ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ଆସନ୍ତାକାଲି ଦିଲ୍ଲୀ ଯିବେ ଅଭିନେତା ପିଣ୍ଟୁ ନନ୍ଦ

The Sakala Picture
Published On

ଭୁବନେଶ୍ୱର: ଅପରେସନ ପାଇଁ ଆସନ୍ତାକାଲି ଦିଲ୍ଲୀ ଯିବେ ଓଲିଉଡ୍‌ ଅଭିନେତା ପିଣ୍ଟୁ ନନ୍ଦ । ଦିଲ୍ଲୀର ILVS ହସ୍ପିଟାଲରେ ଅପରେସନ କରାଯିବ ବୋଲି ସୂଚନା ମିଳିଛି । ବର୍ତ୍ତମାନ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ନେଇ ବରିଷ୍ଠ ଅଭିନେତା ଶ୍ରୀତମ ଦାସ ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଦୁଇ ଜଣ ଡୋନର ସ୍ଥିର ହୋଇଛି । ଦିଲ୍ଲୀରେ ଆସନ୍ତାକାଲି ପହଂଚିବା ପରେ ସେଠାରେ ଚିକିତ୍ସା ଆରମ୍ଭ କରାଯିବ । ସୂଚନା ଅନୁସାରେ, ଲିଭର ସିରୋସିସ୍‌ ରୋଗରେ ଗୁରୁତର […]

ଭୁବନେଶ୍ୱର: ଅପରେସନ ପାଇଁ ଆସନ୍ତାକାଲି ଦିଲ୍ଲୀ ଯିବେ ଓଲିଉଡ୍‌ ଅଭିନେତା ପିଣ୍ଟୁ ନନ୍ଦ । ଦିଲ୍ଲୀର ILVS ହସ୍ପିଟାଲରେ ଅପରେସନ କରାଯିବ ବୋଲି ସୂଚନା ମିଳିଛି । ବର୍ତ୍ତମାନ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ନେଇ ବରିଷ୍ଠ ଅଭିନେତା ଶ୍ରୀତମ ଦାସ ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଦୁଇ ଜଣ ଡୋନର ସ୍ଥିର ହୋଇଛି । ଦିଲ୍ଲୀରେ ଆସନ୍ତାକାଲି ପହଂଚିବା ପରେ ସେଠାରେ ଚିକିତ୍ସା ଆରମ୍ଭ କରାଯିବ ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଅକ୍ଟୋବର ୨୬ ସୁଦ୍ଧା ବାତ୍ୟା ରୂପ ନେବାର ଆଶଙ୍କା

ସୂଚନା ଅନୁସାରେ, ଲିଭର ସିରୋସିସ୍‌ ରୋଗରେ ଗୁରୁତର ହୋଇ ପଡ଼ିଥିବା ପିଣ୍ଟୁଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ କରାଯିବ। ଏଥିପାଇଁ ପ୍ରାୟ ୫୦ ଲକ୍ଷ ଟଙ୍କା ଆବଶ୍ୟକ। ଯାହାକୁ ଯୋଗାଡ଼ କରିବା ତାଙ୍କ ପରିବାର ପକ୍ଷେ ସମ୍ଭବ ନଥିଲା। ତେଣୁ ସେ ସହାୟତା ପାଇଁ ନିବେଦନ କରିଥିଲେ । ବହୁ ଶୁଭେଛୁ ତାଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି । ଆହୁରି ଅଧିକ ଅର୍ଥର ଆବଶ୍ୟକତା ରହିଛି । ଏଣୁ ଅଧିକ ସହାୟତା ପାଇଁ ଶ୍ରୀତମ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ପିଣ୍ଟୁ ନନ୍ଦଙ୍କ ସହିତ ତାଙ୍କ ଭିଣୋଇ ଯିବାକୁ ଥିବା ବେଳେ ତା’ ପରଦିନ ପିଣ୍ଟୁଙ୍କ ଭାଇ ଓ ଦୁଇ ଜଣ ଡୋନର ଯିବେ ବୋଲି ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ବାତ୍ୟା ଆଶଙ୍କା: ଅକ୍ଟୋବର ୨୮ ଓ ୨୯ ତାରିଖରେ ରାଜ୍ୟର ୫ଟି ଜିଲ୍ଲାରେ ସ୍କୁଲ ଓ କଲେଜ ବନ୍ଦ

ଓଲିଉଡର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ବହୁ ବର୍ଷ ହେବ ଓଡିଆ ସିନେମା ଜଗତରେ ସକ୍ରିୟ ଅଛନ୍ତି। ଦର୍ଶକ ପିଣ୍ଟୁ ନନ୍ଦଙ୍କୁ କେତେବେଳେ ଖଳନାୟକ, କେତେବେଳେ ସହନାୟକ ପୁଣି କେତେବେଳେ କମେଡିଆନ୍‌ ଚରିତ୍ରରେ ଦେଖିଛନ୍ତି। ପିଣ୍ଟୁ ବିଭିନ୍ନ ସମୟରେ ନାୟକ/ନାୟିକାଙ୍କ ଭାଇ,ଦାଦା ଭଳି ଚରିତ୍ରରେ ବି ନଜର ଆସିଛନ୍ତି। ପିଣ୍ଟୁ ଶତାଧିକ ଓଡ଼ିଆ ଛବିରେ ଅଭିନୟ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆନ୍ଧ୍ର ଉପକୂଳ ମୁହାଁ ବାତ୍ୟା ଅର୍ଣ୍ଣବ: ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର