ଚନ୍ଦ୍ରଶେଖରପୁରରେ କାର୍‌ ଚଢ଼ାଇ ହତ୍ୟା ପଛର ବଡ଼ ଖୁଲାସା: ତ୍ରିକୋଣୀୟ ପ୍ରେମରୁ ହୋଇଥିଲା ରାସ୍ତାରେ ମର୍ଡର

Madhusudan Das Picture
Published On

ଭୁବନେଶ୍ବର: ଚନ୍ଦ୍ରଶେଖରପୁରରେ କାର୍‌ ଚଢ଼ାଇ ହତ୍ୟା ପଛରେ ନୂଆ ଟୁଇଷ୍ଟ । ଦୁର୍ଘଟଣା ନୁହେଁ ବରଂ ପ୍ରେମ ପାଇଁ ସାଙ୍ଗକୁ ମାରିଦେଲା ସାଙ୍ଗ। ପ୍ରେମ ପାଇଁ ପ୍ରେମିକଙ୍କ ମଧ୍ୟରେ ବିବାଦ ନେଇଛି ହତ୍ୟାର ରୂପ । ତ୍ରିକୋଣୀୟ ପ୍ରେମରୁ କାର୍‌ ଚଢ଼ାଇ ହତ୍ୟା କରାଯାଇଛି କହିଲେ ଡିସିପି । ମୃତ ବରେନ୍ୟ ରାଉତରାୟଙ୍କ ପ୍ରେମିକାକୁ ପୂର୍ବରୁ ଭଲ ପାଉଥିବା ପ୍ରେମିକ ଘଟାଇଛି ଏପରି ଜଘନ୍ୟ କାଣ୍ଡ। ଯୋଜନାବଦ୍ଧ ଭାବେ ମିଳିମିଶି ହତ୍ୟା କରିଛନ୍ତି ହତ୍ୟାକାରୀ । ଆଚାର୍ଯ୍ୟ ହରିହର କଲେଜ ଛକରେ ଘଟିଥିବା ଦୁର୍ଘଟଣା ପଛର ହତ୍ୟାର ପ୍ରମାଣ ପାଇବା ସହ ପାଞ୍ଚ ଜଣଙ୍କୁ ଗିରଫ କରି ପଚରାଉଚରା କରୁଛି ପୋଲିସ।

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

ସୂଚନାଯୋଗ୍ୟ, ମେ ୨୯ ତାରିଖ ବିଳମ୍ବିତ ରାତିରେ ନୀଳାଦ୍ରି ବିହାର ଏଟିଏମ୍ ଛକ ନିକଟରେ ଏକ ବାଇକକୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା ଦ୍ରୁତଗାମୀ ଥାର୍ ଗାଡ଼ି । ବାଇକରେ ଥିଲେ ୩ ଜଣ ଯୁବକ । ଧକ୍କା ଏତେ ଜୋରଦାର ଥିଲା ଯେ ସେମାନଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ମୃତ ଯୁବକଙ୍କ ଘର ଖୋର୍ଦ୍ଧା ଜିଲ୍ଲା କାଇପଦର ଅଞ୍ଚଳର । ଅନ୍ୟ ଦୁଇଜଣ ଗୁରୁତର ଭାବେ ଆହତ ହୋଇଥିଲେ। ପ୍ରଥମରୁ ଏହା ଦୁର୍ଘଟଣା ପରି ମନେ ହେଉଥିଲା। କିନ୍ତୁ ପରିବାର ଲୋକଙ୍କ ଅଭିଯୋଗ ପରେ ଚନ୍ଦ୍ରଶେଖରପୁର ପୋଲିସ ଆରମ୍ଭ କରିଥିଲା ତଦନ୍ତ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

ଆହତ ଓ ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରାଉଚରା ପରେ ଏହା ହତ୍ୟା ବୋଲି ସନ୍ଦେହ କରିଥିଲା ପୋଲିସ। କୌଣସି ବିଳମ୍ବ ନକରି ଦୁର୍ଘଟଣା ଘଟାଇଥିବା ଅଭିଯୁକ୍ତ ଯେପରି ଖସି ଯାଇନପାରିବେ, ସେଥିପାଇଁ ପୂରା ଲାଗିପଡ଼ିଥିଲା। ରାତାରାତି ସବୁ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା ପୋଲିସ। ତଦନ୍ତରୁ ଜଣାପଡ଼ିଲା, ଏହା ଦୁର୍ଘଟଣା ନୁହେଁ ବରଂ ସଂଘବଦ୍ଧ ହତ୍ୟା।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉ ନାହିଁ ଏଫସିଆଇ: ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ପ୍ରେମ ବ୍ୟାପାରକୁ ନେଇ ଲସି ଦୋକାନରେ ଗଣ୍ଡଗୋଳ ହୋଇଥିଲା। ବାଇକରେ ଆସିଥିବା ମୃତକ ଓ ତାଙ୍କ ସହଯୋଗୀ ଆଉ ଅଭିଯୁକ୍ତଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। କିନ୍ତୁ ଏହାର କିଛି ସମୟ ପରେ ବାଇକରେ ଫେରୁଥିବା ବେଳେ ଅଭିଯୁକ୍ତମାନେ ଥାର୍ ଗାଡିରେ ସେମାନଙ୍କ ପିଛା କରିଥିଲେ। ଶେଷରେ ବାଇକ୍ ଆରୋହୀଙ୍କୁ ରାସ୍ତାରେ ଗାଡି ଚଢ଼ାଇ ହତ୍ୟା କରିଥିଲେ। ସେହିପରି ମୃତକଙ୍କ ଭଉଣୀ କହିଛନ୍ତି- ଭାଇର ହତ୍ୟା ପଛରେ ତା'ର ସାଙ୍କମାନଙ୍କ ହାତ ରହିଛି। ଏମିତିକି ସେମାନଙ୍କ ମଧ୍ୟରୁ ଜଣେ ତାଙ୍କ ପିଲାଦିନର ବନ୍ଧୁ। ପ୍ରଥମେ ତାଙ୍କୁ ମାରପିଟ୍ କରିଥିଲେ। ତା'ପରେ ଗାଡ଼ି ଚଢ଼ାଇ ହତ୍ୟା କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର