ସମ୍ବଲପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; କଣ୍ଟେନର ଧକ୍କାରେ ତିନି ବାଇକ ଆରୋହୀ ମୃତ

Madhusudan Das Picture
Published On

ସମ୍ବଲପୁର: ସମ୍ବଲପୁର କୁଚିଣ୍ଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଚାଲିଗଲା ତିନି ବାଇକ ଆରୋହୀଙ୍କ ଜୀବନ । କଣ୍ଟେନର-ବାଇକ ମୁହାଁମୁହିଁ ଧକ୍କାରେ ଘଟଣାସ୍ଥଳରେ ତିନି ବାଇକ ଆରୋହୀ ମୃତ । ଦୁର୍ଘଟଣା ପରେ କଣ୍ଟେନରରେ ନିଆଁ ଲାଗିଯାଇଥିଲା  । କୁଚିଣ୍ଡା ଜମନକିରା ଥାନା ୫୩ ନମ୍ବର ଜାତୀୟ ରାଜପଥର ପିଠାମାରେନ ଠାରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ପୋଲିସ ଓ ଅଗ୍ନିଶ୍ରମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ କାହିଁକି ପାଳନ କରାଯାଏ ଦୋଳ ପୂର୍ଣ୍ଣିମା? ଜାଣନ୍ତୁ ଏହାର ପୌରାଣିକ ଓ ସାମାଜିକ ମହତ୍ତ୍ୱ

ସୂଚନା ଅନୁସାରେ, ଏକ ବାଇକରେ ତିନିଜଣ ଯୁବକ ଜମନକିରାରୁ ସମ୍ବଲପୁରୀ ଅଭିମୁଖେ ଆସୁଥିବା ବେଳେ  ବିପରୀତ ଦିଗରୁ ଆସୁଥିବା ଏକ କଣ୍ଟେନର ସହ ମୁହାଁ ମୁହିଁ ଧକ୍କା ହୋଇଛି। ବାଇକଟି କଣ୍ଟେନର ଚକ ତଳେ ଚାପି ହୋଇ ରହି ଯାଇଥିବା ବେଳେ ପ୍ରଥମେ ବାଇକ ଓ ପରେ କଣ୍ଟେନରରେ ନିଆଁ ଲାଗିଯାଇଛି। ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିବା ବେଳେ କଣ୍ଟେନରର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ପୋଡ଼ି ଯାଇଛି। ବାଇକଟି ମଧ୍ୟ ସମ୍ପୂର୍ଣ୍ଣ ପୋଡି ଯାଇଛି । 

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp