ମନୋରଞ୍ଜନ
ଓଡ଼ିଶା
ଆଜିଠାରୁ ରାଜ୍ୟରେ SIR ପ୍ରକ୍ରିୟା ଆରମ୍ଭ, ୩ କୋଟି ୩୩ ଲକ୍ଷ ୯୯ ହଜାର ଭୋଟରଙ୍କ ପାଖକୁ ଯିବେ BLO
ଭୁବନେଶ୍ୱର: ଆଜିଠାରୁ ଓଡ଼ିଶାରେ ଆରମ୍ଭ ହୋଇଛି ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ପ୍ରକ୍ରିୟା । ଜୁନ୍ ୨୮ ତାରିଖ ଯାଏ ଚାଲିବ ଏହି SIR କାର୍ଯ୍ୟକ୍ରମ । SIR ପାଇଁ ୪୫ ହଜାର ୨୫୫ ଜଣ ବୁଥ୍ ଲେବୁଲ ଅଧିକାରୀ ନିଯୁକ୍ତ ହୋଇଛନ୍ତି । ଏସ୍ଆଇଆର୍ ପାଇଁ ୩ କୋଟି ୩୩ ଲକ୍ଷ ୯୯ ହଜାର ଭୋଟରଙ୍କ ପାଖକୁ ଯିବେ BLO । ପ୍ରତିଦିନ ଅପରାହ୍ନ ୩ଟାରୁ ୫ଟା ଯାଏ ବୁଥ୍ରେ ଉପସ୍ଥିତ ରହିବେ BLO । ସେପ୍ଟେମ୍ବର ୬ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା ।
ଏସ୍ଆଇଆର୍ କାର୍ଯ୍ୟକ୍ରମରେ ପ୍ରଶିକ୍ଷିତ ବୁଥ୍ ଲେଭଲ୍ ଅଫିସରମାନେ ଘରକୁ ଘର ବୁଲି ଯାଞ୍ଚ କରିବା ସହ ପ୍ରତି ଭୋଟରଙ୍କୁ ଦୁଇଟି ଲେଖାଏଁ ‘ଏନୁମେରେସନ ଫର୍ମ’ ଦେବେ । ଭୋଟର ସେହି ଫର୍ମରେ ନିଜର ବ୍ୟକ୍ତିଗତ ତଥ୍ୟ, ପରିବାରର ବିବରଣୀ ଏବଂ ୨୦୦୨ ଭୋଟର ତାଲିକାର ସୂଚନା ସଠିକ୍ ଭାବେ ପୂରଣ କରିବେ । ପୂରଣ ହୋଇଥିବା ଫର୍ମର ଗୋଟିଏ କପି BLO ଙ୍କୁ ଦେବେ । ଫର୍ମ ସଂଗ୍ରହ ପାଇଁ BLO ମାନେ ପ୍ରତିଦିନ ଅପରାହ୍ନ ୩ଟାରୁ ସଂଧ୍ୟା ୫ ଟା ପର୍ଯ୍ୟନ୍ତ ନିଜ ନିଜ ମତଦାନ କେନ୍ଦ୍ରରେ ଉପଲବ୍ଧ ରହିବେ । ଏହି ସଂପୂର୍ଣ୍ଣ ପ୍ରକ୍ରିୟା ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଶେଷ ହେବ । ଡ୍ରାଫ୍ଟ ଭୋଟର ତାଲିକା ୨୦୨୬ ଜୁଲାଇ ୫ରେ ପ୍ରକାଶ ପାଇବ । ଆପତ୍ତି ଓ ଅଭିଯୋଗ ଜୁଲାଇ ୫ରୁ ଅଗଷ୍ଟ ୪ ପର୍ଯ୍ୟନ୍ତ କରିପାରିବେ ଭୋଟର । ଚୂଡ଼ାନ୍ତ ଭୋଟର ତାଲିକା ଅକ୍ଟୋବର ୬ରେ ପ୍ରକାଶ ପାଇବ ।