ବିରଳ ରୋଗର ସଫଳ ଚିକିତ୍ସା ବ୍ୟବସ୍ଥା ପାଇଁ ଯୋଜନା, ନିଜସ୍ୱ ମାର୍ଗଦର୍ଶିକା ଆଣିବେ ରାଜ୍ୟ ସରକାର

The Sakala Picture
Published On

ଭୁବନେଶ୍ୱର: ବିରଳ ରୋଗର ଚିକିତ୍ସା ପାଇଁ ଓଡ଼ିଶା ଆଣିବ ନିଜସ୍ୱ ମାର୍ଗଦର୍ଶିକା। ବିଭିନ୍ନ ପ୍ରକାର ବିରଳ ରୋଗର ଚିକିତ୍ସା ନିମନ୍ତେ ଉଦ୍ଦିଷ୍ଟ କେନ୍ଦ୍ରୀୟ ଗାଇଡ୍‍ଲାଇନ୍‍ ଢାଞ୍ଚାରେ ରାଜ୍ୟ ସରକାର ଗାଇଡ୍‍ଲାଇନ୍‍ ପ୍ରବର୍ତ୍ତନ କରିବେ। ଏଥିପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବା ଅନୁସାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଗାଇଡ୍‍ଲାଇନ୍‍ ଆଧାରରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାର ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା କରିଥାନ୍ତି। ତେବେ […]

ଭୁବନେଶ୍ୱର: ବିରଳ ରୋଗର ଚିକିତ୍ସା ପାଇଁ ଓଡ଼ିଶା ଆଣିବ ନିଜସ୍ୱ ମାର୍ଗଦର୍ଶିକା। ବିଭିନ୍ନ ପ୍ରକାର ବିରଳ ରୋଗର ଚିକିତ୍ସା ନିମନ୍ତେ ଉଦ୍ଦିଷ୍ଟ କେନ୍ଦ୍ରୀୟ ଗାଇଡ୍‍ଲାଇନ୍‍ ଢାଞ୍ଚାରେ ରାଜ୍ୟ ସରକାର ଗାଇଡ୍‍ଲାଇନ୍‍ ପ୍ରବର୍ତ୍ତନ କରିବେ। ଏଥିପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବା ଅନୁସାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଗାଇଡ୍‍ଲାଇନ୍‍ ଆଧାରରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାର ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା କରିଥାନ୍ତି। ତେବେ ଭୌଗଳିକ ଦୃଷ୍ଟିକୋଣରୁ ଗୋଟିଏ ଗାଇଡ୍‍ଲାଇନ୍‍ ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ହୋଇନଥାଏ। ଏପରିସ୍ଥଳେ ସ୍ଥାନୀୟ ଆବଶ୍ୟକତା ଏବଂ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଜସ୍ୱ ବ୍ୟବସ୍ଥା ଆବଶ୍ୟକ ବୋଲି କୁହାଯାଇଛି। ଯୋଡ଼ାମୁଣ୍ଡ ଜଗା-ବଳିଆର ଚିକିତ୍ସା ପାଇଁ ନୂଆଦିଲ୍ଲୀ ଏମ୍ସରେ ଯେଉଁ ପ୍ରକାର ବ୍ୟବସ୍ଥା କରାଗଲା ତାହା ଓଡ଼ିଶା ସରକାରଙ୍କୁ ବିଭିନ୍ନ ମହଲରେ ପ୍ରଶଂସା ଆଣି ଦେଇଥିଲା। ଏପରିସ୍ଥଳେ ବିରଳ ରୋଗ ପାଇଁ ଓଡ଼ିଶା ସରକାରଙ୍କର ଏହି ଉଦ୍ୟମ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଉ ଏକ ଅଧ୍ୟାୟ ସୃଷ୍ଟି କରିବ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ରାଜଧାନୀରେ କୁଖ୍ୟାତ ଡ୍ରଗ୍ସ ମାଫିଆକୁ ଏନକାଉଣ୍ଟର, କଟକ ଏସସିବି ସ୍ଥାନାନ୍ତର

ଡକ୍‍ନେ ମସ୍କ୍ୟୁଲାର ଡାଇଷ୍ଟ୍ରୋଫି (ଡିଏମ୍‍ଡି) ଭଳି ଏକାଧିକ ବିରଳ ରୋଗ ସମ୍ପର୍କରେ ରାଜ୍ୟ ସରକାର ଚିନ୍ତାପ୍ରକଟ କରିଛନ୍ତି। ସମ୍ପ୍ରତି ଆଫ୍ରିକା ସମେତ ଅନେକ ଦେଶରେ ନୂଆ ନୂଆ ରୋଗ, ଭୂତାଣୁ ଆଦି ସୃଷ୍ଟି ହେଉଛି ଏବଂ କିଛି ଦିନ ମଧ୍ୟରେ ଆଉ ଏକ ଦେଶକୁ ମାଡ଼ିଯାଉଛି। ନୂଆ ଏବଂ ବିରଳ ରୋଗର ଚିକିତ୍ସା ପାଇଁ ହଠାତ୍‍ ବ୍ୟବସ୍ଥା କରିବା ସମ୍ଭବ ନୁହେଁ। ଏଥିପାଇଁ ଆଗୁଆ ପ୍ରସ୍ତୁତ ହୋଇ ରହିବା ଜରୁରୀ। ଏପରିସ୍ଥଳେ ଓଡ଼ିଶା ନିକଟରେ ସମ୍ବଳର ଅଭାବ ନାହିଁ। ଓଡ଼ିଶାରେ ଏମ୍ସ ଭଳି ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ରହିଥିବା ବେଳେ ଆଇଏଲ୍‍ଏସ୍‍, ଆରଏମ୍‍ଆରସି ଭଳି ଅତ୍ୟାଧୁନିକ ଗବେଷଣା ସଂସ୍ଥା ଅଛନ୍ତି। ବିରଳ ରୋଗର ଚିକିତ୍ସା ନିମନ୍ତେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି।

ଆହୁରି ପଢ଼ନ୍ତୁ: 'ନିରୀହଙ୍କୁ ଟାର୍ଗେଟ୍‌ କଲେ ନିସ୍ତାର ନାହିଁ', ଅପରାଧୀଙ୍କୁ ଏପରି କଡ଼ା ଚେତାବନୀ ଦେଲେ ପୋଲିସ କମିଶନର

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ (ଜନସ୍ୱାସ୍ଥ୍ୟ)ଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଆରଏମ୍‍ଆରସି, ଭୁବନେଶ୍ୱରର ନିର୍ଦ୍ଦେଶକ, ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲ୍‍ଏସ୍‍), ଭୁବନେଶ୍ୱର ନିର୍ଦ୍ଦେଶକ, ଏମ୍ସ, ଭୁବନେଶ୍ୱରର ମାଇକ୍ରୋବାୟୋଲୋଜି ବିଭାଗ ମୁଖ୍ୟ, ଏସ୍‍ସିବି ମେଡିକାଲ କଲେଜ ମାଇକ୍ରୋବାୟୋଲୋଜି ବିଭାଗ ମୁଖ୍ୟ କମିଟିର ସଦସ୍ୟ ରହିଛନ୍ତି। ସେହିପରି କଟକ ଶିଶୁ ଭବନର ଅଧିକ୍ଷକ ଏବଂ ନିର୍ଦ୍ଦେଶକ, ରାଜ୍ୟ ଭେଷଜ ନିୟନ୍ତ୍ରକଙ୍କୁ ମଧ୍ୟ ଏହି କମିଟିରେ ସଦସ୍ୟଭାବେ ନିଯୁକ୍ତି ଦିଆଯାଇଛି। ଏବଂ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଏହି କମିଟିର ଆବାହକ ରହିଛନ୍ତି।

ଆହୁରି ପଢ଼ନ୍ତୁ: ମଦ ଦୋକାନ ଲାଇସେନ୍ସ ଲାଗି ଲଟେରୀ ଉଠାଣ: ଆଖିରେ ପଟି ବାନ୍ଧି ଚିର୍‌କୁଟ୍ ଉଠାଇ‌‌ଲେ ଜିଲ୍ଲାପାଳ

ଖୁବ୍‍ ଶୀଘ୍ର ଏହି କମିଟିର ଏକ ଜରୁରୀ ବୈଠକ ବସି ପ୍ରାଥମିକ ଆଲୋଚନା ହେବ। ସମ୍ପୃକ୍ତ ଅନୁଷ୍ଠାନ ପକ୍ଷରୁ କମିଟିକୁ ବିରଳ ରୋଗ ଏବଂ ଏହାର ସମ୍ଭାବ୍ୟ ଚିକିତ୍ସା ପଦ୍ଧତ୍ତି ସମ୍ପର୍କରେ ତଥ୍ୟ ପ୍ରଦାନ କରାଯିବ। ଏହାକୁ ତର୍ଜମା କରିବା ପରେ ଗାଇଡ୍‍ଲାଇନ୍‍ ପ୍ରଚଳନ କରାଯିବ। ତେବେ ବିରଳ ରୋଗ ଜାତୀୟ ନୀତି-୨୦୨୧ ଆଧାରରେ ରାଜ୍ୟ ଗାଇଡ୍‍ଲାଇନ୍‍ ପ୍ରସ୍ତୁତ କରାଯିବ। କ୍ରିଟିକାଲ କେୟାର ବିଶେଷଜ୍ଞ ଡାକ୍ତର ହରିଶ ଚୌଧୂରୀ କହିଛନ୍ତି, ସହରାଞ୍ଚଳ ହେଉ ଅବା ଗ୍ରାମାଞ୍ଚଳର ଲୋକ, ସବୁଠି ବିରଳ ରୋଗର ଉପସ୍ଥିତି ରହିଛି। ଏହା ଏପରି ଏକ ସମସ୍ୟା ମେଡିକାଲ କଲେଜରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ନିଦାନ ଓ ଚିକିତ୍ସା କରାଯାଏ। ତେବେ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ଦେବାରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା ବାଧକ ସାଜିଛି। ଏପରିସ୍ଥଳେ ବିରଳ ରୋଗ ପାଇଁ ରାଜ୍ୟ ସରକାର ନିଜସ୍ୱ ମାର୍ଗଦର୍ଶିକା ଆଣିବା ବହୁତ ବଡ଼ ପଦକ୍ଷେପ ହେବ। ଭବିଷ୍ୟତରେ ଅନ୍ୟ ରାଜ୍ୟ ପାଇଁ ମଧ୍ୟ ଏହା ଅନୁକରଣୀୟ ହୋଇପାରିବ ବୋଲି ଡା ଚୌଧୂରୀ କହିଛନ୍ତି।

08 Jul 2022 By The Sakala

ବିରଳ ରୋଗର ସଫଳ ଚିକିତ୍ସା ବ୍ୟବସ୍ଥା ପାଇଁ ଯୋଜନା, ନିଜସ୍ୱ ମାର୍ଗଦର୍ଶିକା ଆଣିବେ ରାଜ୍ୟ ସରକାର

ଭୁବନେଶ୍ୱର: ବିରଳ ରୋଗର ଚିକିତ୍ସା ପାଇଁ ଓଡ଼ିଶା ଆଣିବ ନିଜସ୍ୱ ମାର୍ଗଦର୍ଶିକା। ବିଭିନ୍ନ ପ୍ରକାର ବିରଳ ରୋଗର ଚିକିତ୍ସା ନିମନ୍ତେ ଉଦ୍ଦିଷ୍ଟ କେନ୍ଦ୍ରୀୟ ଗାଇଡ୍‍ଲାଇନ୍‍ ଢାଞ୍ଚାରେ ରାଜ୍ୟ ସରକାର ଗାଇଡ୍‍ଲାଇନ୍‍ ପ୍ରବର୍ତ୍ତନ କରିବେ। ଏଥିପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବା ଅନୁସାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଗାଇଡ୍‍ଲାଇନ୍‍ ଆଧାରରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାର ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା କରିଥାନ୍ତି। ତେବେ ଭୌଗଳିକ ଦୃଷ୍ଟିକୋଣରୁ ଗୋଟିଏ ଗାଇଡ୍‍ଲାଇନ୍‍ ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ହୋଇନଥାଏ। ଏପରିସ୍ଥଳେ ସ୍ଥାନୀୟ ଆବଶ୍ୟକତା ଏବଂ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଜସ୍ୱ ବ୍ୟବସ୍ଥା ଆବଶ୍ୟକ ବୋଲି କୁହାଯାଇଛି। ଯୋଡ଼ାମୁଣ୍ଡ ଜଗା-ବଳିଆର ଚିକିତ୍ସା ପାଇଁ ନୂଆଦିଲ୍ଲୀ ଏମ୍ସରେ ଯେଉଁ ପ୍ରକାର ବ୍ୟବସ୍ଥା କରାଗଲା ତାହା ଓଡ଼ିଶା ସରକାରଙ୍କୁ ବିଭିନ୍ନ ମହଲରେ ପ୍ରଶଂସା ଆଣି ଦେଇଥିଲା। ଏପରିସ୍ଥଳେ ବିରଳ ରୋଗ ପାଇଁ ଓଡ଼ିଶା ସରକାରଙ୍କର ଏହି ଉଦ୍ୟମ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଉ ଏକ ଅଧ୍ୟାୟ ସୃଷ୍ଟି କରିବ ବୋଲି କୁହାଯାଉଛି।

ଡକ୍‍ନେ ମସ୍କ୍ୟୁଲାର ଡାଇଷ୍ଟ୍ରୋଫି (ଡିଏମ୍‍ଡି) ଭଳି ଏକାଧିକ ବିରଳ ରୋଗ ସମ୍ପର୍କରେ ରାଜ୍ୟ ସରକାର ଚିନ୍ତାପ୍ରକଟ କରିଛନ୍ତି। ସମ୍ପ୍ରତି ଆଫ୍ରିକା ସମେତ ଅନେକ ଦେଶରେ ନୂଆ ନୂଆ ରୋଗ, ଭୂତାଣୁ ଆଦି ସୃଷ୍ଟି ହେଉଛି ଏବଂ କିଛି ଦିନ ମଧ୍ୟରେ ଆଉ ଏକ ଦେଶକୁ ମାଡ଼ିଯାଉଛି। ନୂଆ ଏବଂ ବିରଳ ରୋଗର ଚିକିତ୍ସା ପାଇଁ ହଠାତ୍‍ ବ୍ୟବସ୍ଥା କରିବା ସମ୍ଭବ ନୁହେଁ। ଏଥିପାଇଁ ଆଗୁଆ ପ୍ରସ୍ତୁତ ହୋଇ ରହିବା ଜରୁରୀ। ଏପରିସ୍ଥଳେ ଓଡ଼ିଶା ନିକଟରେ ସମ୍ବଳର ଅଭାବ ନାହିଁ। ଓଡ଼ିଶାରେ ଏମ୍ସ ଭଳି ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ରହିଥିବା ବେଳେ ଆଇଏଲ୍‍ଏସ୍‍, ଆରଏମ୍‍ଆରସି ଭଳି ଅତ୍ୟାଧୁନିକ ଗବେଷଣା ସଂସ୍ଥା ଅଛନ୍ତି। ବିରଳ ରୋଗର ଚିକିତ୍ସା ନିମନ୍ତେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ (ଜନସ୍ୱାସ୍ଥ୍ୟ)ଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଆରଏମ୍‍ଆରସି, ଭୁବନେଶ୍ୱରର ନିର୍ଦ୍ଦେଶକ, ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲ୍‍ଏସ୍‍), ଭୁବନେଶ୍ୱର ନିର୍ଦ୍ଦେଶକ, ଏମ୍ସ, ଭୁବନେଶ୍ୱରର ମାଇକ୍ରୋବାୟୋଲୋଜି ବିଭାଗ ମୁଖ୍ୟ, ଏସ୍‍ସିବି ମେଡିକାଲ କଲେଜ ମାଇକ୍ରୋବାୟୋଲୋଜି ବିଭାଗ ମୁଖ୍ୟ କମିଟିର ସଦସ୍ୟ ରହିଛନ୍ତି। ସେହିପରି କଟକ ଶିଶୁ ଭବନର ଅଧିକ୍ଷକ ଏବଂ ନିର୍ଦ୍ଦେଶକ, ରାଜ୍ୟ ଭେଷଜ ନିୟନ୍ତ୍ରକଙ୍କୁ ମଧ୍ୟ ଏହି କମିଟିରେ ସଦସ୍ୟଭାବେ ନିଯୁକ୍ତି ଦିଆଯାଇଛି। ଏବଂ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଏହି କମିଟିର ଆବାହକ ରହିଛନ୍ତି।

ଖୁବ୍‍ ଶୀଘ୍ର ଏହି କମିଟିର ଏକ ଜରୁରୀ ବୈଠକ ବସି ପ୍ରାଥମିକ ଆଲୋଚନା ହେବ। ସମ୍ପୃକ୍ତ ଅନୁଷ୍ଠାନ ପକ୍ଷରୁ କମିଟିକୁ ବିରଳ ରୋଗ ଏବଂ ଏହାର ସମ୍ଭାବ୍ୟ ଚିକିତ୍ସା ପଦ୍ଧତ୍ତି ସମ୍ପର୍କରେ ତଥ୍ୟ ପ୍ରଦାନ କରାଯିବ। ଏହାକୁ ତର୍ଜମା କରିବା ପରେ ଗାଇଡ୍‍ଲାଇନ୍‍ ପ୍ରଚଳନ କରାଯିବ। ତେବେ ବିରଳ ରୋଗ ଜାତୀୟ ନୀତି-୨୦୨୧ ଆଧାରରେ ରାଜ୍ୟ ଗାଇଡ୍‍ଲାଇନ୍‍ ପ୍ରସ୍ତୁତ କରାଯିବ। କ୍ରିଟିକାଲ କେୟାର ବିଶେଷଜ୍ଞ ଡାକ୍ତର ହରିଶ ଚୌଧୂରୀ କହିଛନ୍ତି, ସହରାଞ୍ଚଳ ହେଉ ଅବା ଗ୍ରାମାଞ୍ଚଳର ଲୋକ, ସବୁଠି ବିରଳ ରୋଗର ଉପସ୍ଥିତି ରହିଛି। ଏହା ଏପରି ଏକ ସମସ୍ୟା ମେଡିକାଲ କଲେଜରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ନିଦାନ ଓ ଚିକିତ୍ସା କରାଯାଏ। ତେବେ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ଦେବାରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା ବାଧକ ସାଜିଛି। ଏପରିସ୍ଥଳେ ବିରଳ ରୋଗ ପାଇଁ ରାଜ୍ୟ ସରକାର ନିଜସ୍ୱ ମାର୍ଗଦର୍ଶିକା ଆଣିବା ବହୁତ ବଡ଼ ପଦକ୍ଷେପ ହେବ। ଭବିଷ୍ୟତରେ ଅନ୍ୟ ରାଜ୍ୟ ପାଇଁ ମଧ୍ୟ ଏହା ଅନୁକରଣୀୟ ହୋଇପାରିବ ବୋଲି ଡା ଚୌଧୂରୀ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର