ଭିଭିଆଇପିଙ୍କ ଗସ୍ତ ସୂଚନା ଲିକ୍ ନେଇ ଓଡ଼ିଶା ସରକାରଙ୍କ କଡ଼ା ଚେତାବନୀ

Madhusudan Das Picture
Published On

ଭୁବନେଶ୍ୱର: ସୋସିଆଲ ମିଡିଆରେ ସୁରକ୍ଷା ସୂଚନା ସେୟାର୍‌ କଲେ କଡ଼ା କାର୍ଯ୍ୟାନୁଷ୍ଠାନ। ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଗୃହ ବିଭାଗ ତରଫରୁ କଡ଼ା ନିର୍ଦ୍ଦେଶ। ଓଡ଼ିଶାରେ ଭିଭିଆଇପି (VVIP) ମାନଙ୍କ ଗସ୍ତ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ସୂଚନା ଲିକ୍ ହେବା ଘଟଣାକୁ ରାଜ୍ୟ ସରକାର ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି। ଏହି ପ୍ରସଙ୍ଗରେ ରାଜ୍ୟ ଗୃହ ବିଭାଗ ପକ୍ଷରୁ ସମସ୍ତ ପୋଲିସ ଏବଂ ପ୍ରଶାସନିକ ମୁଖ୍ୟମାନଙ୍କୁ କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି। କୌଣସି ପରିସ୍ଥିତିରେ ଯେପରି ଅତି ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିବିଶେଷଙ୍କ ଗସ୍ତ ଏବଂ ସୁରକ୍ଷା ବ୍ୟବସ୍ଥା ସମ୍ପର୍କିତ ସୂଚନା ସାର୍ବଜନୀନ ନହୁଏ, ସେଥିପାଇଁ ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

ନୂଆଦିଲ୍ଲୀ ସ୍ଥିତ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଭିତ୍ତିରେ ରାଜ୍ୟ ଗୃହ ବିଭାଗ ଏହି ତ୍ୱରିତ ପଦକ୍ଷେପ ଗ୍ରହଣ କରିଛି। ଗୃହ ବିଭାଗର ଅତିରିକ୍ତ ଶାସନ ସଚିବ ଭବେଶ କୁମାର ନାୟକ ଏକ ସ୍ୱତନ୍ତ୍ର ଚିଠି ଜରିଆରେ ପୋଲିସ ମହାନିର୍ଦ୍ଦେଶକ (DGP), ଗୁଇନ୍ଦା ନିର୍ଦ୍ଦେଶକ, ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକ (SP) ମାନଙ୍କୁ ସତର୍କ କରାଇଛନ୍ତି। ଭିଭିଆଇପିଙ୍କ ଟିକିନିଖି କାର୍ଯ୍ୟକ୍ରମ, ସୁରକ୍ଷା ବ୍ୟବସ୍ଥା ଏବଂ ପରିଚାଳନାଗତ ତଥ୍ୟ ଆଦାନପ୍ରଦାନ ବେଳେ ବ୍ୟାପକ ସତର୍କତା ଅବଲମ୍ବନ କରିବାକୁ ଏହି ଚିଠିରେ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

ସାମାଜିକ ଗଣମାଧ୍ୟମ ବା ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭିଭିଆଇପିଙ୍କ ଗସ୍ତ ସୂଚନା ଭାଇରାଲ୍ ହେବା ଘଟଣାକୁ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ଯଦି କୌଣସି ଅଧିକାରୀ ବା କର୍ମଚାରୀ ପ୍ରୋଟୋକଲ୍ ଉଲ୍ଲଂଘନ କରନ୍ତି କିମ୍ବା ବିନା ଅନୁମତିରେ ଏହି ଗୁପ୍ତ ତଥ୍ୟ ସେୟାର କରନ୍ତି, ତେବେ ସେମାନଙ୍କ ବିରୋଧରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗୃହ ବିଭାଗ ଚେତାବନୀ ଦେଇଛି। 

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

ଏହା ସହିତ ସମସ୍ତ ବିଭାଗକୁ ନିଜର ଆଭ୍ୟନ୍ତରୀଣ ତଦାରଖ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିନା ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନୁମତିରେ ଭିଭିଆଇପିଙ୍କ ଗମନାଗମନ କିମ୍ବା ସୁରକ୍ଷା ଯୋଜନା ସମ୍ବନ୍ଧୀୟ କୌଣସି ବି ସମ୍ବେଦନଶୀଳ ସୂଚନା ସାର୍ବଜନୀନ ଭାବେ ବା ଇଲେକ୍ଟ୍ରୋନିକ୍ ମାଧ୍ୟମରେ ସେୟାର କରାଯାଇପାରିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର