ଆଜିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ, ବିଜେଡି ବିଧାୟକ ଦଳ ବୈଠକରେ ମାର୍ଗଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ୱର: ଆଜି ଠାରୁ ଆରମ୍ଭ ହେବ ଷୋଡ଼ଶ ବିଧାନସଭାର ଚତୁର୍ଦ୍ଦଶ ଅର୍ଥାତ୍‌‌ ଶୀତ ଅଧିବେଶନ। ଚଳିତମାସ ୨୧ ତାରିଖରୁ ଆରମ୍ଭ ହୋଇ ଡିସେମ୍ୱର ୩୦ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ। ବିଭିନ୍ନ ପ୍ରସଙ୍ଗକୁ ନେଇ ଚଳିତ ଅଧିବେଶନ ସରଗରମ୍‌‌ ହେବାର ସମ୍ଭାବନା ଥିବାବେଳେ ବିରୋଧୀ ବିଜେପି ଆଜି ନିଜ ବିଧାୟକ ଦଳ ବୈଠକରେ ଏନେଇ ରଣନୀତି ପ୍ରସ୍ତୁତି କରିଛି। କଂଗ୍ରେସ ପକ୍ଷରୁ ମଧ୍ୟ ଆସନ୍ତାକାଲି ବିଧାୟକ ଦଳ ବୈଠକ କରିବାକୁ ନିଷ୍ପତ୍ତି ନେଇଛି। ଅପରପକ୍ଷେ  ଗୃହକାର୍ଯ୍ୟ […]

ଭୁବନେଶ୍ୱର: ଆଜି ଠାରୁ ଆରମ୍ଭ ହେବ ଷୋଡ଼ଶ ବିଧାନସଭାର ଚତୁର୍ଦ୍ଦଶ ଅର୍ଥାତ୍‌‌ ଶୀତ ଅଧିବେଶନ। ଚଳିତମାସ ୨୧ ତାରିଖରୁ ଆରମ୍ଭ ହୋଇ ଡିସେମ୍ୱର ୩୦ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ। ବିଭିନ୍ନ ପ୍ରସଙ୍ଗକୁ ନେଇ ଚଳିତ ଅଧିବେଶନ ସରଗରମ୍‌‌ ହେବାର ସମ୍ଭାବନା ଥିବାବେଳେ ବିରୋଧୀ ବିଜେପି ଆଜି ନିଜ ବିଧାୟକ ଦଳ ବୈଠକରେ ଏନେଇ ରଣନୀତି ପ୍ରସ୍ତୁତି କରିଛି। କଂଗ୍ରେସ ପକ୍ଷରୁ ମଧ୍ୟ ଆସନ୍ତାକାଲି ବିଧାୟକ ଦଳ ବୈଠକ କରିବାକୁ ନିଷ୍ପତ୍ତି ନେଇଛି। ଅପରପକ୍ଷେ  ଗୃହକାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶାସକ ଦଳର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ଦଳୀୟ ବିଧାୟକଙ୍କୁ ଗୃହରେ ଦଳର ରଣନୀତି ନେଇ ମାର୍ଗଦର୍ଶନ କରିବେ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

ଦଳୀୟ ବିଧାୟକଙ୍କ ସୂଚନା ଅନୁସାରେ ଅନୁଯାୟୀ ଗୃହରେ ଗଠନମୂଳକ ଆଲୋଚନାକୁ ଶାସକ ଦଳ ବିଜେଡି ସବୁବେଳେ ସ୍ୱାଗତ କରିଆସିଛି। ରାଜ୍ୟସ୍ୱାର୍ଥ ସଂକ୍ରାନ୍ତ ସମସ୍ତ ଆଲୋଚନା ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତ। ବିରୋଧୀ ଯଦି ଏନେଇ ସକରାତ୍ମକ ଆଭିମୁଖ୍ୟ ପୋଷଣ କରିବେ ତାହେଲେ ଚଲିତ ଅଧିବେଶନଟି ବେଶ୍‌‌ ଫଳପ୍ରଦ ରହିବ। ଅନ୍ୟପକ୍ଷରେ ଗୃହରେ ବିଜେଡି ପକ୍ଷରୁ ମଧ୍ୟ ଏକାଧିକ ରାଜ୍ୟସ୍ୱାର୍ଥ ଏବଂ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଗୃହରେ ଉତ୍ଥାପନ କରିବ। ତେବେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଏ ସଂକ୍ରାନ୍ତରେ ମାର୍ଗଦର୍ଶନ କରିବେ ବୋଲି ଜଣେ ବିଜେଡି ବିଧାୟକ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ବିଜେପି ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ନିଜ ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିଛି। କଂଗ୍ରେସ ପକ୍ଷରୁ ଗୃହରେ ଚାଷୀ, ଧାନବିକ୍ରି, ଦରଦାମ, ଦାଦନ ଆଦି ପ୍ରସଙ୍ଗ ଉଠାଇବାକୁ ପ୍ରସ୍ତୁତି ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା: ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ, ଶୁକ୍ରବାର ଯାଏଁ ପ୍ରବଳ ବର୍ଷା ସମ୍ଭାବନା

ସୂଚନାଯୋଗ୍ୟ ଯେ, ଆଗାମୀ ଅଧିବେଶନରେ ୨୪ଟି ସରକାରୀ କାର୍ଯ୍ୟଦିବସ ଏବଂ ୬ଟି ଘରୋଇ ସଦସ୍ୟଙ୍କ କାର୍ଯ୍ୟ(ବିଲ୍‌‌ ଓ ସଂକଳ୍ପ)(ପ୍ରାଇଭେଟ୍‌‌ ମେମ୍ବର୍ସ ବିଜିନେସ୍‌‌) ପାଇଁ ଉଦ୍ଦିଷ୍ଟ ଅଛି। ପ୍ରତ୍ୟେକ କ୍ୟାଲେଣ୍ଡର ବର୍ଷରେ ବିଧାନସଭା ଅତିକମରେ ୬୦ଦିନ ବସିବାର ନିୟମ ରହିଛି। ଚଳିତ ବର୍ଷ ବଜେଟ ଅଧିବେଶନରେ ୨୩ ଦିନ ଗୃହକାର୍ଯ୍ୟ ଚାଲିଥିବା ବେଳେ ମୌସୁମୀ ଅଧିବେଶନରେ ୭ ଦିନ ଗୃହ ଚାଲିଥିଲା। ସମ୍ପ୍ରତି ଦୁଇଟି ଅଧିବେଶନରେ ମୋଟ ୩୦ ଦିନ ଗୃହ ଚାଲିଥିବା ବେଳେ ଏହି ୬୦ ଦିନିଆ ଅବଧିକୁ ପୂରଣ କରିବା ପାଇଁ ୩୦ଦିନିଆ ଶୀତ ଅଧିବେଶନର କାର୍ଯ୍ୟସୂଚୀ ଧାର୍ଯ୍ୟ ହୋଇଛି।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର