ଓଜେଏସ୍‌ ଟପ୍ପର ଈର୍ଷିତା କେସରୱାନି‌

The Sakala Picture
Published On

କଟକ: ଓଡ଼ିଶା ଜୁଡିସିଆଲ ସର୍ଭିସର ପରୀକ୍ଷା (ଓଜେଏସ୍) ଫଳ ପ୍ରକାଶ ପାଇଛି। ଏଥର ମୋଟ ୪୭ ପ୍ରାର୍ଥୀ କୃତକାର୍ଯ୍ଯ ହୋଇଛନ୍ତି ଏବଂ କୃତକାର୍ଯ୍ଯ ହୋଇଥିବା ପ୍ରାର୍ଥୀମାନେ ସିଭିଲ୍‌ ଜଜ୍‌ ଭାବେ ନିଯୁକ୍ତି ପାଇବେ। ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପରିଚାଳିତ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲବା ପ୍ରାର୍ଥୀମାନଙ୍କୁ  ସିଭିଲ୍‌ ଜଜ୍‌ ପଦବିରେ ନିଯୁକ୍ତି ଦେବା ପାଇଁ ଓପିଏସ୍‌ସି ସୁପାରିସ କରିଛନ୍ତି । କୃତୀ ତାଲିକାରେ ୩୦ ଜଣ ମହିଳା ପ୍ରାର୍ଥିନୀ ରହିଛନ୍ତି । ଈର୍ଷିତା କେସରୱାନି ଚଳିତଥରର ଟପ୍ପର‌ […]

କଟକ: ଓଡ଼ିଶା ଜୁଡିସିଆଲ ସର୍ଭିସର ପରୀକ୍ଷା (ଓଜେଏସ୍) ଫଳ ପ୍ରକାଶ ପାଇଛି। ଏଥର ମୋଟ ୪୭ ପ୍ରାର୍ଥୀ କୃତକାର୍ଯ୍ଯ ହୋଇଛନ୍ତି ଏବଂ କୃତକାର୍ଯ୍ଯ ହୋଇଥିବା ପ୍ରାର୍ଥୀମାନେ ସିଭିଲ୍‌ ଜଜ୍‌ ଭାବେ ନିଯୁକ୍ତି ପାଇବେ। ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପରିଚାଳିତ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲବା ପ୍ରାର୍ଥୀମାନଙ୍କୁ  ସିଭିଲ୍‌ ଜଜ୍‌ ପଦବିରେ ନିଯୁକ୍ତି ଦେବା ପାଇଁ ଓପିଏସ୍‌ସି ସୁପାରିସ କରିଛନ୍ତି । କୃତୀ ତାଲିକାରେ ୩୦ ଜଣ ମହିଳା ପ୍ରାର୍ଥିନୀ ରହିଛନ୍ତି । ଈର୍ଷିତା କେସରୱାନି ଚଳିତଥରର ଟପ୍ପର‌ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଓଡ଼ିଶାରେ ବନ୍ୟା ବିତ୍ପାତ: ଭୂସ୍ଖଳନ ଯୋଗୁଁ ୧୩ଟି ସ୍ଥାନରେ ରାସ୍ତା ଅବରୋଧ, ୭୮୪ ଜଣଙ୍କୁ ଉଦ୍ଧାର

ଇର୍ଷିତା କେସରୱାନିଙ୍କ ଘର ବାମରା ବ୍ଲକ ଅନ୍ତର୍ଗତ ଗଡ଼ପୋଷରେ। ସେ ରାଜ୍ୟସ୍ତରୀୟ ଓଜେଏସ୍‌ ପରୀକ୍ଷାରେ ଟପ୍ପର ହେବାୁପେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଥିବାବେଳେ ଅଞ୍ଚଳରେ ମଧ୍ୟ ବେଶ ଉତ୍ସାହ ପ୍ରକାଶ ପାଇଛି। ଗଡ଼ପୋଷର ସଞ୍ଜୟ କେସରୱାନି ଓ ମନୋରମା କେସରୱାନିଙ୍କ ଝିଅ ଇର୍ଷିତା ଓଜେଏସ୍‌ ପରୀକ୍ଷାରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ତାଙ୍କ ବାପା ସଞ୍ଜୟଙ୍କ ଗଡ଼ପୋଷ ଛକରେ ଏକ ଔଷଧ ଦୋକାନ ରହିଛି। ଇର୍ଷିତା ପ୍ରଥମରୁ ଷଷ୍ଠ ଶ୍ରେଣୀ ପର୍ଯ୍ଯନ୍ତ ଗଡ଼ପୋଷ ସରସ୍ୱତୀ ଶିଶୁ ମନ୍ଦିରରେ ପାଠ ପଡ଼ିଥିଲେ। ଏହାପରେ କୁତ୍ରାର ସେଣ୍ଟ ଜନ ମେରି ସ୍କୁଲରୁ ମାଟ୍ରିକ ଉତ୍ତୀର୍ଣ୍ଣ ହେବାପରେ ବରଗଡ଼ସ୍ଥିତ ବିକାଶ କଲେଜରେ ଯୁକ୍ତ-୨ ପାସ କରିଥିଲେ। ପାଠପଢ଼ାରେ ସବୁବେଳେ ଆଗୁଆ ଥିବା ଇର୍ଷିତା ଦିଲ୍ଲୀର ନିର୍ଭୟା ଘଟଣା ପରେ ଆଡଭୋକେଟ ହୋଇ ମହିଳାଙ୍କ ନ୍ୟାୟ ପାଇଁ ଲଢ଼ିବେ ବୋଲି ଦୃଢ଼ ନିଶ୍ଚୟ କରିଥିଲେ।‌

ଆହୁରି ପଢ଼ନ୍ତୁ: ବାତ୍ୟା ‘ଅର୍ଣ୍ଣବ’ ପ୍ରଳୟ: ରାଜ୍ୟରେ ଭୂସ୍ଖଳନ ଯୋଗୁଁ ୪ ମୃତ ଓ ୧୨ ନିଖୋଜ

ଓପିଏସ୍‌ସି ପକ୍ଷରୁ ଓଜେଏସ୍‌ରେ ୫୧ଟି ପଦବି ପୂରଣ ପାଇଁ ୨୦୧୯ ନଭେମ୍ବର ୧୧ ତାରିଖରେ ପ୍ରାଥମିକ ପରୀକ୍ଷା ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୨୦୨୦ ଫେବ୍ରୁଆରୀ ୨ରେ ପରୀକ୍ଷା ହୋଇଥିଲା । ଏଥିରେ କୃତକାର୍ଯ୍ୟ ହୋଇଥିବା ୭୩୭ ଜଣ ପ୍ରାର୍ଥୀ ମୁଖ୍ୟ ପରୀକ୍ଷାରେ ବସିଥିଲେ । ମୁଖ୍ୟ ପରୀକ୍ଷାରେ ୧୨୭ ଜଣ କୃତକାର୍ଯ୍ୟ ହୋଇ ମୌଖିକ ପରୀକ୍ଷା ପାଇଁ ଦେଇଥିଲେ । ଚୂଡ଼ାନ୍ତ ମୌଖିକ ପରୀକ୍ଷାରେ ୪୭ ଜଣ କୃତକାର୍ଯ୍ୟ ହେବା ପରେ ସେମାନଙ୍କୁ ନିଯୁକ୍ତି ଦେବା ପାଇଁ କମିସନ ସୁପାରିସ୍‌ କରିଛନ୍ତି ।

ଆହୁରି ପଢ଼ନ୍ତୁ: ସମ୍ୱଲପୁରର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଜଣ୍ଡିସ ବ୍ୟାପୀ ଶତାଧିକ ଆକ୍ରାନ୍ତ, ସ୍ଥାନୀୟ ପ୍ରଶାସନ ତୁରନ୍ତ ଆବଶ୍ୟକ ପଦକ୍ଷେପ ନିଅନ୍ତୁ: ବିଜେଡି

ତାଲିକାର ଦ୍ୱିତୀୟରେ ରହିଛନ୍ତି ସମ୍ବେଦନା ସନ୍ଦୀପ, ତୃତୀୟରେ ରହିଛନ୍ତି କୃଷ୍ଣା ମିଶ୍ର, ଚତୁର୍ଥରେ ଅଛନ୍ତି ପ୍ରିୟଙ୍କା ପ୍ରିୟଦର୍ଶିନୀ ପଟେଲ, ପଞ୍ଚମରେ ଶୁଭଜିତ୍‌ ବେହେରା, ଷଷ୍ଠରେ ଅଛନ୍ତି ଆଦର୍ଶ କୁମାର ବେହେରା, ସପ୍ତମରେ ଦେବନ ସତ୍ୟଦର୍ଶୀ ନନ୍ଦ, ଅଷ୍ଟମରେ ଅଭିନନ୍ଦନ ରାୟ, ନବମରେ ଶ୍ୱେତା ଦାଶ ଏବଂ ଦଶମରେ ରହିଛନ୍ତି ଶର୍ମିଷ୍ଠା ପାଢ଼ୀ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର