ମନୋରଞ୍ଜନ
ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଘଟଣା: ଥାନା ଘେରାଉ ସହ କଟକ-ଭୁବନେଶ୍ୱର ରାସ୍ତା ଅବରୋଧ କଲେ ଗ୍ରାମବାସୀ
ଭୁବନେଶ୍ୱର: ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଘଟଣାକୁ ନେଇ ପ୍ରବଳ ଉତ୍ତେଜନା । ବାରଙ୍ଗ ଥାନା ଆଗରେ ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ବିରୋଧ ପ୍ରଦର୍ଶନ । ମାଡ଼ ମରାଯାଇଥିବା ରାକେଶଙ୍କ ବାବଦରେ ତଥ୍ୟ ନ ମିଳିବାରୁ ଉତ୍ତେଜନା । ପୋଲିସର ଅମାନୁଷିକ କାର୍ଯ୍ୟକୁ ବିରୋଧ କରି କଟକ-ଭୁବନେଶ୍ୱର ରାସ୍ତା ଅବରୋଧ କରିଛନ୍ତି ଚଣ୍ଡୀପ୍ରସାଦ ଗ୍ରାମବାସୀ । ମାଡ଼ ମରାଯାଇଥିବା ରାକେଶଙ୍କ ବାବଦରେ ପୋଲିସ ତଥ୍ୟ ଦେଉନଥିବା ଅଭିଯୋଗ । କେଉଁଠି ଓ କିଭଳି ସ୍ଥିତିରେ ଅଛନ୍ତି ପୋଲିସ ଜଣାଉନଥିବାରୁ ତାତିଲେ ଗ୍ରାମବାସୀ । ରାସ୍ତା ଅବରୋଧ ଯୋଗୁଁ ଅଟକିଛି ଗାଡ଼ି ମୋଟର । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବାରୁ ଘଟଣାସ୍ଥଳରେ କଟକ ଡିସିପିଙ୍କ ସମେତ ଏସିପି ବିଭିନ୍ନ ଥାନାରେ ଅଧିକାରୀ ଓ ଫୋର୍ସ ମୁତୟନ ହୋଇଛନ୍ତି । ରାସ୍ତା ଅବରୋଧ ହଟାଇବାକୁ ପୋଲିସ ବୁଝାସୁଝା କରୁଛି ।