କୁକୁର ସଂଖ୍ୟାରେ ଦେଶରେ ଦ୍ୱିତୀୟ ସ୍ଥାନରେ ଓଡ଼ିଶା, କୁକୁର କାମୁଡ଼ାରେ ଦେଶରେ ୧୦ମ

The Sakala Picture
Published On

ଭୁବନେଶ୍ୱର : ଦେଶରେ କୁକୁର କାମୁଡ଼ା ଜନିତ ମାମଲାରେ ଓଡ଼ିଶା ପ୍ରଥମ ୧୦ ରାଜ୍ୟ ମଧ୍ୟରେ ରହିଛି। କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ୨୦୨୨ ମସିହାରେ ଓଡ଼ିଶାରେ ୬୪ ହଜାର ୬୪୨ ଟି କୁକୁର କାମୁଡ଼ା ମାମଲା ଘଟିଥିବା ବେଳେ ୨୦୨୧ ମସିହାରେ ଏହି ସଂଖ୍ୟା ୫୯୦୮୫ ରହିଛି। ତେବେ ଗତ ବର୍ଷ ମହାରାଷ୍ଟ୍ରରେ ସର୍ବାଧିକ ୩,୯୦,୮୭୮ କୁକୁର କାମୁଡ଼ିବା ମାମଲା ହୋଇଥିବା ବେଳେ ଉତ୍ତରପ୍ରଦେଶ ୧.୯୧ ଲକ୍ଷ, […]

ଭୁବନେଶ୍ୱର : ଦେଶରେ କୁକୁର କାମୁଡ଼ା ଜନିତ ମାମଲାରେ ଓଡ଼ିଶା ପ୍ରଥମ ୧୦ ରାଜ୍ୟ ମଧ୍ୟରେ ରହିଛି। କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ୨୦୨୨ ମସିହାରେ ଓଡ଼ିଶାରେ ୬୪ ହଜାର ୬୪୨ ଟି କୁକୁର କାମୁଡ଼ା ମାମଲା ଘଟିଥିବା ବେଳେ ୨୦୨୧ ମସିହାରେ ଏହି ସଂଖ୍ୟା ୫୯୦୮୫ ରହିଛି। ତେବେ ଗତ ବର୍ଷ ମହାରାଷ୍ଟ୍ରରେ ସର୍ବାଧିକ ୩,୯୦,୮୭୮ କୁକୁର କାମୁଡ଼ିବା ମାମଲା ହୋଇଥିବା ବେଳେ ଉତ୍ତରପ୍ରଦେଶ ୧.୯୧ ଲକ୍ଷ, ଆନ୍ଧ୍ରପ୍ରଦେଶ ୧.୮୯ ଲକ୍ଷ, ଗୁଜୁରାଟ ୧.୬୯ ଲକ୍ଷ, କର୍ଣ୍ଣାଟକ ୧.୬୩ ଲକ୍ଷ, ବିହାର ୧.୪୧ ଲକ୍ଷ, ତେଲେଙ୍ଗାନା ୯୨,୬୧୩, ରାଜସ୍ଥାନ ୮୭,୪୦୧, ମଧ୍ୟପ୍ରଦେଶ ୬୫,୮୩୩ ଟି ମାମଲା ସାମନାକୁ ଆସିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ କ୍ରୀଡ଼ା ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ରକୁ ରାଜ୍ୟ ସରକାର କିଛି ପ୍ରସ୍ତାବ ଦେଇଛନ୍ତି କି? କ୍ରୀଡ଼ା ମନ୍ତ୍ରୀଙ୍କୁ ମାନସ ମଙ୍ଗରାଜଙ୍କ ପ୍ରଶ୍ନ...

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା କାର୍ଯ୍ୟକାରୀ ଇଣ୍ଟିଗ୍ରେଟେଡ୍‌‌ ହେଲଥ୍‌‌ ଇନଫରମେସନ୍‌‌ ପ୍ଲାଟଫର୍ମ (ଆଇଡିଏସ୍‌‌ପି)ର ତଥ୍ୟ ଆଧାରରେ ଏହି ସୂଚନା ଦିଆଯାଇଛି। ରୋଗୀଙ୍କର ମତାମତ ଓ ଚିକିତ୍ସା ଅନୁଯାୟୀ ଡାକ୍ତରଖାନାଗୁଡ଼ିକ ଆଇଡିଏସ୍‌‌ପିକୁ ତଥ୍ୟ ଦେଇଥାଏ। ମାତ୍ର ଘରୋଇ ହସ୍ପିଟାଲ୍‌‌ ଓ ପ୍ରାକ୍ଟିସନ୍‌‌ରମାନଙ୍କଠାରେ ଅନେକ ଲୋକ କୁକୁର କାମୁଡ଼ା ଚିକିତ୍ସା କରାଉଥିଲେ ମଧ୍ୟ ଏହି ତଥ୍ୟ ପ୍ରଦାନ କରୁନାହାନ୍ତି। ଯାହାଦ୍ୱାରା ରାଜ୍ୟରେ ଏହି ସଂଖ୍ୟା ଆହୁରି ଅଧିକ ହେବାର ଆଶଙ୍କା ପ୍ରକାଶ ପାଇଛି। ୨୦୧୯ର ପଶୁଗଣନା ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ଦେଶର ଦ୍ୱିତୀୟ ସର୍ବାଧିକ ସଂଖ୍ୟା ଅର୍ଥାତ ୧୭ ଲକ୍ଷ କୁକୁର ରହିଛନ୍ତି। ସହାରଞ୍ଚଳରେ କୁକୁରଙ୍କ ସଂଖ୍ୟା ଅଧିକ ରହୁଥିବା ବେଳେ ପଶୁ ଜନ୍ମ ନିୟନ୍ତ୍ରଣ (ଏବିସି) କାର୍ଯ୍ୟକ୍ରମର ବିଫଳତା ହେତୁ କୁକୁର କାମୁଡ଼ା ଜନିତ ସମସ୍ୟା ବୃଦ୍ଧି ହେଉଛି।  ରାଜଧାନୀ ଭୁବନେଶ୍ୱରରେ ଏବିସି ମାନଦଣ୍ଡର ଉଲ୍ଲଂଘନ ଅଭିଯୋଗରେ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଜୁଲାଇ ୬ ତାରିଖରୁ କୁକୁର ବନ୍ଧ୍ୟାକରଣ ଉପରେ ରୋକ ଲାଗାଯାଇଛି। ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ ବିଭାଗ ପକ୍ଷରୁ ୧୨ ଟି ସହରାଞ୍ଚଳରେ ଭୁବନେଶ୍ୱର, କଟକ, ପୁରୀ, ସମ୍ୱଲପୁର, ଅନୁଗୁଳ, ଜଗତସିଂହପୁର, ବାରିପଦା, ବ୍ରହ୍ମପୁର, ବାଲେଶ୍ୱର, ଭବାନୀପାଟଣା, ରାଉରକେଲା ଏବଂ ଯାଜପୁରରେ ଏବିସି କାର୍ଯ୍ୟକ୍ରମ କରିଆସୁଛି।

ଆହୁରି ପଢ଼ନ୍ତୁ: ଫେବୃୟାରୀ ୧୨ତାରିଖରେ ହେବାକୁ ଥିବା ସର୍ବଭାରତୀୟ ଧର୍ମଘଟକୁ ବିଜୁ ଶ୍ରମିକ ସାମୁଖ୍ୟର ସମର୍ଥନ

ବିଭାଗର ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୨୧-୨୨ ମସିହାରେ ରାଜଧାନୀରେ ୨,୧୫୦ ବୁଲା କୁକୁରଙ୍କୁ ବନ୍ଧ୍ୟାକରଣ କରାଯାଇଥିବା ବେଳେ ତା’ ପୂର୍ବ ବର୍ଷ ଏହି ସଂଖ୍ୟା ୧୦୨୪ ଥିଲା। ଅନ୍ୟପଟେ ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକରେ ଏହି ସଂଖ୍ୟା ଯଥେଷ୍ଟ କମ୍‌‌ ରହିଥିବା ଜଣାପଡ଼ିଛି। କଟକରେ ଏହି ସଂଖ୍ୟା ୪୬୩, ସମ୍ୱଲପୁରରେ ୧୫୨, ରାଉରକେଲାରେ ୧୫୨, ବାରିପଦାରେ ୨୩୧ ଏବଂ ପୁରୀରେ ୮୫୬ ରହିଥିଲା। ସାଧାରଣତଃ କୁକୁରଙ୍କ ପ୍ରଜନନ ସମୟ (ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର)ରେ କୁକୁର ଅଧିକ ଆକ୍ରମଣାତ୍ମକ ରହିଥାନ୍ତି। ଏହି ସମୟରେ କୁକୁର କାମୁଡ଼ାରୁ ବର୍ତ୍ତବା ପାଇଁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି

ଆହୁରି ପଢ଼ନ୍ତୁ: ନବୀନଙ୍କ ପ୍ରସ୍ତାବ ଗ୍ରହଣ କରି ତୁରନ୍ତ ଚାଷୀଙ୍କ ସମସ୍ୟାର ସମାଧାନ କର: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp