ଗାଧୋଇବା ହେଲା କାଳ, ପୋଖରୀରେ ବୁଡି ଦୁଇ ନାବାଳିକା ମୃତ
ଉଦଳା: ସାଙ୍ଗ ହୋଇ ଗାଧୋଇ ଗଲେ, ସାଙ୍ଗ ହୋଇ ଜୀବନ ଗଲା। ପୋଖରୀରେ ବୁଡି ଦୁଇ ନାବାଳିକା ଶିଶୁ ମୃତ । କପ୍ତିପଦା ଥାନା ବଡ଼ଖଲାଡି ନଛିପୁର ଗ୍ରାମରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା। ମୃତକ ଦୁଇଜଣ ହେଲେ ୮ ବର୍ଷର ରାଜଲକ୍ଷ୍ମୀ ଶଙ୍ଖୁଆଳ ଏବଂ ୭ ବର୍ଷର ଶୁଭସନ୍ଧ୍ୟା ନାୟକ। ବିଦ୍ୟାଳୟରୁ ଫେରି ସାଙ୍ଗ ହୋଇ ପୋଖରୀରେ ଗାଧୋଇବା ବେଳେ ପାଣିଲେ ବୁଡ଼ିଗଲେ ଦୁଇ ସାଙ୍ଗ । ଏହାପରେ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁଇ ନାବାଳିକାଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।





