ବଲାଙ୍ଗୀର: ପୁଣି ଥରେ ଚର୍ଚ୍ଚାରେ ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର। ଏଥର କିନ୍ତୁ ସେ ହତ୍ୟାକାଣ୍ଡ ପାଇଁ ନୁହେଁ, ଜେଲ୍‌ରେ ରହି ସାମ୍ବାଦିକ ହେବାକୁ ଇଚ୍ଛା କରିଛନ୍ତି। କେବଳ ଇଚ୍ଛା କରିନାହାନ୍ତି ତାହାକୁ ସାକାର କରିବାକୁ ପାଠ ପଢିବା ସହ ପରୀକ୍ଷା ମଧ୍ୟ ଦେଇଛନ୍ତି।

ବଲାଙ୍ଗୀର ଜିଲ୍ଲା କାରାଗାରରେ ଥିବା ପୁଞ୍ଜିଲାଲ ମେହେର ଜେଲ ଭିତରେ ସାମ୍ବାଦିକତା ପରୀକ୍ଷା ଦେଇଛନ୍ତି । ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟରେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରେ ନାଁ ଲେଖାଇ ସ୍ନାତକୋତ୍ତର ପାଠ ପଢୁଥିଲେ ପୁଞ୍ଜିଲାଲ। ଆଉ ଏବେ ତାଙ୍କ ପାଇଁ ଜିଲ୍ଲା କାରାଗାରରେ ପରୀକ୍ଷା କେନ୍ଦ୍ର ହୋଇଥିଲା। ଅଧିକାରୀ ଓ କର୍ମଚାରୀମାନେ ଜେଲ ଭିତରକୁ ଯାଇ ପରୀକ୍ଷା ତଦାରଖ କରିଥିଲେ। ଏହା ଥିଲା ପୁଞ୍ଜିଲାଲଙ୍କ ପ୍ରଥମ ସେମିଷ୍ଟାର ପରୀକ୍ଷା। ଏହାପରେ ସେ ଆଉ ୩ ଟି ସେମିଷ୍ଟାର ପରୀକ୍ଷା ଦେବେ, ଆଉ ଦୁଇ ବର୍ଷ ପରେ ସାମ୍ବାକିତା କୋର୍ସରେ ଉତୀର୍ଣ୍ଣ ହେବେ।

ସୂଚନାଯୋଗ୍ୟ  ଅଧ୍ୟାପକରୁ ଅପରାଧୀ ହୋଇଥିଲେ ପୁଞ୍ଜିଲାଲ। ସେ ପଠାଇଥିବା ପାର୍ସଲ ବୋମା ବସ୍ଫୋରଣରେ ପାଟଣାଗଡ଼ ଭୋଳାନାଥ ପଡାର ଇଞ୍ଜିନିୟର ସୌମ୍ୟଶେଖର ସାହୁ ଓ ତାଙ୍କ ଜେଜେ ମାଆଙ୍କ ମୃତ୍ୟୁ ହୋଇଥିଲା। ଆଉ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ ସୌମ୍ୟଙ୍କ ପତ୍ନୀ। ଏହି ମାମଲାରେ ପୁଞ୍ଜିଲାଲ୍‌ ଗିରଫ ହୋଇ ୨୦୧୮ ମସିହାରୁ ଜେଲ ଭିତରେ ଅଛନ୍ତି।

ଦୀର୍ଘ ୫ ବର୍ଷ ହେଲା ବଲାଙ୍ଗୀର ଜିଲ୍ଲା ଜେଲ୍ ଭିତରେ ବିଚାରଧୀନ କଏଦୀ ଭାବେ ଅଛନ୍ତି ପୁଞ୍ଜିଲାଲ। ପ୍ରଥମେ ପ୍ରଥମେ ଜେଲ୍ କର୍ତ୍ତୃପକ୍ଷ ଓ ପୁଲିସକୁ ନାକେଦମ କରୁଥିବା ପୁଞ୍ଜିଲାଲ ଏବେ କିନ୍ତୁ ନିଜ ସେଲ୍ ଭିତରେ ରହି ଦିନ ତମାମ୍ ଚୁପ୍ ଚାପ୍ ପଢୁଛନ୍ତି । ମଝି ମଝିରେ କଣ ଗୁଡାଏ ଲେଖି ପକାଉଛନ୍ତି । ଶନିବାର ଜେଲ୍ ଭିତରେ ରହି ସାମ୍ବାଦିକତାର ସ୍ନାତକୋତ୍ତର ପ୍ରଥମ ସେମିଷ୍ଟାର ପ୍ରଥମ ପେପରର ପରୀକ୍ଷା ମଧ୍ୟ ଦେଇଛନ୍ତି। ପରୀକ୍ଷକ ପ୍ରଶ୍ନପତ୍ର ଓ ଉତ୍ତର ଖାତା ଧରି ଠିକ ଦିନ ଦୁଇଟାରେ ଜେଲ୍ ଭିତରକୁ ପ୍ରବେଶ କଲେ ଓ ୩ଘଣ୍ଟା ଧରି ଉତ୍ତର ଖାତାରେ ପୁଞ୍ଜିଲାଲ ପରୀକ୍ଷକଙ୍କ ଉପସ୍ଥିତିରେ ପରୀକ୍ଷା ଦେଇଥିବା ଜେଲ୍ କର୍ତ୍ତୃପକ୍ଷ ଓ ପରୀକ୍ଷକ କହିଛନ୍ତି ।

କୌଣସି କାରଣବଶତଃ ଜେଲରେ ଥିବା ଅନ୍ତେବାସୀଙ୍କୁ ନିଜ ଜୀବନ କୁ ସୁଧାରିବା ପାଇଁ ଜେଲ୍ ସଂସ୍କାର ଯୋଜନାରେ ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନିଆଯାଉଛି । ଏହି କ୍ରମରେ ବଲାଙ୍ଗୀର ଜେଲ୍ ରେ ୨୦୧୮ ମସିହାରୁ ପାର୍ସଲ ବୋମା ବିସ୍ଫୋରଣର ଅଭିଯୁକ୍ତ ପୁଞ୍ଜିଲାଲର ଗତିବିଧି ଲକ୍ଷ୍ୟ କରିବା ପରେ ତାଙ୍କ ଶିକ୍ଷାଗତ ଯୋଗ୍ୟତା ମୁତାବକ ସେ ସ୍ନାତକୋତ୍ତର ପରୀକ୍ଷା ପାଇଁ ଯୋଗ୍ୟ ହୋଇଥିଲେ । ପ୍ରଥମେ ଓକିଲାତି କିମ୍ବା ସାମ୍ବାଦିକତା ପଢିବାର ଇଚ୍ଛା ପ୍ରକାଶ କରିଥିଲେ ଓ ଜେଲ୍ କର୍ତ୍ତୃପକ୍ଷ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟରେ ସାମ୍ବାଦିକତାରେ ନାଁ ଲେଖାଇଥିଲେ । ଏଥିପାଇଁ ଜେଲ୍ କର୍ତ୍ତୃପକ୍ଷ ସମସ୍ତ ଖର୍ଚ୍ଚ ବହନ କରିବା ସହ ଖାତା କଲମ, ପେନସିଲ୍ ଆଦି ଯୋଗାଇ ଦେଇଥିଲେ । ଗତକାଲି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ମୁତାବକ ପ୍ରଥମ ସେମିଷ୍ଟାରର ପ୍ରଥମ ପେପର ପରୀକ୍ଷା ଦେଇଥିଲେ ପୁଞ୍ଜିଲାଲ୍ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର