ରାଜ୍ୟରେ ରବିଧାନ ସଂଗ୍ରହ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ; ଚାଷୀ ମାରଣ ନୀତି ବିରୋଧରେ ଆନ୍ଦୋଳନ ତେଜିବ: ବିଜେଡି

Madhusudan Das Picture
Published On

ଭୁବନେଶ୍ୱର: ଚାଷୀଙ୍କୁ ଏମଏସ୍‌ପି ସହିତ ୮୦୦ ଟଙ୍କାର ଇନ୍‌ପୁଟ ସହାୟତା ଦେବାର ଆଶ୍ୱାସନା ଦେଇଥିବା ବିଜେପି ସରକାରର ଚାଷୀ ମାରଣ ନୀତି ଯୋଗୁଁ ନିଜର ହକ୍‌ ପାଇଁ ଆଜି ଚାଷୀ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେଉଛି। ରାଜ୍ୟରେ ରବି ଧାନ କିଣାରେ ଦେଖାଦେଇଥିବା ଅବ୍ୟବସ୍ଥାକୁ ବିରୋଧ କରି ଶୁକ୍ରବାର ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା ଓ ବିଧାୟକ ତଥା ସାଧାରଣ ସମ୍ପାଦକ ଗୌତମବୁଦ୍ଧ ଦାସ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। 

ଆହୁରି ପଢ଼ନ୍ତୁ: କଟକ ପ୍ରେସଛକ ମାଛ ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ; ସ୍ଥିତି ପରଖିଲେ ମେୟର

ଶ୍ରୀ ଦାସବର୍ମା କହିଛନ୍ତି ଯେ, ଓଡ଼ିଶାର ୭୦ ଭାଗ ଲୋକ ଚାଷ ଉପରେ ନିର୍ଭର କରନ୍ତି।  ଡବଲ ଇଞ୍ଜିନ ସରକାରଙ୍କ ଚାଷୀମାରଣ ନୀତି ଯୋଗୁଁ ଆଜି ଅର୍ଥନୀତି ଧ୍ୱଂସ ହେବାକୁ ବସିଛି। କୃଷି ବିଭାଗ ରିପୋର୍ଟ ଅନୁସାରେ ଓଡ଼ିଶାରେ ୧୫୦ ଲକ୍ଷ ମେଟ୍ରିକ ଟନ୍‌ ଧାନ ଉତ୍ପାଦିତ ହେଉଛି; କିନ୍ତୁ ସରକାର କହୁଛନ୍ତି ୯୩ ଲକ୍ଷ ମେଟ୍ରିକ ଟନ ଧାନ ଚାଷୀକୂଳ ଠାରୁ ସଂଗ୍ରହ କରିବେ। ମଣ୍ଡି ଖୋଲିବାଠୁ ଆରମ୍ଭ କରି ଚାଷୀ ପଞ୍ଜିକରଣ, ଟୋକନ ବଣ୍ଟନ ଓ ଧାନ କ୍ରୟ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଚାଷୀମାନଙ୍କୁ ଆନ୍ଦୋଳନ କରିବାକୁ ପଡୁଛି। ସରକାର ମେ' ୧୫ ତାରିଖରୁ ରାଜ୍ୟର ୨୦ଟି ଜିଲ୍ଲାରେ ରବି ଧାନ ସଂଗ୍ରହ ପାଇଁ ସମୟ ଧାର୍ଯ୍ୟ କରିଥିବା ବେଳେ ଆଜି ସୁଦ୍ଧା ରବି ଧାନ ସଂଗ୍ରହ ପାଇଁ ୫୦ ଭାଗ ମଣ୍ଡି ଖୋଲାଯାଇ ନାହିଁ । ରବି ଧାନ କ୍ରୟ ପାଇଁ ୩ ଲକ୍ଷ ୪୭ ହଜାର ୭୫ ଜଣ ଚାଷୀ ପଞ୍ଜିକରଣ କରିଥିବା ବେଳେ ଆଜିସୁଦ୍ଧା ମାତ୍ର ୩୧ ହଜାର ୪୬୧ ଜଣ ଚାଷୀ ମଣ୍ଡି ବ୍ୟବସ୍ଥାରେ ତାଙ୍କ ଧାନ ବିକ୍ରି କରିଛନ୍ତି। ଅର୍ଥାତ୍‌ ୧୦ ପ୍ରତିଶତରୁ କମ୍‌ ଚାଷୀ ୧ ଲକ୍ଷ ୮୦ ହଜାର ମେଟ୍ରିକ ଟନ୍‌ ଧାନ ବିକ୍ରି କରିଛନ୍ତି।  ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ଚାଷୀକୂଳଙ୍କ ସ୍ୱାର୍ଥ ପାଇଁ ବିଜେଡି ରାଜରାସ୍ତାଠୁ ଆରମ୍ଭ କରି ମଣ୍ଡି ପର୍ଯ୍ୟନ୍ତ ଲଢେ଼ଇ ଜାରି ରଖିଛି ଓ ଆଗକୁ ଏହି ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଅସୁରକ୍ଷିତ ରାଜଧାନୀ: ଡେଲିଭରୀ ବୟଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

ବିଧାୟକ ଗୌତମବୁଦ୍ଧ ଦାସ କହିଛନ୍ତି ଯେ, ରବି ଧାନ ସଂଗ୍ରହ ବ୍ୟବସ୍ଥା ସାରା ରାଜ୍ୟରେ ଭୁଶୁଡ଼ି ଯାଇଛି। ଶାସକ ଦଳର ନେତାମାନେ ମଧ୍ୟ ଏହାକୁ ସ୍ୱୀକାର କରୁଛନ୍ତି। ବର୍ତ୍ତମାନ ରାଜ୍ୟର ଗାଁ ମାନଙ୍କରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ସରକାରଙ୍କ ୮୦୦ ଟଙ୍କାର ଇନ୍‌ପୁଟ ସହାୟତାକୁ ଦୃଷ୍ଟିରେ ରଖି ଚାଷୀକୂଳ ଅଧିକ ଧାନ ଉତ୍ପାଦନ କରିଛନ୍ତି; କିନ୍ତୁ ଧାନ ସଂଗ୍ରହରେ ସରକାରଙ୍କ ଅବ୍ୟବସ୍ଥା ଯୋଗୁଁ ଚାଷୀକୂଳ ହତାଶ ହୋଇ ଏବେ ଇଚ୍ଛାମୃତ୍ୟୁ ମାଗୁଛନ୍ତି। ଏପରି ସ୍ଥିତି ରହିଲେ ଆଗାମୀ ଦିନରେ ଚାଷୀ ଆତ୍ମହତ୍ୟା ଖବରକାଗଜର ଶିରୋନାମା ପାଲଟିବ। ରାଜ୍ୟରେ ୫ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀ ରବି ଧାନ କରିଥିବା ବେଳେ ୩ ଲକ୍ଷ ୪୭ ହଜାର ୭୫ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି। ଅର୍ଥାତ୍‌ ୨ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀ ପଞ୍ଜିକରଣରୁ ବଞ୍ଚିତ ହୋଇଛନ୍ତି। ସରକାରଙ୍କ ଚାଷୀମାରଣ ନୀତି ଯୋଗୁଁ କଳାହାଣ୍ଡି, କୋରାପୁଟଠୁ ଆରମ୍ଭ କରି ବାଲେଶ୍ୱର ପର୍ଯ୍ୟନ୍ତ ଚାଷୀ ରାଜରାସ୍ତାରେ ବସିଛନ୍ତି। ବିଭିନ୍ନ ଆଳ ଦେଖାଇ ଚାଷୀଙ୍କୁ ଶୋଷଣ କରୁଥିବା ଡବଲ ଇଞ୍ଜିନ ସରକାର ବିରୋଧରେ ଆଗକୁ ବିଜୁ ଜନତା ଦଳର ଲଢେ଼ଇକୁ ଜୋରଦାର କରାଯିବ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ତାତିରୁ ଆଶ୍ବସ୍ତି ଦେଲା କାଳବୈଶାଖୀ: ଭୁବନେଶ୍ୱରରେ ପବନ-ଘଡଘଡି ସହ କୁଆପଥର ବର୍ଷା

29 May 2026 By Madhusudan Das

ରାଜ୍ୟରେ ରବିଧାନ ସଂଗ୍ରହ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ; ଚାଷୀ ମାରଣ ନୀତି ବିରୋଧରେ ଆନ୍ଦୋଳନ ତେଜିବ: ବିଜେଡି

ଭୁବନେଶ୍ୱର: ଚାଷୀଙ୍କୁ ଏମଏସ୍‌ପି ସହିତ ୮୦୦ ଟଙ୍କାର ଇନ୍‌ପୁଟ ସହାୟତା ଦେବାର ଆଶ୍ୱାସନା ଦେଇଥିବା ବିଜେପି ସରକାରର ଚାଷୀ ମାରଣ ନୀତି ଯୋଗୁଁ ନିଜର ହକ୍‌ ପାଇଁ ଆଜି ଚାଷୀ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେଉଛି। ରାଜ୍ୟରେ ରବି ଧାନ କିଣାରେ ଦେଖାଦେଇଥିବା ଅବ୍ୟବସ୍ଥାକୁ ବିରୋଧ କରି ଶୁକ୍ରବାର ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା ଓ ବିଧାୟକ ତଥା ସାଧାରଣ ସମ୍ପାଦକ ଗୌତମବୁଦ୍ଧ ଦାସ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। 

ଶ୍ରୀ ଦାସବର୍ମା କହିଛନ୍ତି ଯେ, ଓଡ଼ିଶାର ୭୦ ଭାଗ ଲୋକ ଚାଷ ଉପରେ ନିର୍ଭର କରନ୍ତି।  ଡବଲ ଇଞ୍ଜିନ ସରକାରଙ୍କ ଚାଷୀମାରଣ ନୀତି ଯୋଗୁଁ ଆଜି ଅର୍ଥନୀତି ଧ୍ୱଂସ ହେବାକୁ ବସିଛି। କୃଷି ବିଭାଗ ରିପୋର୍ଟ ଅନୁସାରେ ଓଡ଼ିଶାରେ ୧୫୦ ଲକ୍ଷ ମେଟ୍ରିକ ଟନ୍‌ ଧାନ ଉତ୍ପାଦିତ ହେଉଛି; କିନ୍ତୁ ସରକାର କହୁଛନ୍ତି ୯୩ ଲକ୍ଷ ମେଟ୍ରିକ ଟନ ଧାନ ଚାଷୀକୂଳ ଠାରୁ ସଂଗ୍ରହ କରିବେ। ମଣ୍ଡି ଖୋଲିବାଠୁ ଆରମ୍ଭ କରି ଚାଷୀ ପଞ୍ଜିକରଣ, ଟୋକନ ବଣ୍ଟନ ଓ ଧାନ କ୍ରୟ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଚାଷୀମାନଙ୍କୁ ଆନ୍ଦୋଳନ କରିବାକୁ ପଡୁଛି। ସରକାର ମେ' ୧୫ ତାରିଖରୁ ରାଜ୍ୟର ୨୦ଟି ଜିଲ୍ଲାରେ ରବି ଧାନ ସଂଗ୍ରହ ପାଇଁ ସମୟ ଧାର୍ଯ୍ୟ କରିଥିବା ବେଳେ ଆଜି ସୁଦ୍ଧା ରବି ଧାନ ସଂଗ୍ରହ ପାଇଁ ୫୦ ଭାଗ ମଣ୍ଡି ଖୋଲାଯାଇ ନାହିଁ । ରବି ଧାନ କ୍ରୟ ପାଇଁ ୩ ଲକ୍ଷ ୪୭ ହଜାର ୭୫ ଜଣ ଚାଷୀ ପଞ୍ଜିକରଣ କରିଥିବା ବେଳେ ଆଜିସୁଦ୍ଧା ମାତ୍ର ୩୧ ହଜାର ୪୬୧ ଜଣ ଚାଷୀ ମଣ୍ଡି ବ୍ୟବସ୍ଥାରେ ତାଙ୍କ ଧାନ ବିକ୍ରି କରିଛନ୍ତି। ଅର୍ଥାତ୍‌ ୧୦ ପ୍ରତିଶତରୁ କମ୍‌ ଚାଷୀ ୧ ଲକ୍ଷ ୮୦ ହଜାର ମେଟ୍ରିକ ଟନ୍‌ ଧାନ ବିକ୍ରି କରିଛନ୍ତି।  ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ଚାଷୀକୂଳଙ୍କ ସ୍ୱାର୍ଥ ପାଇଁ ବିଜେଡି ରାଜରାସ୍ତାଠୁ ଆରମ୍ଭ କରି ମଣ୍ଡି ପର୍ଯ୍ୟନ୍ତ ଲଢେ଼ଇ ଜାରି ରଖିଛି ଓ ଆଗକୁ ଏହି ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ସେ କହିଛନ୍ତି।

ବିଧାୟକ ଗୌତମବୁଦ୍ଧ ଦାସ କହିଛନ୍ତି ଯେ, ରବି ଧାନ ସଂଗ୍ରହ ବ୍ୟବସ୍ଥା ସାରା ରାଜ୍ୟରେ ଭୁଶୁଡ଼ି ଯାଇଛି। ଶାସକ ଦଳର ନେତାମାନେ ମଧ୍ୟ ଏହାକୁ ସ୍ୱୀକାର କରୁଛନ୍ତି। ବର୍ତ୍ତମାନ ରାଜ୍ୟର ଗାଁ ମାନଙ୍କରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ସରକାରଙ୍କ ୮୦୦ ଟଙ୍କାର ଇନ୍‌ପୁଟ ସହାୟତାକୁ ଦୃଷ୍ଟିରେ ରଖି ଚାଷୀକୂଳ ଅଧିକ ଧାନ ଉତ୍ପାଦନ କରିଛନ୍ତି; କିନ୍ତୁ ଧାନ ସଂଗ୍ରହରେ ସରକାରଙ୍କ ଅବ୍ୟବସ୍ଥା ଯୋଗୁଁ ଚାଷୀକୂଳ ହତାଶ ହୋଇ ଏବେ ଇଚ୍ଛାମୃତ୍ୟୁ ମାଗୁଛନ୍ତି। ଏପରି ସ୍ଥିତି ରହିଲେ ଆଗାମୀ ଦିନରେ ଚାଷୀ ଆତ୍ମହତ୍ୟା ଖବରକାଗଜର ଶିରୋନାମା ପାଲଟିବ। ରାଜ୍ୟରେ ୫ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀ ରବି ଧାନ କରିଥିବା ବେଳେ ୩ ଲକ୍ଷ ୪୭ ହଜାର ୭୫ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି। ଅର୍ଥାତ୍‌ ୨ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀ ପଞ୍ଜିକରଣରୁ ବଞ୍ଚିତ ହୋଇଛନ୍ତି। ସରକାରଙ୍କ ଚାଷୀମାରଣ ନୀତି ଯୋଗୁଁ କଳାହାଣ୍ଡି, କୋରାପୁଟଠୁ ଆରମ୍ଭ କରି ବାଲେଶ୍ୱର ପର୍ଯ୍ୟନ୍ତ ଚାଷୀ ରାଜରାସ୍ତାରେ ବସିଛନ୍ତି। ବିଭିନ୍ନ ଆଳ ଦେଖାଇ ଚାଷୀଙ୍କୁ ଶୋଷଣ କରୁଥିବା ଡବଲ ଇଞ୍ଜିନ ସରକାର ବିରୋଧରେ ଆଗକୁ ବିଜୁ ଜନତା ଦଳର ଲଢେ଼ଇକୁ ଜୋରଦାର କରାଯିବ ବୋଲି ସେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର