ଚୀନର ବିଶାଳ ସାମରିକ ପ୍ରସ୍ତୁତି: ପରମାଣୁ କେନ୍ଦ୍ର ନିକଟରେ ଲଞ୍ଚ୍ ପ୍ୟାଡ୍ ନିର୍ମାଣ କରୁଥିବା ନେଇ ସାଟେଲାଇଟ୍ ଚିତ୍ରରୁ ଖୁଲାସା

Suryakanta Picture
Published On

ଚୀନ୍ ନିଜର ଦୂରବର୍ତ୍ତୀ ପରମାଣୁ ମିସାଇଲ୍ ଘାଟି ନିକଟରେ ବ୍ୟାପକ ସାମରିକ ଭିତ୍ତିଭୂମି ନିର୍ମାଣ କରୁଥିବା ନେଇ ଏକ ନୂଆ ରିପୋର୍ଟରୁ ଜଣାପଡିଛି। ସାମ୍ନାକୁ ଆସିଥିବା ସାଟେଲାଇଟ୍ ଚିତ୍ର ଅନୁଯାୟୀ, ବେଜିଂ ନିଜର ପଶ୍ଚିମୋତ୍ତର ମରୁଭୂମି ଅଞ୍ଚଳରେ ବିଶାଳ ଲଞ୍ଚ୍ ପ୍ୟାଡ୍, ବଙ୍କର୍ ଏବଂ ଯୋଗାଯୋଗ ଭିତ୍ତିଭୂମିର ଏକ ନେଟୱାର୍କ ପ୍ରସ୍ତୁତ କରୁଛି।

ଆହୁରି ପଢ଼ନ୍ତୁ: ଇରାନ ସହ ତିକ୍ତତା ମଧ୍ୟରେ ୨୫୦ ଦିନର ଲମ୍ବା ମିଶନ ପରେ ଥାଇଲାଣ୍ଡରେ ପହଞ୍ଚିଲା ଆମେରିକୀୟ ଯୁଦ୍ଧପୋତ 'ୟୁଏସଏସ ଅବ୍ରାହମ ଲିଙ୍କନ'

ଆମେରିକାର ସୁରକ୍ଷା ବିଶେଷଜ୍ଞମାନେ ଏହି ନିର୍ମାଣ କାର୍ଯ୍ୟକୁ ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ଏବଂ ଏହାକୁ ଏକ 'ଅଦୃଶ୍ୟପୂର୍ବ' ଘଟଣା ବୋଲି ବର୍ଣ୍ଣନା କରିଛନ୍ତି। ବିଶେଷକରି ଆମେରିକା ଭଳି ଦେଶର ସମ୍ଭାବ୍ୟ ଆକ୍ରମଣରୁ ନିଜର ପରମାଣୁ ଅସ୍ତ୍ରଶସ୍ତ୍ରକୁ ସୁରକ୍ଷିତ ରଖିବା ଏବଂ ପ୍ରତିଆକ୍ରମଣ କରିବା ଉଦ୍ଦେଶ୍ୟରେ ଚୀନ୍ ଏହି ନିର୍ମାଣ କରୁଥିବା ଅନୁମାନ କରାଯାଉଛି।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

୮୦ରୁ ଅଧିକ ଲଞ୍ଚ୍ ପ୍ୟାଡ୍ ନିର୍ମାଣ

ସାଟେଲାଇଟ୍ ଚିତ୍ରଗୁଡ଼ିକରୁ ଜଣାପଡିଛି ଯେ, ଜିନଜିଆଙ୍ଗ୍ ଏବଂ ଗାନ୍ସୁ ଅଞ୍ଚଳରେ ଥିବା ଚୀନର ସାମରିକ ମିସାଇଲ୍ ଘାଟିରେ ୮୦ରୁ ଅଧିକ ନୂଆ ଲଞ୍ଚ୍ ପ୍ୟାଡ୍ ନିର୍ମାଣ କରାଯାଇଛି। ଏଗୁଡ଼ିକ ଚୀନର ବଢ଼ୁଥିବା ମୋବାଇଲ୍ ମିସାଇଲ୍ ଲଞ୍ଚର୍ ଏବଂ ବାୟୁ-ପ୍ରତିରକ୍ଷା ବ୍ୟବସ୍ଥା ପାଇଁ ବ୍ୟବହୃତ ହୋଇପାରେ। ଏହାବ୍ୟତୀତ, ଏଠାରେ ଦୁଇଟି ବିଶାଳ ଅଷ୍ଟଭୂଜାକାର ସାମରିକ କମ୍ପ୍ଲେକ୍ସ ମଧ୍ୟ ନିର୍ମାଣ କରାଯାଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

launch-pads-near-nuclear-sites

ଏହି କମ୍ପ୍ଲେକ୍ସଗୁଡ଼ିକ ଭିତରେ ସାମରିକ ଯାନବାହନ, ବାସସ୍ଥାନ, ଇଲେକ୍ଟ୍ରୋନିକ୍ ଯୁଦ୍ଧ ବ୍ୟବସ୍ଥା, ସାଟେଲାଇଟ୍ ଯୋଗାଯୋଗ କେନ୍ଦ୍ର ଏବଂ କମାଣ୍ଡ୍ ଭିତ୍ତିଭୂମିର ପ୍ରମାଣ ମିଳିଛି।

ସୁରକ୍ଷା ବିଶେଷଜ୍ଞଙ୍କ ମତ

ଅନ୍ତର୍ଜାତୀୟ ସୁରକ୍ଷା ବିଶେଷଜ୍ଞମାନେ ଏହି ବିକାଶକୁ ଗୁରୁତ୍ୱର ସହ ନେଇଛନ୍ତି। ଫେଡେରେସନ୍ ଅଫ୍ ଆମେରିକାନ୍ ସାଇଣ୍ଟିଷ୍ଟସ୍ ର ନ୍ୟୁକ୍ଲିୟର ଇନଫରମେସନ୍ ପ୍ରୋଜେକ୍ଟର ନିର୍ଦ୍ଦେଶକ ହାନ୍ସ କ୍ରିଷ୍ଟେନସେନ୍ କହିଛନ୍ତି, "ମୁଁ ମୋ ଜୀବନରେ ଏଭଳି କିଛି ଦେଖି ନାହିଁ। ଏହା ଏକ ଅସାଧାରଣ ପ୍ରୟାସ।"

ଏହି ବିଶାଳ ଭିତ୍ତିଭୂମି ମାଧ୍ୟମରେ ଚୀନ୍ ନିଜର ଦୀର୍ଘ-ଦୂରଗାମୀ ଇଣ୍ଟରକଣ୍ଟିନେଣ୍ଟାଲ୍ ବାଲାଷ୍ଟିକ୍ ମିସାଇଲ୍ (ICBM) ଗୁଡ଼ିକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରୁଛି। ଯଦି କେବେ ଚୀନ୍ ଉପରେ ପରମାଣୁ ଆକ୍ରମଣ ହୁଏ, ତେବେ ଏହି ଭିତ୍ତିଭୂମି ମାଧ୍ୟମରେ ସେ ଦ୍ୱିତୀୟ ଆକ୍ରମଣ କରିବାକୁ ସକ୍ଷମ ହୋଇପାରିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର